ବେଦି ଉପରେ ଅନଶନ କଲେ ପୂର୍ବତନ ପ୍ରେମିକା; କହିଲେ- ୮ ବର୍ଷ ହେଲା ପ୍ରେମ ସଂପର୍କରେ ଥିଲୁ, ୨ ମାସର ଗର୍ଭ ନଷ୍ଟ କରାଇଥିଲେ

ବେଦି ଉପରେ ଅନଶନ କଲେ ପୂର୍ବତନ ପ୍ରେମିକା; କହିଲେ- ୮ ବର୍ଷ ହେଲା ପ୍ରେମ ସଂପର୍କରେ ଥିଲୁ, ୨ ମାସର ଗର୍ଭ ନଷ୍ଟ କରାଇଥିଲେ

ନିମାପଡ଼ା: ପୁରୀ ଜିଲ୍ଲା ନିମାପଡ଼ା ବ୍ଲକର ବଳଙ୍ଗା ଥାନା ଅଧିନ ତୋଟାସାହିରେ ଗୁରୁବାର ଏକ ଅଭାବନୀୟ ପରିସ୍ଥିତି ଦେଖିବାକୁ ମିଳିଛି। ଏହି ଗାଁରେ ବର-କନ୍ୟାର ବିବାହ ଚାଲିଥିବା ବେଳେ ପୂର୍ବତନ ପ୍ରେମିକା ଆସି ବେଦି ଉପରେ ଅନଶନରେ ବସିଛନ୍ତି। ଆଜି ଯୁବକର ମଙ୍ଗନ ଥିଲା। ଆସନ୍ତାକାଲି (ଜୁଲାଇ ୧୪)ରେ ଯୁବକ ଜଣକ ଅନ୍ୟ ଜଣେ ଯୁବତୀଙ୍କୁ ବିବାହ କରିବାର କାର୍ଯ୍ୟକ୍ରମ ରହିଛି। ଏଭଳି ସ୍ଥିତିରେ ପୁରୀ ଟାଉନ୍‌ ଥାନା ଅନ୍ତର୍ଗତ ବାଲିଉପର ଅଂଚଳରୁ ଜଣେ ଯୁବତୀ ଆସି ବାହା ହେବାକୁ ଥିବା ଯୁବକଙ୍କ ଘର ବେଦି ଉପରେ ଧାରଣାରେ ବସିଛନ୍ତି।

ଯୁବତୀଙ୍କ ଅଭିଯୋଗ ଅନୁସାରେ ତାଙ୍କର ଭାଇଙ୍କର ଶଳା ହେଉଛନ୍ତି ତୋଟାସାହି ବାସିନ୍ଦା ରମେଶ ଚନ୍ଦ୍ର ମିଲ୍ଲିକ। ଏଥି ପାଇଁ ରମେଶ ତାଙ୍କ ଘରକୁ ଯିବାଆସିବା କରୁଥିଲେ। ଏହି ଯିବା ଆସିବା ମଧ୍ୟରେ ଆମ ଦୁଇ ଜଣଙ୍କ ମଧ୍ୟରେ ପ୍ରେମ ସଂପର୍କ ଗଢ଼ି ଉଠିଥିଲା। ଉଭୟ ୮ ବର୍ଷ ହେଲା ପ୍ରେମ ସଂପର୍କରେ ଥିଲୁ। ଏହାରି ମଧ୍ୟରେ ମୁଁ ୨ ମାସର ଗର୍ଭବତୀ ହୋଇଥିଲି। ରମେଶ ବିବାହ ପ୍ରତିଶ୍ରୁତି ଦେଇ ମୋତେ ଔଷଧ ଖାଇବାକୁ ଦେଇଥିଲେ ଏବଂ ଗର୍ଭନଷ୍ଟ କରାଇଥିଲେ। ମୁଁ ଏଥିରେ ଅତିଷ୍ଟ ହୋଇ ତାଙ୍କ ବିରୋଧରେ ଥାନାରେ ଏତଲା ଦେଇଥିଲି। ସେ ୪ ମାସ ଜେଲରେ ରହିଲା ପରେ ମୋ ଭାଉଜ ଓ ତାଙ୍କ ପରିବାର ଲୋକେ ବିବାହ କରାଇ ଦେବାକୁ କହିଥିଲେ। ସବ୍‌ରେଜିଷ୍ଟ୍ରାର କୋର୍ଟରୁ ଫର୍ମରେ ସ୍ବାକ୍ଷର କରାଇ ତାଙ୍କୁ ବେଲ୍‌ରେ ଆଣିବାକୁ ମୋତେ ବାଧ୍ୟ କଲେ। ମାତ୍ର ସେ ମୋତେ ବିବାହ ନ କରି ସମୟ ଗଡ଼ାଇଚାଲିଥିଲେ। ଏବେ ରମେଶ ଅନ୍ୟତ୍ର ବିବାହ କରୁଥିବା ଶୁଣିବାକୁ ପାଇଲି। ଏନେଇ ଥାନାରେ ଏତଲା ଦେଇଛି। ମୋତେ ନ୍ୟାୟ ମିଳିବ ବୋଲି ଆଶା ରଖିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe