ପ୍ରଶାସନର ନିର୍ଦ୍ଦେଶକୁ ବେଖାତିର: ୩ ଦୋକାନୀ ଗଣିଲେ ୧୦୧୨୦୦ ଟଙ୍କା, ସିଲ୍‌ ହେଲା ୨ଟି ଦୋକାନ

ପ୍ରଶାସନର ନିର୍ଦ୍ଦେଶକୁ ବେଖାତିର: ୩ ଦୋକାନୀ ଗଣିଲେ ୧୦୧୨୦୦ ଟଙ୍କା, ସିଲ୍‌ ହେଲା ୨ଟି ଦୋକାନ

ବିନିକା: ପ୍ରଶାସନର ନିର୍ଦ୍ଦେଶକୁ ବେଖାତିର କରିବା ମହଙ୍ଗା ପଡ଼ିଛି। ୩ଟି ଦୋକାନର ମାଲିକଙ୍କୁ ୧ ଲକ୍ଷ ୧୨୦୦ ଟଙ୍କା ଗଣିବାକୁ ପଡ଼ିଛି। ସେହିପରି ନିୟମ ପାଳନ କରି ନଥିବାରୁ ୨ଟି ଦୋକାନ ସିଲ୍‌ ହୋଇଛି। ସୁବର୍ଣ୍ଣପୁର ଜିଲ୍ଲାପାଳ ଆବୋଲି ସୁନୀଲ ନରଭଣେଙ୍କ ନିର୍ଦ୍ଦେଶ କ୍ରମେ ଆଜି ବିନିକା ଅତିରିକ୍ତ ତହସିଲଦାର, ବିଜ୍ଞାପିତ ଅଞ୍ଚଳ ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ଓ ପୁଲିସ୍ ଟିମ୍‌ ମିଲିତ ଚଢ଼ାଉ କରି ଏହିଭଳି ପଦକ୍ଷେପ ନେଇଛନ୍ତି।

ସୂଚନା ଅନୁସାରେ ବିନିକା ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନ୍‌ଏସି) ଅଧିନରେ ୩ଟି ଦୋକାନରୁ ୧ ଲକ୍ଷ ୧ ହଜାର ୨୦୦ ଟଙ୍କା ଭଡ଼ା ସୂତ୍ରରେ ସଂଗ୍ରହ କରାଯାଇଛି। ପ୍ରଶାସନ  ୨ଟି ଦୋକାନକୁ ସିଲ୍ କରି ଦେଇଛି। ବିନିକା ଏନଏସି ପକ୍ଷରୁ ଷ୍ଟଲ ନିର୍ମାଣ କରି ଲୋକଙ୍କୁ ଭଡ଼ା ସୁତ୍ରରେ ଦିଆଯାଇଥିଲା। ୫ଜଣ ମାଲିକ୍‌ଙ୍କୁ ଏନଏସି ପକ୍ଷରୁ ଷ୍ଟଲ ଭଡ଼ା ଦେବାକୁ ଅନୁରୋଧ କରିଥିଲେ ମଧ୍ୟ ସେମାନେ କର୍ଣ୍ଣପାତ କରୁନଥିଲେ। ଏଥିପାଇଁ ଏନଏସି ପକ୍ଷରୁ ନୋଟିସ ମାଧ୍ୟମରେ ବାର ବାର ତାଗିତ କରାଯାଇଥିଲା। କିନ୍ତୁ ଷ୍ଟଲ ମାଲିକମାନେ ଭଡ଼ା ବାବଦକୁ ଟଙ୍କା ପଇଠ କରୁ ନଥିଲେ।

ଆଜି ବିନିକା ଅତିରିକ୍ତ ତହସିଲଦାର ତଥା ମିଜିଷ୍ଟେଟ ଚାନ୍ଦିନୀ ମେହେର, ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀକୁମାର ରଥ, ପୁଲିସ କର୍ମଚାରୀ ଓ ଏନଏସି କର୍ମଚାରୀ ଉପସ୍ଥିତରେ ପୂର୍ବରୁ ନୋଟିସ କରିଥିବା ୫ ଟି ଷ୍ଟଲ ମାଲିକଙ୍କୁ ଭଡ଼ା ଟଙ୍କା ଦେବାକୁ ଅନୁରୋଧ କରିଥିଲେ। ସେଥିରୁ ୩ଟି ଷ୍ଟଲ ମାଲିକଙ୍କ ଠାରୁ ୧ ଲକ୍ଷ ୧ ହଜାର ୨୦୦ ଟଙ୍କା ଭଡ଼ା ଆଦାୟ କରାଯାଇ ଥିଲା। ୨ଟି ଷ୍ଟଲ ମାଲିକଙ୍କ ଦୋକାନ ବନ୍ଦ ଥିବାରୁ ସମସ୍ତଙ୍କ ଉପସ୍ଥିତିରେ ଏହାକୁ ସିଲ୍ କରିବା ସହ ମାଜିଷ୍ଟ୍ରେଟ ଓ ଏନଏସି ଇଓଙ୍କ ଦସ୍ତଖତ ଦେଇ ପେପର ମାରି ଦେଇଥିବା ବିନିକା ଏନଏସି ଇଓ ଶ୍ରୀ ରଥ ପ୍ରକାଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe