ଚତୁର୍ଦ୍ଧା ବିଗ୍ରହଙ୍କ ସନ୍ଧ୍ୟା‌ଦର୍ଶନ କଲେ ଲକ୍ଷାଧିକ ଶ୍ରଦ୍ଧାଳୁ: ସନ୍ଧ୍ୟା ଦର୍ଶନ କଲେ ଗଜପତି, ମହାରାଣୀ

Advertisment
ଚତୁର୍ଦ୍ଧା ବିଗ୍ରହଙ୍କ ସନ୍ଧ୍ୟା‌ଦର୍ଶନ କଲେ ଲକ୍ଷାଧିକ ଶ୍ରଦ୍ଧାଳୁ: ସନ୍ଧ୍ୟା ଦର୍ଶନ କଲେ ଗଜପତି, ମହାରାଣୀ

ପୁରୀ: ଗଜପତି ମହାରାଜା ଦିବ୍ୟସିଂହ ଦେବ, ମହାରାଣୀ ଲୀଳାବତୀ ଦେବୀ ଆଜି ରାଜ ପରିବାର ସହ ଶ୍ରୀଗୁଣ୍ଡିଚା ମନ୍ଦିରକୁ ଆସି ଚତୁର୍ଦ୍ଧା ବିଗ୍ରହଙ୍କ ସନ୍ଧ୍ୟା ଦର୍ଶନ କରିଛନ୍ତି। ମହାରାଜା ଓ ମହାରାଣୀଙ୍କ ସହ ଝିଅ, ନାତୁଣୀ ଓ ରାଜପରିବାର ଅନ୍ୟ ସଦସ୍ୟମାନେ ମହାପ୍ରଭୁଙ୍କ ସନ୍ଧ୍ୟା ଦର୍ଶନର ସୌଭାଗ୍ୟ ଅର୍ଜିଛନ୍ତି। ଦର୍ଶନ ସାରି ଫେରିବାପରେ ଏହାକୁ ନିଜର ସୌଭାଗ୍ୟ ବୋଲି କହିଛନ୍ତି ଗଜପତି ମହାରାଜା।

ଗଜପତି କହିଛନ୍ତି, ଆଜି ସନ୍ଧ୍ୟା ଦର୍ଶନରେ ମହାପ୍ରଭୁଙ୍କ ଆଡ଼ପ ଦର୍ଶନର ସୌଭାଗ୍ୟ ରାଜ ପରିବାରକୁ ମିଳିଛି। ପ୍ରତିବର୍ଷ ଏହି ଦର୍ଶନର ସୌଭାଗ୍ୟ ମିଳେନି। ମହାପ୍ରଭୁଙ୍କ କୃପାହେଲେ ଏହି ଦର୍ଶନ ସୌଭାଗ୍ୟ ମିଳେ। ଆଜି ମହାପ୍ରଭୁଙ୍କ କୃପାରୁ ସୁନ୍ଦର ଦର୍ଶନ ମିଳିଛି। ପାଗ ବି ଭଲ ଦେଇଛି। ଭକ୍ତମାନେ ବି ମହାପ୍ରଭୁଙ୍କ ଏହି ଅପୂର୍ବ ଦର୍ଶନର ସୌଭାଗ୍ୟ ପାଇଛନ୍ତି। ଶ୍ରୀଗୁଣ୍ଡିଚା ମନ୍ଦିରରେ ହିଁ ଭକ୍ତମାନେ ଗର୍ଭଗୃହକୁ ଯାଇ ଦର୍ଶନ କରିପାରୁଛନ୍ତି। ଏହା ଶ୍ରୀଗୁଣ୍ଡିଚା ମନ୍ଦିରର ବିଶେଷ ବ୍ୟବସ୍ଥା। ଆଶା, ମହାପ୍ରଭୁଙ୍କ କୃପାରୁ ଆସନ୍ତାକାଲି ବି ପାଗ ଭଲ ରହିବ। ତାଙ୍କ ନୀତିକାନ୍ତି ବି ଶୃଙ୍ଖଳିତ ଚାଲିଛି। ମହାପ୍ରଭୁଙ୍କ କୃପାରୁ ଆସନ୍ତା ଦଶମୀ ବାହୁଡ଼ା ତିଥିରେ ବି ମହାପ୍ରଭୁଙ୍କ ନୀତିକାନ୍ତି ସୁରୁଖୁରରେ ଚାଲିବ ବୋଲି ଗଜପତି ଆଶାବ୍ୟକ୍ତ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe