ତାଳଚେର-ବିମଳାଗଡ଼ ରେଳ ପ୍ରକଳ୍ପରେ ଜମି ଅଧିଗ୍ରହଣ ବାଧକ: ୩୫.୬୮ କୋଟି ମଞ୍ଜୁରି ପାଇଁ କୁଣ୍ଠା!

Advertisment
କଚ୍ଛପ ଗତିରେ ତାଳଚେର-ବିମଳାଗଡ଼ ରେଳପଥ, ବାଧକ ସାଜିଛି ଜମି ଅଧିଗ୍ରହଣ

Kerala Kaumudi

ରାଉରକେଲା : ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲ୍ଲାବାସୀଙ୍କର ୬୦ ବର୍ଷ ପୁରୁଣା ସ୍ବପ୍ନ ତାଳଚେର-ବିମଳାଗଡ଼ ପ୍ରକଳ୍ପ ଆଗେଇ ପାରୁନି। ମୋଟ୍ ୧୪୯.୭୮ କିଲୋମିଟର ଲମ୍ବ ବିଶିଷ୍ଟ ଏହି ରେଳପଥ ପାଇଁ ରେଳବାଇ ପକ୍ଷରୁ ପର୍ଯ୍ୟାପ୍ତ ଅର୍ଥ ଅନୁମୋଦନ ହୋଇସାରିଛି। ସବୁ ଅନୁଦାନ ରାଜ୍ୟ ରାଜକୋଷରେ ଜମା ବି ହୋଇରହିଛି। ମାତ୍ର, ରାଜ୍ୟ ସରକାର ଅର୍ଥ ମଞ୍ଜୁରୀ ପାଇଁ କୁଣ୍ଠା ପ୍ରକାଶ କରୁଥିବାରୁ ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣ ପ୍ରକ୍ରିୟା ଆରମ୍ଭ ହୋଇପାରୁନି। ଖୋଦ୍‌ ଜିଲ୍ଲା ପ୍ରଶାସନ ଅର୍ଥ ମଞ୍ଜୁର ପାଇଁ ପତ୍ର ମାଧ୍ୟମରେ ନିବେଦନ କରିଥିଲେ ସୁଦ୍ଧା, ପଦକ୍ଷେପ ଆଶାନୁରୂପକ ନୁହେଁ।

publive-image Railways Year Book

ତାଳଚେର-ବିମଳାଗଡ଼ ପ୍ରକଳ୍ପ ପାଇଁ ସୁନ୍ଦରଗଡ଼ ଜିଲ୍ଲା ସମେତ ଦେବଗଡ଼ ଓ ଅନୁଗୁଳ ଜିଲ୍ଲାର ମୋଟ୍‌ ୧୧୫ଟି ଗାଁର ୮୫୪.୫୪ ଏକର ବେସରକାରୀ ଜମି ଅଧିଗ୍ରହଣ କରାଯିବ। ଏହି କ୍ରମରେ ସୁନ୍ଦରଗଡ଼ ଜିଲ୍ଲାର ମୋଟ୍‌ ୧୯ଟି ଗାଁର ୨୪୮.୦୨ ଏକର ଜମି ଅଧିଗ୍ରହଣ ହେବ। ଏଥିମଧ୍ୟରୁ ଲହୁଣୀପଡ଼ା ବ୍ଲକର ସର୍ବାଧିକ ୨୨ ଗାଁ, କୋଇଡ଼ା ବ୍ଲକର ୪ ଗାଁ ଓ ବଣାଇଁ ବ୍ଲକର ୩ ଗାଁ ରହିଛି। ଏ ସମସ୍ତ ଗାଁରେ ଜମି ଚିହ୍ନଟ ହୋଇସାରିଛି। କେବଳ କୋଇଡ଼ା ବ୍ଲକ ଫକୀରମୁଣ୍ଡା ଗାଁରେ ଏକର ପିଛା ଜମିର ଦର ୫ ଲକ୍ଷ ୮୬ ହଜାର ୮୫୦ ଟଙ୍କା ଧାର୍ଯ୍ୟ କରାଯାଇଥିଲା। ତେବେ, ବଳକା ୨୮ଟି ଗାଁରେ ଉଚିତ ମୂଲ୍ୟ ଦିଆଯାଉନଥିବା ଅଭିଯୋଗରେ ଜମି ଛାଡ଼ିନଥିଲେ ଗ୍ରାମବାସୀ। ଏନେଇ କ୍ଷତିପୂରଣ ବାବଦକୁ ସ୍ଥିର ହୋଇଥିବା ମୂଲ୍ୟର ପୁନର୍ବିଚାର କରିଥିଲା ଜିଲ୍ଲା ପ୍ରଶାସନ। ଏହାସହ ଏହି ୨୮ଟି ଗାଁରେ ଏକର ପିଛା କ୍ଷତିପୂରଣ ବାବଦକୁ ୫ ଲକ୍ଷ ୩୩ ହଜାର ଟଙ୍କା ସ୍ଥିରୀକୃତ ହେଲା। ଏ ବାବଦକୁ ମୋଟ୍‌ ୩୫ କୋଟି ୬୮ ଲକ୍ଷ ୪୫ ହଜାର ୫୮୪ ଟଙ୍କା ମଞ୍ଜୁର କରିବାକୁ ଜିଲ୍ଲା ପ୍ରଶାସନ ରାଜ୍ୟ ସରକାରଙ୍କ ନିକଟରେ ନିବେଦନ କରିଥିଲା। ଏନେଇ ସୁନ୍ଦରଗଡ଼ ଜିଲ୍ଲାପାଳ ଗତ ମାର୍ଚ୍ଚ ୨୨ ତାରିଖରେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଅତିରିକ୍ତ ମୁଖ୍ୟ ସଚିବଙ୍କୁ ଏକ ଚିଠି(ନମ୍ବର ୨୩୫, ତାରିଖ ୨୨-୩-୨୦୨୨) ମାଧ୍ୟମରେ ଉକ୍ତ ଅର୍ଥ ମଞ୍ଜୁର କରିବାକୁ ନିବେଦନ କରିଥିଲେ। ଉକ୍ତ ପତ୍ରର ଏକକିତା ନକଲ ରାଜ୍ୟ ବାଣିଜ୍ୟ ଓ ପରିବହନ ବିଭାଗର ସଚିବ ଓ ସ୍ବତନ୍ତ୍ର ସଚିବ, ସମ୍ବଲପୁର ଆର୍‌ଡିସିଙ୍କ ଉଦ୍ଦେଶ୍ୟରେ ପଠାଇଥିଲେ।

ତେବେ ଆଜି ପର୍ଯ୍ୟନ୍ତ ଏନେଇ କୌଣସି ପଦକ୍ଷେପ ନିଆଯାଇନି। ଫଳରେ ଜିଲ୍ଲାରେ ଜମି ଅଧିଗ୍ରହଣ ପ୍ରକ୍ରିୟା ଆରମ୍ଭ ହୋଇପାରୁନି। କ୍ଷତିପୂରଣ ବାବଦକୁ ପୂର୍ବରୁ ରାଜ୍ୟ ସରକାର ୨୩ କୋଟି ୮୨ ଲକ୍ଷ ୧୮ ହଜାର ୮୨୮ ଟଙ୍କା ମଞ୍ଜୁର କରିଥିଲେ। ତେବେ, ରେଳବାଇ କର୍ତ୍ତୃପକ୍ଷ କ୍ଷତିପୂରଣ ବାବଦକୁ ରାଜ୍ୟ ସରକାରଙ୍କ ନିକଟରେ ଏଯାବତ୍ ୩୨୦.୪୦ କୋଟି ଜମା କରିସାରିଛନ୍ତି। ମାତ୍ର ଉକ୍ତ ଅର୍ଥ ମଧ୍ୟରୁ ୩୫.୬୮ କୋଟି ଟଙ୍କା ମଞ୍ଜୁର କରିବାରେ ସରକାର କାର୍ପଣ୍ୟତା ଦେଖାଉଥିବା ଅଭିଯୋଗ ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe