ଆଜିଠୁ ଲଖନପୁର ମହୋତ୍ସବ ‘ତିହାର’

ଆଜିଠୁ ଲଖନପୁର ମହୋତ୍ସବ ‘ତିହାର’

odishawatch.in

ଲଖନପୁର : ଲଖନପୁର ବ୍ଲକ୍‌ସ୍ତରୀୟ ସାଂସ୍କୃତିକ ମହୋତ୍ସବ ‘ତିହାର୍’ ଚଳିତ ୨୪, ୨୫ ଓ ୨୬ ତାରିଖରେ ସ୍ଥାନୀୟ ସମଲେଇ ଖେଳପଡ଼ିଆରେ ଅନୁଷ୍ଠିତ ହେବ। ଏହି ଅବସରରେ ହରିଶଙ୍କର ମାଝୀ ମଣ୍ଡପରେ ହେବାକୁ ଥିବା ତିନିଦିନ ଧରି ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ମହୋତ୍ସବ କମିଟି ପକ୍ଷରୁ ଗୁରୁବାର ସୂଚନା ଦିଆଯାଇଛି।

ଶୁକ୍ରବାର ଅପରାହ୍‌ଣରେ ସମ୍ବଲପୁର ପଡ଼ିଆବାହାଲର ଘଣ୍ଟବାଦ୍ୟ ସହିତ ଏକ ସାଂସ୍କୃତିକ ଶୋଭାଯାତ୍ରା ପରେ ମହୋତ୍ସବ ଉଦ୍‌ଘାଟିତ ହେବ। ପ୍ରଥମ ଦିନ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ। ଦ୍ୱିତୀୟ ଦିନ ପୂର୍ବାହ୍ନ ୧୧ଟାରେ ‘ଲଖନପୁର ବ୍ଲକ୍‌ ବିଭାଜନର ଆବଶ୍ୟକତା ଓ ଲଖନପୁର ସବ୍‌ଡିଭିଜନ ମାନ୍ୟତା’ ପ୍ରସଙ୍ଗରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହେବ। ସନ୍ଧ୍ୟାରେ ପୁଣି ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରଦର୍ଶିତ ହେବ। ସେହିପରି ରବିବାର ଦିନ ପୂର୍ବାହ୍ନ ୧୧ଟାରେ କବିତା ପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ସହିତ ସନ୍ଧ୍ୟାରେ ଲୋକ ନୃତ୍ୟଗୀତ ପରିବେଷଣ କରାଯିବ ବୋଲି କମିଟି ପକ୍ଷରୁ ସୂଚନା ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe