ଭୁବନେଶ୍ୱର: ବରଗଡ଼ ଜିଲ୍ଲା ପାଇକମାଳ ବ୍ଲକ୍ ଅନ୍ତର୍ଗତ ଲଖମରା ପ୍ରାଥମିକ କୃଷି ସମବାୟ ସମିତିରେ ଧାନକିଣାରେ ଅନିୟମିତତା, କାର୍ଯ୍ୟରେ ଗୁରୁତର ଅବହେଳା ଓ ବିଭାଗ ଦ୍ୱାରା ଜାରି କରାଯାଇଥିବା ମାର୍ଗଦର୍ଶିକାର ଉଲ୍ଲଂଘନ ଅଭିଯୋଗରେ ପ୍ୟାକ୍ସ ସଂପାଦକ ଓ କିରାଣିଙ୍କୁ ନିଲମ୍ବନ କରାଯାଇଥିବାବେଳେ ଡାଟାଏଣ୍ଟ୍ରି ଅପରେଟରଙ୍କୁ କାର୍ଯ୍ୟରୁ ବହିଷ୍କୃତ କରାଯାଇଛିା ଲଖମରା ପ୍ୟାକ୍ସର ସଂପାଦକ ଅମୂଲ୍ୟ ବେହେରା ଏବଂ କିରାଣି ଦିଲ୍ଲୀପ କୁମାର ସୁନାନୀଙ୍କୁ ତୁରନ୍ତ କାର୍ଯ୍ୟରୁ ନିଲମ୍ବନ କରାଯାଇଥିବାବେଳେ ଡାଟାଏଣ୍ଟ୍ରି ଅପରେଟର ବୁଲୁ ଅନନ୍ତଙ୍କୁ କାର୍ଯ୍ୟରୁ ବହିଷ୍କୃତ କରାଯାଇଛି ବୋଲି ନିବନ୍ଧକ, ସମବାୟ ସମିତି ସମୂହ କାର୍ଯ୍ୟାଳୟ ସୂତ୍ରରୁ ପ୍ରକାଶା
ଧାନ ସଂଗ୍ରହରେ ଅନିୟମିତତା ଅଭିଯୋଗ: ବରଗଡ଼ ଜିଲ୍ଲାର ଲଖମରା ପ୍ୟାକ୍ସର ସଂପାଦକ ଓ କିରାଣି ନିଲମ୍ବିତ
Advertisment
Follow Us