ଲଳିତ ନାୟକଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର; ଆଜିଠାରୁ ସାନି ଚିକିତ୍ସା

Advertisment
ଲଳିତ ନାୟକଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର; ଆଜିଠାରୁ ସାନି ଚିକିତ୍ସା

ଭୁବନେଶ୍ୱର : ପଶ୍ଚିମ ଓଡ଼ିଶାର ବିଶିଷ୍ଟ ଶ୍ରମିକ ନେତା ତଥା ସମାଜସେବୀ ଲଳିତ ନାୟକଙ୍କ ସ୍ବାସ୍ଥ୍ୟାବସ୍ଥାରେ ବିଶେଷ ଉନ୍ନତି ପରିଲକ୍ଷିତ ହୋଇନଥିବା ଜଣାଯାଇଛି। ଗତ ଜୁନ୍‌ ୨୯ ତାରିଖରେ ବଲାଙ୍ଗୀରଠାରେ ଏକ ନିହରେ ପଡ଼ି ତାଙ୍କ ଜଂଘହାଡ଼ ଭାଙ୍ଗିଯିବାରୁ ସେ ଗୁରୁତର ଭାବେ ଆହତ ହୋଇଥିଲେ। ତାଙ୍କୁ ଭୁବନେଶ୍ବରସ୍ଥିତ ଆପୋଲୋ ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇ ଅସ୍ତ୍ରୋପଚାର କରାଯାଇଥିଲା। ଉକ୍ତ ଅସ୍ତ୍ରୋପଚାର ବେଳେ ପୂର୍ବର ଦୁଇଟି ବଡ଼ ଦୁର୍ଘଟଣା‌ ଯୋଗୁଁ ତାଙ୍କ ହାତଗୋଡ଼ରେ ସେବେଠାରୁ ଲାଗିଥିବା ପୁରୁଣା ରଡ଼୍‌ଗୁଡ଼ିକ ମଧ୍ୟ ଖୋଲାଯାଇଥିଲା। ହସ୍‌ପିଟାଲରୁ ବାହାରିବା ପରେ ଗତ ପ୍ରାୟ ଦେଢ଼ମାସ ଧରି ସେ ପୁରୁଣା ଭୁବନେଶ୍ବରର ମହତାବ ରୋଡ଼୍‌ସ୍ଥିତ ତାଙ୍କ ବାସଭବନରେ ବିଶ୍ରାମ ନେଉଥିଲେ। ତେବେ ତାଙ୍କ ସ୍ବାସ୍ଥାବସ୍ଥାରେ ଆଶାନୁରୂପ ଉନ୍ନତି ନହେବାରୁ ଡାକ୍ତରଙ୍କ ପରାମର୍ଶ କ୍ରମେ ତାଙ୍କୁ କଟକର ଏକ ଘରୋଇ ହସ୍‌ପିଟାଲରେ ଭର୍ତ୍ତି କରାଯାଇଛି। ଆସନ୍ତାକାଲିଠାରୁ ତାଙ୍କର ସପ୍ତାହବ୍ୟାପୀ ସାନି ଚିକିତ୍ସା ଆରମ୍ଭ ହେବ। ଏହି ଚିକିତ୍ସା ବଳରେ ତାଙ୍କ ସ୍ବାସ୍ଥ୍ୟାବସ୍ଥାରେ ଦ୍ରୁତ ସୁଧାର ଆସିବ ବୋଲି ଡାକ୍ତରଙ୍କ ସୂତ୍ରକୁ ଉଦ୍ଧାର କରି ଶ୍ରୀ ନାୟକଙ୍କ ପୁତୁରା ଜ୍ୟୋତିରଂଜନ ନାୟକ ଓ ଘନିଷ୍ଠ ସହଯୋଗୀ ତଥା ସାମ୍ବାଦିକ ସତ୍ୟସୁନ୍ଦର ଭଞ୍ଜ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe