ନିଶା କାରବାରକୁ କେନ୍ଦ୍ରକରି ପି ସୁବ୍ରତ ରାଓ ହତ୍ୟା ଘଟଣା: ଲେଡି ଡନ୍ ରଞ୍ଜୁ ଓ ତାର ସହଯୋଗୀ ଗିରଫ

Advertisment
ନିଶା କାରବାରକୁ କେନ୍ଦ୍ରକରି ପି ସୁବ୍ରତ ରାଓ ହତ୍ୟା ଘଟଣା: ଲେଡି ଡନ୍ ରଞ୍ଜୁ ଓ ତାର ସହଯୋଗୀ ଗିରଫ

ଭୁବନେଶ୍ୱର: ନିଶା କାରବାରକୁ କେନ୍ଦ୍ରକରି ପି ସୁବ୍ରତ ରାଓ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ଲେଡି ଡନ୍ ରଞ୍ଜୁ ଓ ତାର ସହଯୋଗୀ କାହ୍ନାକୁ ପୁଲିସ ଧରିଛି।ଉଭୟଙ୍କୁ ଗଞ୍ଜାମରୁ ଗିରଫ କରିଛି କମିସନରେଟ ପୁଲିସ।
ସୂଚନାଯୋଗ୍ୟ, ଶୁକ୍ରବାର ବିଳମ୍ବିତ ରାତିରେ ରାଜଧାନୀରେ ଆଉ ଜଣଙ୍କ ମୁଣ୍ଡ ଗଡ଼ିଥିଲା। ମୃତକ ହେଲେ, ୟୁନିଟ୍-୮ ତୁଳସୀ ବସ୍ତିର ପି. ସୁବ୍ରତ ରାଓ ଓରଫ ଚନ୍ଦୁ (୩୭)। ଶୁକ୍ରବାର ରାତି ପ୍ରାୟ ସାଢ଼େ ୧୧ଟା ବେଳେ କିଛି ଦୁର୍ବୃତ୍ତ ସଂଘବଦ୍ଧ ଭାବେ ଆକ୍ରମଣ କରି ତାଙ୍କୁ ହତ୍ୟା କରିଥିଲେ। ୟୁନିଟ୍-୮ସ୍ଥିତ ନାରାୟଣୀ ବସ୍ତିରେ ଏହି ଅପରାଧିକ ଘଟଣା ଘଟିଥିଲା। ଦୁର୍ବୃତ୍ତମାନେ ତାଙ୍କୁ ବସ୍ତି ଭିତରେ ପିଟିପିଟି ହତ୍ୟା କରିଥିଲେ। ଖବର ପାଇ କ୍ୟାପିଟାଲ ଥାନା ପୁଲିସ୍ ଘଟଣାସ୍ଥଳରୁ ଚନ୍ଦୁକୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପୁଲିସ୍ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଏନେଇ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ପୁଲିସ୍ ବିଭିନ୍ନ ସ୍ଥାନରେ ଚଢ଼ଉ କରୁଥିବା ଜଣାଯାଇଥିଲା।
ମିଳିଥିବା ସୂଚନାନୁଯାୟୀ, ନିଶା କାରବାର କରିଆସୁଥିବା ଚନ୍ଦୁ କିଛି ଦିନ ତଳେ ଏଥିରୁ ଦୂରେଇ ଯାଇଥିଲା। କିନ୍ତୁ ପୁରୁଣା ହିସାବକୁ କେନ୍ଦ୍ରକରି ତା’ର କିଛି ଯୁବକଙ୍କ ସହ ବିବାଦ ହୋଇଥିଲା। ତାହାକୁ କେନ୍ଦ୍ରକରି କିଛି ଦିନ ତଳେ ଚନ୍ଦୁ ସହ ସେମାନେ ଗଣ୍ଡଗୋଳ କରିଥିଲେ। ତେବେ ଶୁକ୍ରବାର ବିଳମ୍ବିତ ରାତିରେ ବସ୍ତିକୁ ଉକ୍ତ ଯୁବକମାନେ ଆସି ଚନ୍ଦୁ ସହ ଗଣ୍ଡଗୋଳ କରିଥିଲେ। ଦୀର୍ଘ ସମୟ ଧରି ସେମାନଙ୍କ ମଧ୍ୟରେ ବଚସା ହେବା ପରେ ଯୁବକମାନେ ତାଙ୍କୁ ମାଡ଼ ମାରିଥିଲେ। ଚନ୍ଦୁ ସେମାନଙ୍କ କବଳରୁ ରକ୍ଷା ପାଇବା ପାଇଁ ଦୌଡ଼ିଥିଲେ ହେଁ ସେମାନେ ତାଙ୍କୁ ଗୋଡ଼େଇ ଗୋଡ଼େଇ ଆକ୍ରମଣ କରିଥିଲେ। ବିଧା, ଗୋଇଠା ସହ ତାଙ୍କୁ ଠେଙ୍ଗାରେ ନିସ୍ତୁକ ମାଡ଼ ମାରିବାରୁ ସେ ଗୁରୁତର ହୋଇପଡ଼ିଥିଲେ। କିଛି ସମୟ ପରେ ଚନ୍ଦୁଙ୍କ ଶରୀର ନିଶ୍ଚଳ ହୋଇଯିବାରୁ ଦୁର୍ବୃତ୍ତମାନେ ସେଠାରୁ ଫେରାର୍ ହୋଇଯାଇଥିଲେ। ସ୍ଥାନୀୟ ଲୋକଙ୍କଠାରୁ ଖବର ପାଇ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଚନ୍ଦୁଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଇଥିଲା। ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe