ଲକ୍ଷ୍ମୀ ବସ୍ ଗଡ଼ୁଛି ଖାଲିରେ, ଘରୋଇ ଗଡ଼ୁଛି ଦମ୍‌ରେ: ଯାତ୍ରୀ ଜାଣିପାରୁନାହାନ୍ତି ନିର୍ଘଣ୍ଟ

Advertisment
ଲକ୍ଷ୍ମୀ ବସ୍ ଗଡ଼ୁଛି ଖାଲିରେ, ଘରୋଇ ଗଡ଼ୁଛି ଦମ୍‌ରେ: ଯାତ୍ରୀ ଜାଣିପାରୁନାହାନ୍ତି ନିର୍ଘଣ୍ଟ

ରା.ଉଦୟଗିରି: ଗତ ୨୦ ତାରିଖ ଠାରୁ ରାଜ୍ୟର ବିଭିନ୍ନ ସ୍ଥାନରେ ଲକ୍ଷ୍ମୀ ବସ୍‌ ସେବା ଆରମ୍ଭ ହୋଇଛି। ଏହିକ୍ରମରେ ଗଜପତି ଜିଲ୍ଲା ରା.ଉଦୟଗିରି ବ୍ଲକ୍‌କୁ ୪ଟି ବସ୍ ଆସିଛି। ତେବେ ଗତ ଦୁଇଦିନ ହେଲା ଉକ୍ତ ବସ୍‌ରେ ଆଶାଠୁ କମ୍ ଯାତ୍ରୀ ଯାତ୍ରା କରୁଥିବା ଦେଖିବାକୁ ମିଳିଛି। ରା.ଉଦୟଗିରି ଠାରୁ ଲୁହାଗୁଡ଼ି ଦେଇ ପୁରୁଣାପାଣି, ରା.ଉଦୟଗିରି ଠାରୁ ମଙ୍ଗରାଜପୁର, ରା.ଉଦୟଗିରି ଠାରୁ ବସ୍ତ୍ରିଗୁଡ଼ା, ରା.ଉଦୟଗିରି ଡାବରାଗୁଡ଼ା ଭାୟା ଟିକାମାଳ ପର୍ଯ୍ୟନ୍ତ ୪ଟି ଲକ୍ଷ୍ମୀ ବସ୍‌ ଦିନକୁ ୨ଥର ଯାତାୟାତ କରୁଛି। ହେଲେ, ଅଧିକାଂଶ ଯାତ୍ରୀ ଏହି ବସ୍ ନିର୍ଘଣ୍ଟ ସମ୍ପର୍କରେ ଜାଣିପାରୁ ନଥିବାରୁ ଏଭଳି ପରିସ୍ଥିତି ଉପୁଜିଛି। ଅପରପକ୍ଷରେ ଏହି ବସ୍‌ ଚାଲିବା ପରେ ପ୍ରଥମ ଦିନରୁ ଘରୋଇ ବସ୍‌ ବ୍ୟବସାୟ ଉପରେ ପ୍ରଭାବ ପଡ଼ିବ ବୋଲି ଯାହା ଆଶଙ୍କା କରାଯାଉଥିଲା ତାହାର ଓଲଟା ଦେଖିବାକୁ ମିଳିଛି। ଘରୋଇ ବସ୍ ଗୁଡ଼ିକରେ ଯାତ୍ରୀ ସ୍ବାଭାବିକ ଭାବେ ଯାତ୍ରା କରୁଥିବା ବେଳେ ଭିଡ଼ ମଧ୍ୟ ‌ହେଉଛି। ଅବଶ୍ୟ ଘରୋଇ ବସ୍‌ରେ ଯାତ୍ରା କରିବାକୁ ହେଲେ ଭଡ଼ା ଅଧିକ ଦେବାକୁ ପଡୁଛି। ସରକାରୀ ବସ୍‌ରେ ତା’ଠାରୁ ଅଧାରେ ଯାତ୍ରା କରି ହେବ। ତେବେ, ଲୋକଙ୍କ ପାଖରେ ସୂଚନାର ଅଭାବ। ଏଣୁ, ଏଭଳି କିଛି ଦିନ ଚାଲିବ ବୋଲି ଲକ୍ଷ୍ମୀ ବସ୍ ଟେଣ୍ଡର ନେଇଥିବା ସଂସ୍ଥା ପ୍ରକାଶ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe