ଲାଖମରା ଯାତ୍ରା ସହିତ ଶାରଦୀୟ ଉତ୍ସବ ଶେଷ

Advertisment
ଲାଖମରା ଯାତ୍ରା ସହିତ ଶାରଦୀୟ ଉତ୍ସବ ଶେଷ

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସହରର ଅଧିଷ୍ଠାତ୍ରୀ ଦେବୀ ମା' ମାଣିକେଶ୍ୱରୀଙ୍କ ଲାଖମରା ଯାତ୍ରା ସହିତ ଶାରଦୀୟ ପାର୍ବଣ ଶେଷ ହୋଇଛି। ଆଜି ଅପରାହ୍ନ ୩ଟା ୧୫ ମିନିଟରେ ଭବାନୀପାଟଣା ସହରସ୍ଥିତ ମା' ମାନିକେଶ୍ୱରୀ ମନ୍ଦିରରୁ ଛତର ବାହାରି ନକଟିଗୁଡା ଲାଖବିନ୍ଧା ପଡ଼ିଆରେ ପହଞ୍ଚିଥିଲା। ସେଠାରେ ରୀତିନୀତି ଓ ପୂଜାର୍ଚ୍ଚନା ହୋଇଥିଲା। ଏଥିରେ କଳାହାଣ୍ଡି ମହାରାଜା ଉଦିତପ୍ରତାପ ଦେଓ ଓ ଅର୍କକେଶରୀ ଦେଓ ଉପସ୍ଥିତ ଥିଲେ। ପରେ ଲାଖବିନ୍ଧା ଅନୁଷ୍ଟିତ ହୋଇଥିଲା।

publive-image

ଅର୍କକେଶରୀ ଦେଓ ବନ୍ଧୁକରେ ଲାଖ ବିନ୍ଧିଥିଲେ। ଲାଖମରା କାର୍ଯ୍ୟକ୍ରମ ପରେ ମା'ଙ୍କ ଛତର ମନ୍ଦିରକୁ ପ୍ରତ୍ୟାବର୍ତନ କରିଥିଲେ। ଏହା ସହିତ ଶାରଦୀୟ ଦଶହରା ପର୍ବ ସମ୍ପନ୍ନ ହୋଇଛି। ପୁଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ହୋଇଥିଲା। ଆଜି ଲାଖ ବିନ୍ଧା ସମୟରେ ବ୍ୟାରିକେଡ ବାହାରେ ବ୍ୟାପକ ଜନ ଗହଳି ହେବା ସହିତ କୋଭିଡ ସାମାଜିକ ଦୂରତ୍ୱ ଭୁଲି ଯାଇଥିଲେ ଲୋକେ। ୧୪୪ ଧାରା ଥିବା ସତ୍ବେ କିଭଳି ଗହଳି ଥିଲା ସାଧାରଣରେ ଚର୍ଚ୍ଚାର ବିଷୟ ହୋଇଛି। ଛତର ବେଳେ ଗୋଟିଏ ନିୟମ ଓ ଲାଖମରା ବେଳେ ଅନ୍ୟ ନିୟମ ନେଇ କ୍ଷୋଭ ପ୍ରକାଶ ପାଇଛି

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe