ବେଆଇନ ଜମି ଅଧିଗ୍ରହଣକୁ ବିରୋଧ: ପଦଯାତ୍ରାରେ ଆସି ବିସ୍ଥାପିତ ଗର୍ଜିଲେ, ଆସିଲେନି ଜିଲ୍ଲାପାଳ

Advertisment

ଅନଶନରେ ପରିବେଶବିତ୍ ପ୍ରଫୁଲ୍ଲଙ୍କ ସହ ବିସ୍ଥାପିତ

ଅନଶନରେ ପରିବେଶବିତ୍ ପ୍ରଫୁଲ୍ଲଙ୍କ ସହ ବିସ୍ଥାପିତ

ବେଆଇନ ଜମି ଅଧିଗ୍ରହଣକୁ ବିରୋଧ: ପଦଯାତ୍ରାରେ ଆସି ବିସ୍ଥାପିତ ଗର୍ଜିଲେ, ଆସିଲେନି ଜିଲ୍ଲାପାଳ

ସୁନ୍ଦରଗଡ଼: ରାଜଗାଙ୍ଗପୁରସ୍ଥିତ ଓସିଏଲ୍ ଇଣ୍ଡିଆ ସିମେଣ୍ଟ କାରଖାନା ଓ ଖଣି ସମ୍ପ୍ରସାରଣ ପାଇଁ ପ୍ରଶାସନର ବେଆଇନ ଜମି ଅଧିଗ୍ରହଣକୁ ବିରୋଧ କରିଛି ଗ୍ରାମସଭା କମିଟି ଫୋରମ। ଏହି ପରିପ୍ରେକ୍ଷିରେ ଶହଶହ ବିସ୍ଥାପିତ ୬୦ କିଲୋମିଟର ବିଶାଳ ପଦଯାତ୍ରାରେ ଆସି ସୁନ୍ଦରଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ଯାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରି ଜିଲ୍ଲା ପ୍ରଶାସନ ଉପରେ ଖୁବ୍ ବର୍ଷିଛନ୍ତି। ତେବେ ଫୋରମର ଦାବିକ୍ରମେ ବିକ୍ଷୋଭସ୍ଥଳକୁ ଆସି ସ୍ମାରକପତ୍ର ନେବାକୁ ଜିଲ୍ଲାପାଳ ମନା କରିଦେବା ପରେ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି।

ବିକ୍ଷୋଭରେ ସାମିଲ ହୋଇଥିବା ବିଶିଷ୍ଟ ପରିବେଶବିତ୍ ପ୍ରଫୁଲ୍ଲ ସାମନ୍ତରା, ରାଜଗାଙ୍ଗପୁର ବିଧାୟକ ଡ. ରାଜନ ଏକ୍କା, ଆଦିବାସୀ ନେତ୍ରୀ ଆନ୍ନା କୁଜୁର ସମେତ ବିକ୍ଷୋଭକାରୀ ଅନଶନରେ ବସି ଯାଇଛନ୍ତି। ଜିଲ୍ଲାପାଳ ନ ଆସିବା ଯାଏଁ ଅନଶନ ଜାରି ରହିବ ବୋଲି ଫୋରମ୍ ପ୍ରକାଶ କରିଛି। ବିକ୍ଷୋଭ ଓ ଅନଶନ ଯୋଗୁଁ ଡିଆରଡିଏ ଛକରୁ ଜିଲ୍ଲାପାଳଙ୍କ କାର୍ଯ୍ଯାଳୟ ଯାଏଁ ଦିନ ୧୧ଟାରୁ ଅବରୋଧ ହୋଇ ରହିଛି। ସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି। ଫୋରମର ଅଭିଯୋଗ ଅନୁସାରେ, ନୀତି ଅନୁଯାୟୀ ସର୍ବପ୍ରଥମେ ଜମି ଅଧିଗ୍ରହଣ ପାଇଁ ପ୍ରାଥମିକ ନୋଟିସ ପ୍ରକାଶ ପୂର୍ବରୁ ଗ୍ରାମସଭା, ପଞ୍ଚାୟତର ଅନୁମତି ନିଆଯିବା କଥା। ସେହିପରି ସାମାଜିକ ପ୍ରଭାବ ଆକଳନ ସମ୍ବନ୍ଧୀୟ ଅଧ୍ୟୟନ ପୂର୍ବରୁ ଗ୍ରାମସଭାର ଅନୁମତି ନିଆଯିବା ଉଚିତ।କିନ୍ତୁ ପ୍ରଶାସନ ଏସବୁକୁ ଅଣଦେଖା କରିଛି।କେବଳ ଔପଚାରିକତା ଦୃଷ୍ଟିରୁ ପ୍ରଶାସନ ଅଧ୍ୟୟନ ଚିଠା ରିପୋର୍ଟର ଜନଶୁଣାଣି କରାଯାଇଛି। ଯାହାକୁ ଲୋକେ ବିରୋଧ କରିଥିଲେ। ପ୍ରକାଶିତ ଚୂଡ଼ାନ୍ତ ରିପୋର୍ଟରେ ଚଞ୍ଚକତା ପୂର୍ବକ ଜନଶୁଣାଣି ସୁରୁଖୁରୁରେ ହୋଇଥିବା ଉଲ୍ଲେଖ କରାଯାଇଛି। ଏପରିକି ଜନଶୁଣାଣିରେ ଅଂଶଗ୍ରହଣ କରିନଥିବା ବ୍ୟକ୍ତିଙ୍କ ଜାଲ ହସ୍ତାକ୍ଷର ମଧ୍ୟ କରାଯାଇଛି। ପ୍ରଶାସନିକ ଅଧିକାରୀଙ୍କ ଏହି ଜାଲିଆ‌ତି ବିରୋଧରେ ଲୋକେ ଥାନାରେ ମାମଲା ରୁଜୁ କରିଛନ୍ତି। ଖଣି ପ୍ରଭାବରେ ଏହି ଅଞ୍ଚଳରେ ପ୍ରଦୂଷଣ ବୃଦ୍ଧି, ଜଳସ୍ତର ହ୍ରାସ, ସ୍ବଚ୍ଛ ପାନୀୟ ଜଳ ସମସ୍ୟା ସୃଷ୍ଟି ହୋଇଥିବା ପ୍ରକାଶ ପାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe