ପ୍ରଚାର ପ୍ରସାରର ଅଭାବ: ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା ବାଟବଣା

Advertisment

ସରକାର କୃଷି ଓ କୃଷକଙ୍କ ବିକାଶ ପାଇଁ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା ପ୍ରସ୍ତୁତ କରିବା ସହ ଏହାକୁ ତୃଣମୂଳସ୍ତରରେ ପ୍ରଣୟନ କରିବାକୁ ଅନୁଦାନ ବି ଦେଉଛନ୍ତି। କୋରାପୁଟ ଜିଲ୍ଲାରେ ଏହି ମହତ ଯୋଜନା ସଫଳ ରୂପାୟନ ହୋଇ ନ ପାରି ବାଟବଣା ହୋଇଛି...

ସରକାର କୃଷି ଓ କୃଷକଙ୍କ ବିକାଶ ପାଇଁ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା ପ୍ରସ୍ତୁତ କରିବା ସହ ଏହାକୁ ତୃଣମୂଳସ୍ତରରେ ପ୍ରଣୟନ କରିବାକୁ ଅନୁଦାନ ବି ଦେଉଛନ୍ତି। କୋରାପୁଟ ଜିଲ୍ଲାରେ ଏହି ମହତ ଯୋଜନା ସଫଳ ରୂପାୟନ ହୋଇ ନ ପାରି ବାଟବଣା ହୋଇଛି...

kpt-krushi udyog

kpt-krushi udyog Photograph: (sambad.in)

କୋରାପୁଟ: ସରକାର କୃଷି ଓ କୃଷକଙ୍କ ବିକାଶ ପାଇଁ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା ପ୍ରସ୍ତୁତ କରିବା ସହ ଏହାକୁ ତୃଣମୂଳସ୍ତରରେ ପ୍ରଣୟନ କରିବାକୁ ଅନୁଦାନ ବି ଦେଉଛନ୍ତି। ସହଯୋଗ କରିବାକୁ ସ୍ବତନ୍ତ୍ର ଭାବେ ୫ଟି କୃଷି , ଉଦ୍ୟାନ, କୃଷି ବୈଷୟିକ, ପଶୁ ସମ୍ପଦ ଓ ମତ୍ସ୍ୟ ବିଭାଗ ରହିଛି। ଏହା ସହିତ କର୍ମଚାରୀ ବି ରହିଛନ୍ତି।

ତେବେ ଏତେ ସବୁ ଥିବା ସତ୍ତ୍ବେ କୋରାପୁଟ ଜିଲ୍ଲାରେ ଏହି  ମହତ ଯୋଜନା ସଫଳ ରୂପାୟନ ହୋଇ ନ ପାରି ବାଟବଣା ହୋଇଛି। ଜିଲ୍ଲାରେ କୃଷି , ଉଦ୍ୟାନ, କୃଷି ବୈଷୟିକ, ପଶୁ ସମ୍ପଦ ଓ ମତ୍ସ୍ୟ ୧୨୨ଟି ଉଦ୍ୟୋଗ କରିବାକୁ ଲକ୍ଷ୍ୟ ରହିଥିବା ବେଳେ ୧୩ଟି ଆବେଦନ ଆସିଥିଲା। ସେଥିରୁ ୯ ଉଦ୍ୟୋଗୀଙ୍କୁ ଗୋ ଏହେଡ୍ କାର୍ଯ୍ୟାଦେଶ ଦିଆଯାଇଥିବା ସୂଚନା ମିଳିଛି।

କୋରାପୁଟ ଜିଲ୍ଲାରେ ୨୦୨୪-୨୫ଆର୍ଥିକ ବର୍ଷରେ କୃଷି କ୍ଷେତ୍ରରେ ୨୪ଟି ପ୍ରକଳ୍ପ କରିବାକୁ ଲକ୍ଷ୍ୟ ରହିଥିଲା। ତେବେ ୫ଜଣଙ୍କ ଠାରୁ କୃଷି ଉଦ୍ୟୋଗ କରିବାକୁ ଆବେଦନ ଆସିଥିବା ବେଳେ ଜଣକୁ ୧୯ଲକ୍ଷ ୫୦ହଜାରରେ ଗୋ ଏହେଡ୍ (ପ୍ରକଳ୍ପ ଆରମ୍ଭ କରିବାକୁ କାର୍ଯ୍ୟାଦେଶ) ଦିଆଯାଇଥିଲା।

କୃଷି ଇଂଜନିୟରିଂ (ବୈଷୟିକ) ଉଦ୍ୟୋଗ ପାଇଁ ୪୨ଟି ଲକ୍ଷ୍ୟ ରହିଥିବା ବେଳେ  ୨ଜଣଙ୍କୁ ୪କୋଟି ୧୯ଲକ୍ଷ ୫୩ହଜାରରେ ଗୋ ଏହେଡ୍ କାର୍ଯ୍ୟାଦେଶ ଦିଆଯାଇଥିଲା। ଉଦ୍ୟାନ ଉଦ୍ୟୋଗରେ ୨୫ଜଣଙ୍କର ଲକ୍ଷ୍ୟ ରହିଥିବା ବେଳେ ନୂଆ କେହି ଆବେଦନ କରି ନଥିଲେ। ତେବେ ପୁରୁଣା ଆବେଦନରୁ ୩ଉଦ୍ୟୋଗୀଙ୍କୁ ୩କୋଟି ୭୯ଲକ୍ଷରେ ଗୋ ଏହେଡ୍ କାର୍ଯ୍ୟାଦେଶ ଦିଆଯାଇଥିଲା। ପଶୁ ସମ୍ପଦ ଉଦ୍ୟୋଗ ୨୫ଜଣଙ୍କର କରିବା ଲକ୍ଷ୍ୟ ରହିଥିବା ୪ଟି ଆବେଦନ ଆସିଥିଲା।

