କଳାକନା ବୁଲାଇଲେ ଦୁର୍ବୃତ୍ତ, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଲୁଟ୍‌

Advertisment
ଭଗାମୁଣ୍ଡାର ୪ ଦୋକାନରୁ ଚୋରି

ସାଂକେତିକ ଫଟୋ

ବ୍ୟାସନଗର: ଯାଜପୁରରୋଡ୍‌ ଥାନା ଅଧୀନ କୋର୍ଟଛକ ନିକଟସ୍ଥ ଡ. ଅରୁଣ କୁମାର ବିଶ୍ଵାଳଙ୍କ ଘରୁ ଗତକାଲି ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ କଳାକନା ବୁଲାଇ ଦେଇଛନ୍ତି। ଘରର ମୁଖ୍ୟଦ୍ଵାର ଭାଙ୍ଗି ଲକ୍ଷାଧିକ ଟଙ୍କାର ସୁନାଗହଣା ଲୁଟି ନେଇଛନ୍ତି। ଡ. ବିଶ୍ଵାଳ ଭୁବନେଶ୍ବରର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବାରୁ ଏଠାରେ କେହି ନଥିଲେ। ଘରର ଅନ୍ୟ କୋଠରିରେ ରହୁଥିବା ଭଡ଼ାଟିଆଙ୍କୁ ବାହାରୁ ତାଲା ପକାଇ ଦେଇଥିଲେ।

ଚୋରମାନେ ପ୍ରଥମେ ଡ. ବିଶ୍ବାଳଙ୍କ ଘର ମୁଖ୍ୟ କବାଟ ଭାଙ୍ଗି ଶୋଇବା ଘର ଭିତରକୁ ପଶିଥିଲେ। ସେଠାରେ ଥିବା ଗୋଦରେଜ ଭାଙ୍ଗି ବିଭିନ୍ନ ବ୍ୟାଙ୍କର ୫ ଗୋଟି ଏଟିଏମ କାର୍ଡ, ହୀରାମୁଦି, କାନଫୁଲ ୩ ହଳ, ରାଧାକୃଷ୍ଣ ସୁନାର ମୂର୍ତ୍ତି, ଏଲଇଡି, ନଗଦ ୩୦ ହଜାର ଟଙ୍କା ଲୁଟି ନେଇଥିବା ଜଣାପଡ଼ିଛି। ଖବରପାଇ ଯାଜପୁର ରୋଡ୍‌ ଥାନା ଅଧିକାରୀ ଉପେନ୍ଦ୍ର କୁମାର ପ୍ରଧାନ ସାଇଣ୍ଟିଫିକ୍ ଟିମ୍ ନେଇ ତଦନ୍ତ କରିଥିଲେ ମଧ୍ୟ ଚୋରଙ୍କ ସନ୍ଧାନ ମିଳିନାହିଁ। ଲୁଟେରାମାନେ ତାଲା ଭାଙ୍ଗିରେ ବ୍ୟବହାର କରିଥିବା ଉପକରଣକୁ ପୁଲିସ ଜବତ କରିଛି। ସହରରେ ଚୋରି ବୃଦ୍ଧିକୁ ନେଇ ଲୋକମାନଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି। ରାତିରେ ପାଟ୍ରୋଲିଂ କଡ଼ାକଡ଼ି କରିବାକୁ ଦାବି ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe