Lakhpati Didi will now become crorepati Didi: Interest-free loan of 10 lakhs will be available from SHG Photograph: (sambad.in)
ଭୁବନେଶ୍ବର: ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୁଭଦ୍ରା ହିତାଧିକାରୀଙ୍କ ସହିତ କଥା ହୋଇଛନ୍ତି। ଉପମୁଖ୍ୟମନ୍ତ୍ରୀ କହିଛନ୍ତି, ଲକ୍ଷପତି ଦିଦି ଙ୍କୁ ଏବେ ଏସଏଚଜିରୁ ବିନା ସୁଧରେ ୧୦ ଲକ୍ଷ ଟଙ୍କା ଋଣ ଯୋଗାଇଦେବାକୁ ସରକାର ପ୍ରାଥମିକତା ଦେବେ। କିଭଳି ବର୍ଷକରେ ଲକ୍ଷପତି ଦିଦିଙ୍କୁ କୋଟିପତି ଦିଦି କରାଯିବ ସେନେଇ ସରକାର ଗୁରୁତ୍ୱ ଦେଉଛନ୍ତି।
ଉପମୁଖ୍ୟମନ୍ତ୍ରୀ କହିଛନ୍ତି, ସରକାର ଯେତେ ଆର୍ଥିକ ସହାୟତା ଦେଉଛନ୍ତି ସେସବୁ ବ୍ୟାଙ୍କ ସହ ସଂଯୋଗ କରାଯିବ। ଏହା ସହ ସଫଳ ସୁଭଦ୍ରା ଭଉଣୀଙ୍କୁ ବିଭାଗକୁ ଚିଠି ଲେଖିବାକୁ ପରାମର୍ଶ ଦେଇଛନ୍ତି। ସୁଭଦ୍ରା ଟଙ୍କାରେ କଣ କରିଛନ୍ତି ସେ ନେଇ ଚିଠି ଲେଖିବାକୁ କୁହାଯାଇଛି। ସଫଳ ବିଜିନେସ୍ ମଡେଲ୍କୁ ୱେବ୍ସାଇଟରେ ସ୍ଥାନିତ କରାଯିବ ବୋଲି କହିଛନ୍ତି।
ଅଧିକ ପଢ଼ନ୍ତୁ: ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ: ନ୍ୟାୟ ପାଇଁ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହେଲେ ପୀଡ଼ିତା
ସୋସିଆଲ ମିଡିଆ ଏକ୍ସରେ ଉପମୁଖ୍ୟମନ୍ତ୍ରୀ କହିଛନ୍ତି, ଆଜି ଲୋକସେବା ଭବନର ମହିଳା ଓ ଶିଶୁ ବିକାଶ ସମ୍ମିଳନୀ କକ୍ଷରେ ଆଭାସୀ ମାଧ୍ୟମରେ ସୁଭଦ୍ରା ଭଉଣୀମାନଙ୍କ ସହ ସିଧାସଳଖ ଆଲୋଚନା କଲି । ସେମାନେ ସୁଭଦ୍ରା ଯୋଜନା ବାବଦକୁ ମିଳିଥିବା ସହାୟତା ରାଶିର ଉପଯୋଗ କିଭଳି କରିଛନ୍ତି ସେ ବିଷୟରେ ପଚାରି ବୁଝିଲି । ବର୍ତ୍ତମାନ ଜାରି ରହିଥିବା ସମୀକ୍ଷାରୁ ମିଳୁଥିବା ତଥ୍ୟ ଆଧାରରେ ଆଗାମୀ ଦିନରେ ସୁଭଦ୍ରା ଭଉଣୀମାନଙ୍କ ପାଇଁ ଯୋଜନା ପ୍ରସ୍ତୁତ କରାଯିବ।
ଅଧିକ ପଢ଼ନ୍ତୁ:ପ୍ରଧାନମନ୍ତ୍ରୀଙ୍କୁ ଦେଖି ଭାଙ୍ଗିପଡ଼ିଲେ ହେମନ୍ତ ସୋରେନ୍, ଭାଇରାଲ ହେଲା ଫଟୋ
ଗଣମାଧ୍ୟମକୁ ଉପମୁଖ୍ୟମନ୍ତ୍ରୀ କହିଛନ୍ତି,ଆଜି ଏକ ଅଭିନବ ପ୍ରୟାସ ସ୍ୱରୂପ ବିଭିନ୍ନ ଜିଲ୍ଳାର ସୁଭଦ୍ରା ଭଉଣୀମାନଙ୍କ ସହ ଡିଜିଟାଲ ମାଧ୍ୟମରେ ଆଲୋଚନା ହେଲା । ମା' ସୁଭଦ୍ରାଙ୍କ କୃପାରୁ ସୁଭଦ୍ରା ରାଶିର ଉପଯୋଗରେ ସେମାନଙ୍କ ଜୀବନରେ କିଭଳି ପରିବର୍ତ୍ତନ ଆସିଛି ସେ ବିଷୟରେ ଆଲୋଚନା ହେଲା।
Pravati Parida | Subhadra Scheme
Follow Us