ଅଭିଯୋଗ ଶୁଣିବାକୁ ଜଙ୍ଗଲ ରାସ୍ତାରେ ୪ କିମି ଚାଲି ଚାଲି ଗଲେ ଜିଲ୍ଲାପାଳ

Advertisment
ଅଭିଯୋଗ ଶୁଣିବାକୁ ଜଙ୍ଗଲ ରାସ୍ତାରେ ୪ କିମି ଚାଲି ଚାଲି ଗଲେ ଜିଲ୍ଲାପାଳ

ଖଡ଼ିଆଳ/ନୂଆପଡ଼ା : ଏବେ ବି ଅବହେଳିତ ଅବସ୍ଥାରେ ପଡ଼ି ରହିଛି ସମାଡ଼ପଦର ଗ୍ରାମ। ଗମନାଗମନ, ପାନୀୟ ଜଳ, ଶିକ୍ଷା, ସ୍ୱାସ୍ଥ୍ୟସେବା ଏଠାରେ ଅପହଞ୍ଚ। ଏହି ଗ୍ରାମକୁ ନୂଆପଡ଼ା ଜିଲ୍ଲାପାଳ ଡା. ପୋମା ଟୁଡୁ ପ୍ରଥମ ମହିଳା ଜିଲ୍ଲାପାଳ ରୂପେ ପହଞ୍ଚିଥିଲେ। ଖଡ଼ିଆଳ ବ୍ଲକ ରାଣୀମୁଣ୍ଡା ପଞ୍ଚାୟତ ପାର୍ବତ୍ୟାଞ୍ଚଳ ସମାଡ଼ପଦର ଗ୍ରାମକୁ ୪ କିଲୋମିଟର ଜଙ୍ଗଲ ରାସ୍ତାରେ ତାଙ୍କୁ ଚାଲିଚାଲି ପାହାଡ଼ ଉପରକୁ ଯିବାକୁ ପଡ଼ିଥିଲା। ଜିଲ୍ଲାପାଳଙ୍କ ସହିତ ଜିଲ୍ଲା ପ୍ରକଳ୍ପ ନିର୍ଦେଶକ ବୃଷଭ ଚନ୍ଦ୍ର ନାଏକ ମଧ୍ୟ ଚଢ଼ିଥିଲେ। ଅକସ୍ମାତ ଜିଲ୍ଲାପାଳଙ୍କୁ ଦେଖି ପାର୍ବତ୍ୟାଞ୍ଚର ଲୋକେ ଆନନ୍ଦିତ ହୋଇଥିଲେ। ଜିଲ୍ଲାପାଳ ଏକ ବାଡ଼ି ଧରି ପାହାଡ଼କୁ ଚଢୁଥିବା ସମୟରେ ଲୋକମାନଙ୍କ ଦୁଃଖ ସୁଖ ମଧ୍ୟ ପଚାରି ବୁଝିଥିଲେ। ଜଙ୍ଗଲ ଅଧିକାର ଆଇନ, ଖାଦ୍ୟ ସୁରକ୍ଷା ଯୋଜନାରେ ମିଳୁଥିବା ଚାଉଳ, ପ୍ରଧାନମନ୍ତ୍ରୀ ଆବାସ, ଗହମ ସହିତ ସ୍କୁଲ୍‌ରେ ଶିକ୍ଷାଦାନ, ଟୀକାକରଣ, ମହାତ୍ମା ଗାନ୍ଧୀ କର୍ମ ନିଯୁକ୍ତ ଯୋଜନାରେ ଲୋକେ ସୁଫଳ ପାଉଛନ୍ତି କି ପଚାରି ବୁଝିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe