ପ୍ରଥମ ଦେଖାରେ ପ୍ରେମ: ଯୁବତୀ ୨ ମାସର ଗର୍ଭବତୀ ପରେ ବିବାହ ପାଇଁ ମନାକଲା‌ ପ୍ରେମିକ

ପ୍ରେମିକ ଗିରଫ, ମାର୍ଚ୍ଚ ୯ରେ ମହିଳାଙ୍କର ହେବ ୧୬୪‌ରେ ବୟାନ ରେକର୍ଡ

ପ୍ରଥମ ଦେଖାରେ ପ୍ରେମ: ଯୁବତୀ ୨ ମାସର ଗର୍ଭବତୀ ପରେ ବିବାହ ପାଇଁ ମନାକଲା‌ ପ୍ରେମିକ

କୋରାପୁଟ: ଲଭ, ସେକ୍ସ ଓ ଧୋକା। ପ୍ରଥମେ ପ୍ରେମ, ପରେ ଶାରୀରିକ ସମ୍ପର୍କ ଓ ଶେଷରେ ପ୍ରତାରଣା। କୋରାପୁଟ ଟାଉନ ଥାନା ଅଞ୍ଚଳରେ ଘଟିଛି ଏପରି ଘଟଣା‌। ଯୁବତୀଙ୍କୁ ପ୍ର‌େମ ଜାଲରେ ଫସାଇ ଦୁଇ ମାସର ଗର୍ଭବତୀ କରାଇଥିଲା ଦଶମନ୍ତପୁର ହଳଦୀସିଲ ଗାଁର ଜୋସେଫ ଖରା (୨୬)। କିନ୍ତୁ ଯୁବତୀ ଜଣକ ଦୁଇ ମାସର ଗର୍ଭବତୀ ହେବା ପରେ ଗାଁକୁ ଯାଇ ମୋବାଇଲ ସ୍ବଇଚଅପ୍‌ କରିଦେଲା ଯୁବକ। ପୀଡିତା ଜଣକ କିଛି ଉପାୟ ନ ପାଇ ଆସି କୋରାପୁଟ ଟାଉନଥାନାରେ ଅଭିଯୋଗ ଦେବା ପରେ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି।

ମିଳିଥିବା ସୂଚନା ମୁତାବକ ଭାଣ୍ଡିସାହିରେ ଘର ଭଡା ରହୁଥିଲା ଜୋସେଫ ଖରା। ବସଷ୍ଟାଣ୍ଡରେ ଏକ ସେଲୁନରେ ସେ କାମ କରୁଥିଲା। ଏହି ସମୟରେ ସେ ପୀଡିତାଙ୍କ ସଂସ୍ପର୍ଶରେ ଆସିଥିଲେ। ଉଭୟ ମଧ୍ୟରେ ଦେଖାସାକ୍ଷାତ ହେବା ପ୍ର‌େମ ସମ୍ପର୍କ ଗଢିଉଠିଥିଲା। ଏହାପରେ ଏକାଧିକ ଥର ଉଭୟ ମଧ୍ୟରେ ମିଳାମିଶା ହୋଇଥିଲେ। ଦୁଇ ମାସ ହେବ ପୀଡିତା ଗର୍ଭବତୀ ରହିଥିବାବେଳେ ବିବାହ କରିବାକୁ ଜୋସେଫକୁ କହିଥିଲେ। ଉଭୟ ଭିନ୍ନ ଭିନ୍ନ ସଂପ୍ରଦାୟର ହୋଇଥିବାରୁ ବାହାଘରକୁ ମନା କରିଥିଲେ ଜୋସେଫ ଓ ତାଙ୍କ ପରିବାର। ଏହାପରେ ପୁଲିସ ଉଭୟ ପରିବାରଙ୍କୁ ବୁଝାସୁଝା କରିଥିଲା। ଜେସେଫ ଓ ତାଙ୍କ ପରିବାର ପୀଡିତାଙ୍କୁ ବିବାହ କରିବାକୁ ମନା କରିବାରୁ ପୁଲିସ ଜୋସେଫଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି।

ତେବେ ପୀଡିତା ଦୁଇମାସର ଅନ୍ତଃସତ୍ବା ରହିଥିବାରୁ ତାଙ୍କର ୧୬୪ରେ ବୟାନ ରେକର୍ଡ ହେବ। ଏହାପରେ ମ‌ାଜିଷ୍ଟ୍ର‌େଟଙ୍କ ଉପସ୍ଥିତିରେ ଏହି କାର୍ଯ୍ୟ ହେବାକୁ ରହିଥିବାବେଳେ ଗର୍ଭ ରଖିବେ ବି ଭାଙ୍ଗିବେ ତାହା ଆସନ୍ତାକାଲି ନିର୍ଣ୍ଣୟ ହେବ ବୋଲି ଟାଉନ ଆଇଆଇସି ଧୀରେନ ପଟ୍ଟନାୟକ କହିଛନ୍ତି। ସେ କହିଛନ୍ତି ଯେ ଅଭିଯୋଗକୁ ଭିତ୍ତି କରି ପୁଲିସ ୫୬/୨୨ରେ ଏକ ମାମଲା ରୁଜୁ କରିଛି। ଉଭୟଙ୍କ ଡାକ୍ତରୀ ମାଇନା କରିବା ପରେ ଉଭୟଙ୍କ ପରିବାରକୁ ଡାକି ବୁଝାସୁଝା କରାଯାଇଥିଲା। କିନ୍ତୁ ଅଭିଯୁକ୍ତ ଓ ତାଙ୍କ ପରିବାର ଏହାକୁ ଅମାନ୍ୟ କରିବାରୁ ଅଭିଯୋଗକୁ ଭିତ୍ତି କରି ମାମଲା ରୁଜୁ କରାଯାଇଛି। ମାର୍ଚ୍ଚ ୯ ତାରିଖରେ ମହିଳାଙ୍କର ୧୬୪ରେ ବୟାନ ରେକର୍ଡ ହେବ ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe