ବ୍ୟାଙ୍କ ଆକାଉଣ୍ଟରୁ ଲକ୍ଷାଧିକ ଟଙ୍କା ଗାଏବ, ବ୍ୟାଙ୍କରେ ଝଗଡ଼ା

ବ୍ୟାଙ୍କ ଆକାଉଣ୍ଟରୁ ଲକ୍ଷାଧିକ ଟଙ୍କା ଗାଏବ, ବ୍ୟାଙ୍କରେ ଝଗଡ଼ା

Justdial

ବରୀ: ବରୀ ବ୍ଲକ୍‌ର ବାଲିଆପାଳ ଇଣ୍ଡିଆନ ବ୍ୟାଙ୍କ ଶାଖାର ଦୁଇଟି ଆକାଉଣ୍ଟରୁ ଲକ୍ଷାଧିକ ଟଙ୍କା ଗାଏବ ହୋଇଯାଇଛି। ହୋଇଥିବା ଆଜି ଅପରାହ୍ଣରେ ଜମାକାରୀଙ୍କ ସହିତ ତାଙ୍କ ସଂପର୍କୀୟ ମାନେ ବ୍ୟାଙ୍କରେ ପହଞ୍ଚି ହୋହଲ୍ଲା କରିଛନ୍ତ। ବ୍ୟାଙ୍କ କର୍ମଚାରୀଙ୍କ ସହିତ ହାତାହାତି ପର୍ଯ୍ୟନ୍ତ କଥା ଯାଇଥିବା ଜଣାପଡ଼ିଛି।

ଅରଙ୍ଗାବାଦ ପଞ୍ଚାୟତର ରଜାପୁର ଗ୍ରାମର ଭଗବତୀ ଜେନାଙ୍କ ବ୍ୟାଙ୍କ ଖାତା ନଂ୬୫୦୨୨୫୯୨୫୭ରେ ୧ଲକ୍ଷ ୫୬ ହଜାର ୧୭୮ ଟଙ୍କା ଜମାଥିଲା। ଆଜି ଜମାଖାତାରୁ ଟଙ୍କା ଉଠାଣ ବେଳେ ତାଙ୍କ ଆକାଉଣ୍ଟରେ ଟଙ୍କା ନଥିବା ଜାଣିବାକୁ ପାଇଥିଲେ। ଏହାକୁ ନେଇ ବ୍ୟାଙ୍କ କର୍ମଚାରୀଙ୍କ ସହିତ ଯୁକ୍ତିତର୍କ ହେବା ସହ ହାତାହାତି ପର୍ଯ୍ୟନ୍ତ ଯାଇଥିଲା। ଗତ ୨୦୨୧ ମସିହା ଠାରୁ ବିଭିନ୍ନ ପର୍ଯ୍ୟାୟରେ ୧୦ ହଜାର ଟଙ୍କା ଲେଖାଏଁ କରି ଏଇପିଏସ(ଆଧାର ଏନାବୁଲ ପେମେଣ୍ଟ ସିଷ୍ଟମ)ରେ ଟଙ୍କା ଉଠାଣ କରାଯାଇଥିବା ଜଣାପଡ଼ିଛି।

ସେହିପରି ସେହିଗ୍ରାମର ବାଇଜି ଚରଣ ଜେନାଙ୍କ ଜମାଖାତାରୁ ସମାନ ଧାରାରେ ୨୧ ହଜାର ଟଙ୍କା ତାଙ୍କ ଅଜାଣତରେ ଉଠାଣ କରାଯାଇଥିବା ଜଣାପଡ଼ିଛି। ଉଭୟ ପକ୍ଷରୁ ମାମଲା ଥାନାରେ ପହଞ୍ଚିଥବା ଜଣାପଡ଼ିଛି। ଏ ସଂପର୍କରେ ଶାଖା ପରିଚାଳକ ଉମାକାନ୍ତ ନାୟକଙ୍କୁ ପଚାରିବାରୁ କହନ୍ତି ଯେ ଅଭିଯୋଗ ଆଣିଥିବା ଜମାକାରୀଙ୍କ ଖାତାରୁ ଏଇପିସିଏ ମାଧ୍ୟମରେ ଟଙ୍କା ଉଠାଣ କରାଯାଇଛି। ଯାହାକି ଆମ ବ୍ୟାଙ୍କ ଶାଖାରେ ହୋଇ ନାହିଁ। ଯେଉଁମାନେ ଗାଁରେ ବୁଲି ବୁଲି ଆଧାର ଟିପ ଚିହ୍ନରେ ଟଙ୍କା ଉଠାଣ କରୁଛନ୍ତି ସେମାନଙ୍କ ଦ୍ବାରା ହେଉ କିମ୍ବା ଜନସେବା କେନ୍ଦ୍ର ଜରିଆରେ ଆଧାର ଦ୍ବାରା ଓ ଟିପ ଚିହ୍ନଦେଇ ଟଙ୍କା ଉଠାଣ କରାଯାଇଥିବା ଜଣାପଡୁଛି ବୋଲି କହିଥିଲେ। ତେବେ ବ୍ୟାଙ୍କ ଭିତରେ ପଶି ମାରଧର ଓ ଭଙ୍ଗାରୁଜା କରିବା ଘଟଣା କର୍ତ୍ତୃପକ୍ଷ ଥାନାରେ ଦ୍ବାରସ୍ଥ ହୋଇଥିବା ବେଳେ ବ୍ୟାଙ୍କ କର୍ମଚାରୀଙ୍କ ଦୁର୍ବ୍ୟବହାର ଓ ଜମାଖାତାରୁ ଲକ୍ଷାଟଙ୍କା ଗାଏବକୁ ନେଇ ମଧ୍ୟ ଜମାକାରୀ ଥାନାର ଦ୍ବାରସ୍ଥ ହୋଇଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe