ଯୁବତୀଙ୍କ ମୃତଦେହ ଉଦ୍ଧାର, ପରିବାର ଲୋକେ ଆଣିଲେ ହତ୍ୟା ଅଭିଯୋଗ

ସର୍ପାଘାତରେ ନାବାଳିକା ମୃତ

ଖଣ୍ଡପଡା: ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ଥାନା ଅନ୍ତର୍ଗତ ବଳରାମପ୍ରସାଦ ସରନାଳ ନିକଟରୁ ଆଜି ଜଣେ ଯୁବତୀଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତ ଯୁବତୀ ଜଣକ ହେଲେ ରୁବି (୨୨)।

ସୂଚନା ଅନୁସାରେ ଆଜି ଅପରାହ୍ନ ସମୟରେ ବଳରାମପ୍ରସାଦ ସରନାଳ ନିକଟକରେ ଜଣେ ଯୁବତୀଙ୍କ ମୃତଦେହ ପଡ଼ିଥିବା ସ୍ଥାନୀୟ ଲୋକେ ଦେଖିଥିଲେ। ସେମାନେ ଏ ନେଇ ପୁଲିସକୁ ସୂଚନା ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଦେଖିଲା ବେଳକୁ ମୃତ ଯୁବତୀ ରୁବି ନାୟକ ବୋଲି ଜଣାପଡ଼ିଥିଲା। ସେ କୁମୁଣ୍ଡି ଗ୍ରାମର ବ୍ରଜବନ୍ଧୁ ନାୟକଙ୍କ ଝିଅ ବୋଲି ଜଣାପଡିଥିଲା।

ହତ୍ୟାକାଣ୍ଡ ସନ୍ଦେହ ହୋଇଥିବାରୁ ସାଇଣ୍ଟିଫିକ ଟିମ ରିକ୍ୟୁଜିଏସନ କରିଛି ପୁଲିସ। ଅନ୍ୟପଟରେ ପରିବାର ଲୋକେ ହତ୍ୟା ଅଭିଯୋଗ ଆଣିଥିବା ବେଳେ ପ୍ରେମ ସମ୍ପର୍କ ପାଇଁ ରୁବିକୁ ହତ୍ୟା କରାଯାଇଥିବା ନେଇ ମଧ୍ୟ ସନ୍ଦେହ କରାଯାଉଛି। ତେବେ ଘଟଣାର ତଦନ୍ତ ପରେ ପ୍ରକୃତ କାରଣ ଜଣାପଡ଼ିବ ବୋଲି ପୁଲିସ କହୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe