ସେଲ୍ଫି ନେଲାଵେଳେ ଘୋଘର ନାଳରେ ଯୁଵତୀ ନିଖୋଜ

Advertisment
ସେଲ୍ଫି ନେଲାଵେଳେ ଘୋଘର ନାଳରେ ଯୁଵତୀ ନିଖୋଜ

ସୁନ୍ଦରଗଡ଼: ସାଙ୍ଗମାନଙ୍କ ସହିତ ଖୁସିରେ ଖୁସିରେ ସେଲ୍ଫି ନେଲାଵେଳେ ଖସିପଡିଲେ ଯୁଵତୀ, ହୋଇଗଲେ ନିଖୋଜ। ଅଗ୍ନିଶମ ବାହିନୀ, ପୁଲିସ କର୍ମଚାରୀ ଓ ଧୀବରମାନେ ବହୁ ସମୟ ଧରି ପାଣି ଭିତରେ ତଲାସି ଥିଲେ ଵି ଯୁଵତୀଙ୍କ କୌଣସି ପତ୍ତା ମିଳିପାରି ନାହିଁ। ଆଜି ଅପରାହ୍ନରେ ଏହି ଅଭାବନୀୟ ଘଟଣାଟି ଘଟିଛି ସୁନ୍ଦରଗଡ଼ ଜିଲ୍ଲା ବାଲିଶଙ୍କରା ବ୍ଲକ ଅନ୍ତର୍ଗତ ଘୋଘର ନାଳରେ। ନିଖୋଜ ଯୁବତୀଙ୍କ ନାମ ଅନୁପମା ପ୍ରଜାପତି। ଘର ରାଜଗାଙ୍ଗପୁରରେ। ପରିବାର ଲୋକଙ୍କ ସହ ଆଜି ସେ ଵଣଭୋଜି କରିବାକୁ ଆସିଥିଲେ ଘୋଘରନାଳକୁ। ପଥର ଉପରେ ଠିଆ ହୋଇ ସେଲ୍ଫି ନେଉଥିବାଵେଳେ ଖସି ପଡିଥିଲେ ତଳକୁ। ପାଣି ଭିତରେ ସେ କୌଣସି ପଥର ଖୋଳରେ ଲାଖି ଯାଇଥିବା ଅନୁମାନ କରାଯାଉଛି।

ସୂଚନାଯୋଗ୍ୟ ପ୍ରାକୃତିକ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ ଘୋଘର ନାଳ ବାଲିଶଙ୍କରା ନିକଟ ପ୍ରବାହିତ ହେଉଛି। ବାଲିଶଙ୍କରା ଠାରୁ ପ୍ରାୟ ୪ କିଲୋମିଟର ଗଲେ ଘୋଘରା ନାଳ ପଡ଼ିଥାଏ। ନାଳଟି ଯଦିଓ ବହୁତ ପ୍ରଶସ୍ତ ନୁହେଁ କିନ୍ତୁ ଏଠାର କୁଳୁକୁଳୁ ସ୍ବର ପର୍ଯ୍ୟଟକଙ୍କୁ ବହୁଦୂରରୁ ଡାକିଆଣିଥାଏ। ଯେଉଁ ପର୍ଯ୍ୟଟକ ଏଠାକୁ ଥରଟିଏ ବୁଲିବାକୁ ଯାଇଛନ୍ତି, ସେ କେବେ ଭୁଲିପାରିବେ ନାହିଁ। ପିକନିକ ଋତୁରେ ଏଠାକୁ ପ୍ରତି ଦିନ ହଜାର ହଜାର ଲୋକ ବଣଭୋଜି କରିବାକୁ ଓ ବୁଲିବାକୁ ଆସିଥାନ୍ତି। କିନ୍ତୁ ଚଳିତ ବର୍ଷ କୋଭିଡ-୧୯ କଟକଣା ଲାଗି ପର୍ଯ୍ୟଟକଙ୍କୁ ଏଠାକୁ ଆସିବା ବାରଣ ହୋଇଛି। ମାତ୍ର ଏଠାକାର ପ୍ରାକୃତିକ ମନୋରମ ଦୃଶ୍ୟ ଅନେକ ପର୍ଯ୍ୟଟକଙ୍କୁ ଅଟକାଇପାରି ନାହିଁ। ଯଦିଓ ପୂର୍ବ ବର୍ଷମାନଙ୍କ ଭଳି ଘୋଘର ନାଳରେ ଭିଡ ଜମୁ ନାହିଁ, ତଥାପି ପ୍ରତିଦିନ ନିଦ୍ଦିଷ୍ଟ ମାତ୍ରାରେ ପର୍ଯ୍ୟଟକ ବୁଲିବାକୁ ଆସୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe