ଲଖନପୁର ମହୋତ୍ସବ ତିହାର୍‌ ଉଦ୍‌ଘାଟିତ

ଲଖନପୁର ମହୋତ୍ସବ ତିହାର୍‌ ଉଦ୍‌ଘାଟିତ

ଲଖନପୁର : ଲଖନପୁର ବ୍ଲକ୍‌ସ୍ତରୀୟ ଚତୁର୍ଦ୍ଦଶ ସାଂସ୍କୃତିକ ମହୋତ୍ସବ ‘ତିହାର୍’ ସ୍ଥାନୀୟ ସମଲେଇ ଖେଳପଡ଼ିଆରେ ଶୁକ୍ରବାର ସନ୍ଧ୍ୟାରେ ଉଦ୍‌ଘାଟିତ ହୋଇଛି। ତିନି ଦିନ ଧରି ହେବାକୁ ଥିବା ଏହି ମହୋତ୍ସବର ଉଦ୍‌ଘାଟନୀ ସମାରୋହରେ ଲଖନପୁର ବ୍ଲକ୍‌ ଜୋନ୍-୧ ସଭ୍ୟ ସନତ ସିଂହ ମୁଖ୍ୟ ଅତିଥି, ବିଡିଓ ଜୟନ୍ତ ସାହୁ ମୁଖ୍ୟବକ୍ତା, ସ୍ଥାନୀୟ ସରପଞ୍ଚ ଆରତୀ ପଧାନ, ବ୍ଲକ୍‌ ଏଇଇ ବିନୟ ଭୂଷଣ ଦାସ ଓ ମହୋତ୍ସବ କମିଟି ସଭାପତି ରାଧାକାନ୍ତ ପାଣିଗ୍ରାହୀ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଏହାକୁ ଉଦ୍‌ଘାଟନ କରିଥିଲେ। ମହିମା କଲେଜ ଅଧ୍ୟକ୍ଷ ପ୍ରଫୁଲ୍ଲ ସା ମଞ୍ଚ ପରିଚାଳନା କରିଥିଲେ।

ଏହା ପୂର୍ବରୁ ଅପରାହ୍‌ଣରେ ନୃତ୍ୟବାଦ୍ୟ ସହ ବିଭିନ୍ନ କଳାକାରଙ୍କୁ ନେଇ ଏକ ସାଂସ୍କୃତିକ ଶୋଭାଯାତ୍ରା ଲଖନପୁର ଗ୍ରାମ ପରିକ୍ରମା କରି ମହୋତ୍ସବ ସ୍ଥଳରେ ପହଞ୍ଚିଥିଲା। ପ୍ରଥମ ଦିନ ସନ୍ଧ୍ୟାରେ ମହିମା ସାଂସ୍କୃତିକ କଳା ପରିଷଦର ବାଦ୍ୟ ସହ ବିଜାପାଲି ମହିମା କଲେଜର ଛାତ୍ରଛାତ୍ରୀଙ୍କ ଦ୍ଵାରା ପ୍ରାରମ୍ଭିକ ସଙ୍ଗୀତ ପରିବେଷଣ ପରେ ବରଗଡ଼ର ମା’ ଅମ୍ବିକା କଳା ପରିଷଦର ସାଂସ୍କୃତିକ କାର୍ଯ୍ୟକ୍ରମ, କଟକର ଦୀପଙ୍କର ନାୟକ ଓ ସାଥୀଙ୍କ ଓଡ଼ିଶୀ ନୃତ୍ୟ ପ୍ରଦର୍ଶିତ ହୋଇଥିଲା। ସାଂସ୍କୃତିକ ସମ୍ପାଦକ ନରୋତ୍ତମ ପ୍ରଧାନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଅଞ୍ଚଳର ବହୁ କଳାପ୍ରେମୀ କାର୍ଯ୍ୟକ୍ରମ ଉପଭୋଗ କରିଥିଲେ। ମହୋତ୍ସବ କମିଟିର ଉପସଭାପତି ରୋହିତ ପଧାନ ଓ ସମ୍ପାଦକ ମହେନ୍ଦ୍ର ପଧାନଙ୍କ ସମେତ ଶ୍ରୀକାନ୍ତ ଭୋଇ, କ୍ଷିତିଭୂଷଣ ପଧାନ, ଟଙ୍କଧର ପଧାନ, ମୁକେଶ ପଧାନ ଚତୁର୍ଭୁଜ ପଧାନ, ସୁଶୀଲ ବାଗ ପ୍ରମୁଖ ସହଯୋଗ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe