କଣ୍ଟାବାଞ୍ଜିରେ ଲକ୍ଷ୍ଣଣ-ସାଲୁଜାଙ୍କ ଚିନ୍ତା ବଢ଼ିଲା: ମୁଖ୍ୟମନ୍ତ୍ରୀ ମୁଖ୍ୟ ପ୍ରତିଦ୍ବନ୍ଦ୍ବୀ

କଣ୍ଟାବାଞ୍ଜିରେ ଲକ୍ଷ୍ଣଣ-ସାଲୁଜାଙ୍କ ଚିନ୍ତା ବଢ଼ିଲା: ମୁଖ୍ୟମନ୍ତ୍ରୀ ମୁଖ୍ୟ ପ୍ରତିଦ୍ବନ୍ଦ୍ବୀ

ଭୁବନେଶ୍ବର: ବିଜେଡ଼ିର ପଞ୍ଚମ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି। ତାଲିକାରେ ୯ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି। କଣ୍ଟାବାଞ୍ଚିରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲଢ଼ିବେ ବୋଲି ଘୋଷଣା କରାଯାଇଛି। ଏପରି କରି ବିଜେଡ଼ି କଣ୍ଟାବାଞ୍ଜିରେ ବିଜେପି ଏବଂ କଂଗ୍ରେସକୁ କଡ଼ା ଟକ୍କର ଦେବା ସହିତ ନୂଆ ରଣନୀତି ଆପଣେଇଛି।

ଏହି ବିଧାନସଭା ଆସନରେ କଂଗ୍ରେସ ପକ୍ଷରୁ ସନ୍ତୋଷ ସିଂ ସାଲୁଜାଙ୍କୁ ପ୍ରାର୍ଥୀ କରାଯାଇଥିବାବେଳେ ବିଜେପି ପକ୍ଷରୁ ଲକ୍ଷ୍ମଣ ବାଗ୍‌ଙ୍କୁ ପ୍ରାର୍ଥୀ କରାଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଆସନରୁ ଲଢ଼ିବା ନେଇ ଘୋଷଣା ପରେ ଲକ୍ଷ୍ମଣ ଏବଂ ସାଲୁଜାଙ୍କ ଚିନ୍ତା ବଢ଼ିଯାଇଛି। ସେମାନଙ୍କର ବିଜୟ ନେଇ ଏବେ ଆଶଙ୍କା ପ୍ରକାଶ ପାଇଛି। ସେମାନଙ୍କ ଆଗରେ ମୁଖ୍ୟମନ୍ତ୍ରୀ ମୁଖ୍ୟ ପ୍ରତିଦ୍ବନ୍ଦ୍ବୀ ଭାବେ ଛିଡ଼ା ହୋଇଛନ୍ତି।

ଗତ ନିର୍ବାଚନରେ ମଧ୍ୟ ମୁଖ୍ୟମନ୍ତ୍ରୀ ହିଞ୍ଜିଳି ଏବଂ ବିଜେପୁରରୁ ନିର୍ବାଚନ ଲଢ଼ିଥିଲେ। ଏହି ଦୁଇ ଆସନରୁ ବିଜୟୀ ହେବା ପରେ‌ ସେ ହିଞ୍ଜିଳି ରଖି ବିଜେପୁରରୁ ଇସ୍ତଫା ଦେଇଥିଲେ।

ଚଳିତ ୨୦୨୪ ବିଧାନସଭା ନିର୍ବାଚନରେ ମଧ୍ୟରେ ସେ ହିଞ୍ଜିଳିରୁ ଲଢ଼ିବେ ବୋଲି ପୂର୍ବରୁ ଘୋଷଣା କରାଯାଇ ସାରିଥିଲା। କିନ୍ତୁ କଣ୍ଟାବାଞ୍ଜିରେ ଦେଖାଦେଇଥିବା ରାଜନୈତିକ ସ୍ଥିତି ନେଇ ମୁଖ୍ୟମନ୍ତ୍ରୀ ଦୁଇଟି ଆସନରେ ଲଢ଼ିବାକୁ ନିଷ୍ପତ୍ତି ନେଇଛନ୍ତି। ତେବେ ଫଳାଫଳ ଘୋଷଣା ପରେ ସେ କେଉଁ ଆସନକୁ ନିଜ ପାଖରେ ରଖିବେ ଏବଂ କେଉଁ ଆସନକୁ ଛାଡିବେ ସେନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe