ମାଲକାନଗିରି: ଆନ୍ଧ୍ର ପ୍ରଦେଶର ଶ୍ରୀକାକୁଲମ ପୁଲିସ ନିକଟରେ ନନ୍ଦପୁର ଏରିଆ କମିଟି ସଦସ୍ୟା ସାଧନା ଓରଫ ଏରଥୁ ସୁନ୍ଦରାମ୍ମା ଓରଫ ସିନ୍ଧୁ ଆଜି ଆତ୍ମସମର୍ପଣ କରିଛନ୍ତି। ସେ କୋରାପୁଟ, ଆନ୍ଧ୍ର ଓ ମାଲକାନଗିରି ଅଂଚଳରେ ସଂଗଠନ ପାଇଁ କାମ କରି ଆସୁଥିଲେ। କୋରାପୁଟ ଅସ୍ତ୍ରାଗାର ଲୁଟ, ଦାମନଯୋଡି ପ୍ଲାଣ୍ଟ ଆକ୍ରମଣ, ମାଲକାନଗିରି-କୋରାପୁଟ ସୀମାନ୍ତ ମନ୍ତ୍ରୀଆମ୍ବ ନିକଟରେ ଏସଓଜି ଯବାନଙ୍କ ଗାଡି ଉଡାଇବା ଘଟଣାରେ ସେ ସାମିଲ ଥିବା ଜଣାପଡିଛି। ସରକାର ସାଧନାଙ୍କ ନାମରେ ୪ଲକ୍ଷ ଟଂକାର ପୁରସ୍କାର ରାଶି ଘୋଷଣା କରିଥିଲେ। ସେହିପରି ସେହିପରି ଛତିଶଗଡର କୋଣ୍ଡାଗାଁଓ ପୁଲିସ ନିକଟରେ ବି ୧୦ ଜଣ ନକ୍ସଲ ଆତ୍ମସମର୍ପଣ କରିଛନ୍ତି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us