ଶ୍ରୀନଅରରେ ଲକ୍ଷ୍ମୀ-ନାରାୟଣ ଭେଟ: ମଧ୍ୟସ୍ଥ ସାଜିଲେ ଗଜପତି

ନଅ ଦିନ ପରେ ଭେଟ ହୋଇଛନ୍ତି ‘ଲକ୍ଷ୍ମୀ-ନାରାୟଣ’। ଶ୍ରୀନଅର ସାମ୍ନାରେ ମହାଲକ୍ଷ୍ମୀଙ୍କୁ ଦେଖି ଅଟକିଛି ରଥ। ଶ୍ରୀଗୁଣ୍ଡିଚା ମନ୍ଦିରକୁ ଗୋପନ ଯାତ୍ରାରେ ଯାଇ ମା’ ମହାଲକ୍ଷ୍ମୀ ମହାପ୍ରଭୁଙ୍କ ଦର୍ଶନ ନପାଇ ଫେରିଆସିବା ପରେ ମାନ କରିଥିଲେ।

dgdgxxvvxvx

ପୁରୀ: ନଅ ଦିନ ପରେ ଭେଟ ହୋଇଛନ୍ତି ‘ଲକ୍ଷ୍ମୀ-ନାରାୟଣ’। ଶ୍ରୀନଅର ସାମ୍ନାରେ ମହାଲକ୍ଷ୍ମୀଙ୍କୁ ଦେଖି ଅଟକିଛି ରଥ। ଶ୍ରୀଗୁଣ୍ଡିଚା ମନ୍ଦିରକୁ ଗୋପନ ଯାତ୍ରାରେ ଯାଇ ମା’ ମହାଲକ୍ଷ୍ମୀ ମହାପ୍ରଭୁଙ୍କ ଦର୍ଶନ ନପାଇ ଫେରିଆସିବା ପରେ ମାନ କରିଥିଲେ। ମାତ୍ର ମହାପ୍ରଭୁଙ୍କ ଆଦ୍ୟ ସେବକ ଗଜପତି ମହାରାଜାଙ୍କ ମଧ୍ୟସ୍ଥତା ପରେ ମହାପ୍ରଭୁ-ମହାଲକ୍ଷ୍ମୀ ଭେଟ ହୋଇଛନ୍ତି। ନନ୍ଦିଘୋଷ ରଥ ଶ୍ରୀନଅର ନିକଟରେ ୭ଟା ୫୫ରେ ଅଟକିବା ପରେ ଲକ୍ଷ୍ମୀ-ନାରାୟଣ ଭେଟ ନୀତି ଅନୁଷ୍ଠିତ ହୋଇଛି। 

ବିବାହ ପରେ ମହାପ୍ରଭୁ ଜନ୍ମବେଦିକୁ ରଥାରୂଢ଼ ହୋଇ ଭାଇଭଉଣୀଙ୍କ ସହ ଆସିଥିଲେ। କିନ୍ତୁ ମା’ ମହାଲକ୍ଷ୍ମୀଙ୍କୁ ସାଥୀରେ ଆଣି ନଥିଲେ। ମା’ଙ୍କୁ  ନଜଣାଇ ଚାଲିଆସିଥିବାରୁ ମହାଲକ୍ଷ୍ମୀ ହେରା ପଞ୍ଚମୀରେ ମହାପ୍ରଭୁଙ୍କୁ ଦର୍ଶନ କରିବାକୁ ଗୋପନରେ ଶ୍ରୀଗୁଣ୍ଡିଚା ଯାତ୍ରା କଲେ। ତଥାପି ମହାପ୍ରଭୁଙ୍କ ଦର୍ଶନ କରିପାରିଲେ ନାହିଁ। ଅପମାନ ଜର୍ଜରିତା ମା’ ଅଭିମାନ କରି ଫେରି ଆସିଲେ। ତେଣୁ ମାନ ଦୂର ପାଇଁ ଆଜି ଶ୍ରୀନଅର ନିକଟରେ ଭେଟ ହୋଇଛନ୍ତି। ମା’ ବିମଳାଙ୍କ ଅନୁରୋଧ କ୍ରମେ ମହାଲକ୍ଷ୍ମୀ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି। ଗଜପତି ମହାରାଜ ଦିବ୍ୟସିଂହ ଦେବ ମାନଭଞ୍ଜନର ମଧ୍ୟସ୍ଥତା କରିଥିଲେ। ଲକ୍ଷ୍ମୀ ଠାକୁରାଣୀଙ୍କୁ ଶ୍ରୀମନ୍ଦିରରୁ ସୁସଜ୍ଜିତ ବିମାନରେ ଆଣି ମହାପ୍ରଭୁଙ୍କ ଦର୍ଶନ କରାଇଥିଲେ। ରାଜନଅର ଠାରେ ମା’ ଲକ୍ଷ୍ମୀ ଠାକୁରାଣୀ ମହାପ୍ରଭୁଙ୍କ ଆଜ୍ଞାମାଳ ପାଇବା ପରେ ଶ୍ରୀମନ୍ଦିର ଫେରିଯାଇଥିଲେ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe