ନିଆଁରେ ପୋଡ଼ି ଗୁରୁତର ଯୁବତୀଙ୍କ ମୃତ୍ୟୁ; ଗାଁ ବୈଦ୍ୟ ପାଖରେ ଚାଲିଥିଲା ଚିକିତ୍ସା

ନିଆଁରେ ପୋଡ଼ି ଗୁରୁତର ଯୁବତୀଙ୍କ ମୃତ୍ୟୁ; ଗାଁ ବୈଦ୍ୟ ପାଖରେ ଚାଲିଥିଲା ଚିକିତ୍ସା

ସୁନ୍ଦରଗଡ଼: ନିଆଁରେ ପୋଡ଼ି ଗୁରୁତର ଯୁବତୀଙ୍କୁ ପରିବାର ଲୋକେ ଡାକ୍ତରଖାନା ନେବା ପରିବର୍ତ୍ତେ ଗାଁ ବୈଦ୍ୟ ପାଖରେ ଚିକିତ୍ସା କରାଉଥିଲେ। ଅବସ୍ଥା ସଂକଟାପନ୍ନ ହେବା ପରେ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। କିନ୍ତୁ ସେତେବେଳକୁ ତାଙ୍କୁ ବଞ୍ଚାଇବା ସମ୍ଭବ ହୋଇ ନଥିଲା। ଅସଚେତନତାର ଦୁଃଖଦ ପରିଣାମର ଏହି ଘଟଣାଟି ଘଟିଛି କିଞ୍ଜିରକେଲା ଥାନା ହୁର୍ମେଇ ଦଣ୍ଡପାନିରେ। ମୃତା ହେଲେ ଗାଁର ସୁରେନ୍ଦ୍ର ଓରାମଙ୍କ ସ୍ତ୍ରୀ ପୁଷ୍ପା (୧୯)।

ଗତ ୨୦୨୨ ଡିସେମ୍ବର ୩୦ ତାରିଖରେ ପୁଷ୍ପା ନିଜ ଭଉଣୀ ସହ ଘରେ ରୋଷେଇ କରୁଥିବା ବେଳେ ଅଚାନକ ନିଆଁ ଧାସ ଉଠିଥିଲା। ଭୟରେ ସେ ବାହାରକୁ ଦୌଡ଼ି ପଳାଇବାକୁ ଉଦ୍ୟମ କଲା ବେଳେ ତାଙ୍କ ନାଇଟିରେ ନିଆଁ ଲାଗି ଯାଇଥିଲା। ଚିତ୍କାର ଶୁଣି ପରିବାର ଲୋକେ ଦୌଡ଼ି ଆସି ନିଆଁ ଲିଭାଇଥିଲେ। କିନ୍ତୁ ସେତେବେଳେକୁ ତାଙ୍କ ଶରୀରର ୭୦ ଭାଗ ପୋଡ଼ି ଯାଇଥିଲା। ତେବେ ପରିବାର ଲୋକେ ତାଙ୍କୁ ତୁରନ୍ତ ଡାକ୍ତରଖାନା ନନେଇ ଗାଁ ବୈଦ୍ୟ ପାଖରେ ଚିକିତ୍ସା କରାଉଥିଲେ। ପରେ ଅବସ୍ଥା ଗୁରୁତର ହେବାରୁ ସବଡେଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ସେଠାରେ ଯୁବତୀଙ୍କ ମୃତ୍ୟୁ ହୋଇଯାଇଥିଲା। ପୁଲିସ ମୃତଦେହର ବ୍ୟବଚ୍ଛେଦ କରାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ଫରନେସିକ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe