ପର୍ଯ୍ୟଟନ ପ୍ରକଳ୍ପ ପାଇଁ ଶିଳ୍ପ ନୀତି ଆଧାରରେ ଜମି

ପର୍ଯ୍ୟଟନ ପ୍ରକଳ୍ପ ପାଇଁ ଶିଳ୍ପ ନୀତି ଆଧାରରେ ଜମି

Photo by : keralatourism.org

ଭୁବନେଶ୍ୱର : ରାଜ୍ୟ ସରକାର ନୂଆ ପର୍ଯ୍ୟଟନ ନୀତି ପ୍ରଣୟନ କରିଥିଲେ ବି ଆଖିଦୃଶିଆ ପର୍ଯ୍ୟଟନ ପ୍ରକଳ୍ପକୁ ଆକୃଷ୍ଟ କରିବାରେ ସକ୍ଷମ ହୋଇ ନାହାନ୍ତି। ଏହାର ମୁଖ୍ୟ କାରଣ ରହିଛି ଜମି ଉପଲବ୍ଧ ନ ହେବା। ସେଥି ପାଇଁ ଓଡ଼ିଶାରେ ସମସ୍ତ ସମ୍ଭାବନା ଥିଲେ ବି ପର୍ଯ୍ୟଟନ ପ୍ରକଳ୍ପରେ ପୁଞ୍ଜିନିବେଶ ପାଇଁ କେହି ଆଗ୍ରହ ପ୍ରକାଶ କରୁ ନାହାନ୍ତି। ଏହାକୁ ନଜରରେ ରଖି ସରକାର ନୂଆ ବାଟ ବାହାର କରିଛନ୍ତି। ଏଣିକି ଶିଳ୍ପ ନୀତି ଆଧାରରେ ପର୍ଯ୍ୟଟନ ପ୍ରକଳ୍ପକୁ ଜମି ଯୋଗାଇ ଦିଆଯିବ। ବିଭିନ୍ନ ଅଞ୍ଚଳରେ ରାଜସ୍ୱ ବିଭାଗ ଦ୍ୱାରା ଧାର୍ଯ୍ୟ ଦର ନିଆଯିବ ନାହିଁ। ଆଜି ସଚିବାଳୟରେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ପର୍ଯ୍ୟଟନ ପ୍ରକଳ୍ପ ପାଇଁ ଜମି ଆବଣ୍ଟନ ଉପରେ ହୋଇଥିବା ଏକ ଉଚ୍ଚସ୍ତରୀୟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।

ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେଇ ପର୍ଯ୍ୟଟନ ବିଭାଗର ପ୍ରମୁଖ ସଚିବ ମୋନା ଶର୍ମା କହିଛନ୍ତି, ଇଣ୍ଡଷ୍ଟ୍ରି୍ରଆଲ୍‌ ପଲିସି ରିଜୋଲ୍ୟୁସନ୍‌(ଆଇପିଆର୍‌)-୨୦୧୫ରେ ଧାର୍ଯ୍ୟ ଦର ଅନୁଯାୟୀ ପର୍ଯ୍ୟଟନ ପ୍ରକଳ୍ପକୁ ଜମି ଦିଆଯିବ। ଏଥି ପାଇଁ ସଂପୃକ୍ତ ଜିଲ୍ଲାପାଳ ସଂସ୍ଥା ସହ ଚୁକ୍ତି ସ୍ୱାକ୍ଷର କରିବେ। ତେବେ ବଡ଼ ସହରାଞ୍ଚଳରେ ଏହି ବ୍ୟବସ୍ଥା ଲାଗୁ ହେବ ନାହିଁ। ଏଠାରେ ନିଲାମ ମାଧ୍ୟମରେ ଜମି ଦିଆଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe