ଲାଲମୋହନ ପଟ୍ଟନାୟକଙ୍କ ପରଲୋକ

Advertisment
ଲାଲମୋହନ ପଟ୍ଟନାୟକଙ୍କ ପରଲୋକ

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ସୂଚନା ଓ ଲୋକସଂପର୍କ ବିଭାଗର ପୂର୍ବତନ ଅନୁବାଦକ ତଥା ବିଶିଷ୍ଟ ଲେଖକ ଲାଲମୋହନ ପଟ୍ଟନାୟକ ଆଉ ନାହାନ୍ତି। ଆଜି ମଧ୍ୟାହ୍ନରେ ଭୁବନେଶ୍ୱରସ୍ଥିତ ଏକ ଘରୋଇ ହସ୍ପିଟାଲରେ ତାଙ୍କର ବିୟୋଗ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୮୩ବର୍ଷ ବୟସ ହୋଇଥିଲା। ସ୍ୱର୍ଗତ ପଟ୍ଟନାୟକ ଅନୁପମ ଆଧ୍ୟାତ୍ମିକ ଭ୍ରମଣ ବୃତ୍ତାନ୍ତ ‘ଦ୍ୱାଦଶ ଜ୍ୟୋତିର୍ଲିଙ୍ଗ ଦର୍ଶନ’ର ଲେଖକ ଭାବେ ପ୍ରସିଦ୍ଧ। ‘ଆମ ଓଡ଼ିଶା’ ପକ୍ଷରୁ ୨୦୧୦ରେ ପ୍ରକାଶିତ ଏହି ପୁସ୍ତକର ତିନିଟି ସଂସ୍କରଣ ଓ ପୁନର୍ମୁଦ୍ରଣ ଏ ମଧ୍ୟରେ ପ୍ରକାଶ ପାଇ ପାଠକଙ୍କ ମଧ୍ୟରେ ବହୁଳ ଆଦୃତି ଲାଭ କରିଛି। ଏହା ବ୍ୟତୀତ ଶ୍ରୀଜଗନ୍ନାଥଙ୍କ ସଂପର୍କରେ ବହୁ ଗବେଷଣା ନିବନ୍ଧକୁ ନେଇ ‘ଶ୍ରୀଜଗନ୍ନାଥ ଓ ଶ୍ରୀମନ୍ଦିର ପରିଚୟ’ ଶୀର୍ଷକ ଅନ୍ୟ ଏକ ମୂଲ୍ୟବାନ ପୁସ୍ତକ ରହିଛି। ଖୋର୍ଦ୍ଧା ଜିଲା ଅନ୍ତର୍ଗତ ଚିଲିକା ବ୍ଲକ୍‍ର ହରିପୁର ଗ୍ରାମରେ ୧୯୩୬ ମସିହାରେ ଲାଲମୋହନଙ୍କର ଜନ୍ମ। ରେଭେନ୍‍ସା କଲେଜରୁ ସ୍ନାତକୋତ୍ତର ଶିକ୍ଷା ଲାଭ କରିଥିଲେ। ଏହାପରେ, ସେ ଓଡ଼ିଶା ସରକାରଙ୍କ ସୂଚନା ଓ ଲୋକସଂପର୍କ ବିଭାଗରେ ଓଡ଼ିଆ ଅନୁବାଦକ ଭାବେ ଯୋଗ ଦେଇଥିଲେ। ୧୯୯୪ରେ ଅବସର ଗ୍ରହଣ କରିବା ପରେ ସେ ଶ୍ରୀଜଗନ୍ନାଥଙ୍କ ସଂପର୍କରେ ଗବେଷଣାରେ ନିଜକୁ ନିୟୋଜିତ କରିଥିଲେ। କିଛିବର୍ଷ ପୂର୍ବରୁ ତାଙ୍କର ପତ୍ନୀ ତଥା ଅବସରପ୍ରାପ୍ତ ଅଧ୍ୟାପିକା ସ୍ୱର୍ଣ୍ଣଲତା ଦାସ (ଜୁଲି)ଙ୍କର ବିୟୋଗ ଘଟିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe