India.com
ଜୟପାଟଣା: କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ମଙ୍ଗଳପୁର ପଞ୍ଚାୟତ ରାଜାମୁଣ୍ଡା ଗ୍ରାମର ମଙ୍ଗୁଳା କନ୍ୟା କମଳା ନାଏକ (୨୦)ଙ୍କ ବଜ୍ରପାତରେ ମୃତ୍ୟୁ ଘଟିଛି। ଗୁରୁବାର ଦିନ ୧୦ଟାରେ କମଳା ନିକଟ ପୋଖରୀରେ ମାଟି କାମ କରୁଥିବା ବାପା-ମାଙ୍କ ପାଇଁ ଖାଦ୍ୟ ନେଇ ଯାଇଥିଲେ। ଫେରିବା ସମୟରେ ବଜ୍ରପାତ ହେବାରୁ ସେ ଗୁରୁତର ହୋଇପଡ଼ିଥିଲେ। ତୁରନ୍ତ ତାଙ୍କୁ ଜୟପାଟଣା ସ୍ବାସ୍ଥ୍ୟକେନ୍ଦ୍ରକୁ ଅଣାଯାଇଥିବା ବେଳେ ଡାକ୍ତର ମୃତ ଘୋଷଣା କରିଥିଲେ।
ଏନେଇ ପୁଲିସ୍ ଏକ ମାମଲା ରୁଜୁ କରିବା ସହ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। କମଳାଙ୍କ ବିବାହ ପାଇଁ ଜୁନାଗଡ଼ ବ୍ଲକ କାଳିଆକୁଣ୍ଡର ଗ୍ରାମର ଜଣେ ଯୁବକଙ୍କ ସହ ନିର୍ବନ୍ଧ ହୋଇ ସାରିଥିଲା। ହେଲେ ହଠାତ୍ ତାଙ୍କ ମୃତ୍ୟୁକୁ ନେଇ କେହି ଗ୍ରହଣ କରିପାରୁନାହାନ୍ତି।
Follow Us