ସେଥିରୁ ୩ଜଣଙ୍କୁ ୨କୋଟି ୨୧ଲକ୍ଷ ୮୮ହଜାର ୯୪୪ଟଙ୍କାର ଅନୁଦାନ ଦିଆଯାଇଛି।  ମତ୍ସ୍ୟ ଉଦ୍ୟୋଗ ୭ଟି କରିବାକୁ ଲକ୍ଷ୍ୟ ରହିଥିଲେ ହେଁ ଗୋଟିଏ ବି ଆବେଦନ ଆସିନି। ଅପରପକ୍ଷରେ ବହୁ ବ୍ୟକ୍ତି ଏହି ବର୍ଗରେ କୃଷି ଉଦ୍ୟୋଗ କରିବାକୁ ଇଛା ରହିଥିଲେ ହେଁ ପ୍ରଥମେ ବିଭାଗ ଓପରେ ବ୍ୟାଙ୍କ ଗୁଡ଼ିକ ସହଯୋଗ କରୁନଥିବା ଅଭିଯୋଗ ହୋଇଛି। ଏପରିକି ଏଭଳି ମହତ ଯୋଜନା ସମ୍ପର୍କରେ ଯେଭଳି ପ୍ରଚାର ଓ ପ୍ରସାର କରିବା କଥା କରାଯାଉନି।

ଫଳରେ ଏହି ପରି ଉଦ୍ୟୋଗ କରିବାର ପ୍ରକ୍ରିୟା, ଆବେଦନ, ବ୍ୟାଙ୍କର ସହଯୋଗ, ସରକାର ଦେଉଥିବା ସବସିଡି୍ ଓ ଅନ୍ୟ ସହଯୋଗ ସମ୍ପର୍କରେ ଲୋକେ ଜାଣି ନାହାନ୍ତି। କିଛି ଶିକ୍ଷିତ ଯୁବକ ଓ ଯୁବତୀ ଗତ କରୋନା ସମୟରୁ ବଡ ବଡ ସହରର ଚାକିରୀ ଛାଡ଼ି କୋରାପୁଟ ଜିଲ୍ଲାରେ ବିଭିନ୍ନ ଛୋଟ ବଡ କୃଷି ଉଦ୍ୟୋଗ ନିଜସ୍ବ ଉଦ୍ୟମରେ କରୁଛନ୍ତି। ତେବେ ସେମାନଙ୍କ ସହ ବି ସରକାରଙ୍କ ଏହି ୫ଟି ବିଭାଗର ଅଧିକାରୀ କିମ୍ବା କ୍ଷେତ୍ର କର୍ମଚାରୀ ଯୋଗାଯୋଗ କରିବା କିମ୍ବା ଏହି ଯୋଜନାରେ ସାମିଲ ହେବା ବାଟ ଦେଖାଇ ନଥିବା କହିଛନ୍ତି କିଛି ଉଦ୍ୟୋଗୀ। 

ଗତ କିଛି ଦିନ ତଳେ  ଜିଲ୍ଲାପାଳ ଭି.କୀର୍ତ୍ତିୱାସନ୍ ମିସନ ମୋଡରେ ସମୀକ୍ଷା କରିଥିଲେ। କେଉଁ କାରଣରୁ ଆବେଦନ କମ୍ ଆସୁଛି, ବ୍ୟାଙ୍କ ଗୁଡିକ କାହିଁକି ଉଦ୍ୟୋଗୀଙ୍କୁ ଋଣ ଦେବାକୁ କୁନ୍ତାଉଛନ୍ତି  ଆଦିର ସମୀକ୍ଷା କରିଥିଲେ। ଅଧିକା ପ୍ରଚାର ଓ ପ୍ରସାର ବିଭାଗ ଗୁଡିକ କରିବାକୁ ନିର୍ଦ୍ଦେଶ ବି ଦେଇଥିଲେ।

ଅଧିକ ପଢ଼ନ୍ତୁ: ଚାମ୍ପିୟନ୍ସ ଟ୍ରଫି : ବାଂଲାଦେଶକୁ ୬ ଓ୍ବିକେଟରେ ହରାଇ ବିଜୟ ଅଭିଯାନ ଆରମ୍ଭ କଲା ଟିମ୍ ଇଣ୍ଡିଆ

କୃଷି ଉଦ୍ୟୋଗ କରୁଥିବା ଉଦ୍ୟୋଗୀଙ୍କୁ ଋଣ ଦେଉନଥିବା ବ୍ୟାଙ୍କ ଗୁଡିକୁ ବି କଡ଼ା ତାଗିଦ୍ କରିଛନ୍ତି। ଜିଲ୍ଲାପ୍ରଶାସନ କୃଷି ଉଦ୍ୟୋଗ କରିବାକୁ ଚାହୁଁଥିବା ଉଦ୍ୟୋଗୀ ମାନେ ଜିଲ୍ଲାପାଳଙ୍କୁ ବି ଭେଟି ଆଲୋଚନା କରନ୍ତୁ ଜିଲ୍ଲା ପ୍ରଶାସନ ଉଦ୍ୟୋଗ ସ୍ଥାପନ ଦିଗରେ ସମ୍ପୁର୍ଣ୍ଣ ରୂପେ ସହଯୋଗ କରିବ ବୋଲି କହିଛନ୍ତି।

ଅଧିକ ପଢ଼ନ୍ତୁ: ଆସନ୍ତାକାଲିଠାରୁ ଓଡିଶାରେ ମାଟ୍ରିକ୍ ପରୀକ୍ଷା: ୫ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ପରୀକ୍ଷାଦେବେ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe