ଧାନ ସଂଗ୍ରହ ବାବଦରେ ଏଜେନ୍‌ସିରୁ କମିସନ ପାଉଛନ୍ତି ଲ୍ୟାମ୍ପସ, ପ୍ୟାକ୍ସ୍

Advertisment
ଧାନ ସଂଗ୍ରହ ବାବଦରେ ଏଜେନ୍‌ସିରୁ କମିସନ ପାଉଛନ୍ତି ଲ୍ୟାମ୍ପସ, ପ୍ୟାକ୍ସ୍

ଭୁବନେଶ୍ବର : ପ୍ରାଥମିକ କୃଷି ସମବାୟ ସମିତି(ପ୍ୟାକ୍ସ) ଓ ବୃହଦକାର ବହୁମୁଖୀ ପ୍ରାଥମିକ ସମିତି(ଲ୍ୟାମ୍ପସ୍‌)ଗୁଡ଼ିକ ଚାଷୀମାନଙ୍କୁଠାରୁ ସଂଗୃହୀତ ଧାନ ବାବଦରେ କୌଣସି ପରିଚାଳନା ଫି’ ପାଇବାର ବ୍ୟବସ୍ଥା ନାହିଁ। ପ୍ୟାକ୍ସ ଓ ଲ୍ୟାମ୍ପସ୍‌ ଗୁଡ଼ିକ ସଂଗୃହୀତ ଧାନ ବାବଦରେ ସଂପୃକ୍ତ ରାଜ୍ୟ ଏଜେନ୍ସିଙ୍କଠାରୁ କ୍ବିଣ୍ଟାଲ ପିଛା ୩୧.୨୫ ଟଙ୍କା କମିସନ ପାଇବାର ବ୍ୟବସ୍ଥା ରହିଥିବା ସୂଚନା ଦେଇଛନ୍ତି ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ।

ବିଧାୟକ ସୌମ୍ୟରଂଜନ ପଟ୍ଟନାୟକଙ୍କ ଏକ ପ୍ରଶ୍ନର ଉତ୍ତରରେ ଶ୍ରୀ ସ୍ବାଇଁକହିଛନ୍ତି ଯେ ଧାନ ସଂଗ୍ରହ ବାବଦରେ ପ୍ୟାକ୍ସ ଓ ଲ୍ୟାମ୍ପସ ବର୍ତମାନ ସୁଦ୍ଧା ୧,୧୦,୫୫୭ ଟଙ୍କା ଆୟ କରିଛନ୍ତି। ଏହି ଅର୍ଥ ସମିତିର ଭିତ୍ତିଭୂମିର ବିକାଶ ପାଇଁ ଉଦ୍ଦିଷ୍ଟ। ପ୍ରାପ୍ତ କମିସନ ଅର୍ଥରୁ ଏବେ ସୁଦ୍ଧା ୨୦,୬୭୯ ଟଙ୍କା ଖର୍ଚ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe