Land acquisition: ଅଚଳ ହୋଇଯିବ ଜମିଜମା କାର୍ଯ୍ୟ: ରାଜସ୍ବ ପର୍ଷଦ ଓ ବନ୍ଦୋବସ୍ତ କାର୍ଯ୍ୟାଳୟର ସମ୍ପତ୍ତି ଆଟାଚ୍‌ ପାଇଁ କୋର୍ଟଙ୍କ ନିର୍ଦ୍ଦେଶ

Advertisment

ସାରା ରାଜ୍ୟରେ ତହସିଲ ରେକର୍ଡରୁମ୍‌ ଆଧୁନିକୀକରଣ କାର୍ଯ୍ୟ କରିଥିବା ଏକ ସଂସ୍ଥାକୁ ରାଜସ୍ବ ବିଭାଗ ଟଙ୍କା ଦେଇ ନ ଥିବାରୁ ଏବେ ରାଜସ୍ବ ପର୍ଷଦ, ଯୋବ୍ରାସ୍ଥିତ ବନ୍ଦୋବସ୍ତ କାର୍ଯ୍ୟାଳୟର ସମସ୍ତ ସମ୍ପତ୍ତି ଜବତ (ଆଟାଚ୍‌) କରାଯିବ।

ସାରା ରାଜ୍ୟରେ ତହସିଲ ରେକର୍ଡରୁମ୍‌ ଆଧୁନିକୀକରଣ କାର୍ଯ୍ୟ କରିଥିବା ଏକ ସଂସ୍ଥାକୁ ରାଜସ୍ବ ବିଭାଗ ଟଙ୍କା ଦେଇ ନ ଥିବାରୁ ଏବେ ରାଜସ୍ବ ପର୍ଷଦ, ଯୋବ୍ରାସ୍ଥିତ ବନ୍ଦୋବସ୍ତ କାର୍ଯ୍ୟାଳୟର ସମସ୍ତ ସମ୍ପତ୍ତି ଜବତ (ଆଟାଚ୍‌) କରାଯିବ।

patta

କଟକ: ସାରା ରାଜ୍ୟରେ ତହସିଲ ରେକର୍ଡରୁମ୍‌ ଆଧୁନିକୀକରଣ କାର୍ଯ୍ୟ କରିଥିବା ଏକ ସଂସ୍ଥାକୁ ରାଜସ୍ବ ବିଭାଗ ଟଙ୍କା ଦେଇ ନ ଥିବାରୁ ଏବେ ରାଜସ୍ବ ପର୍ଷଦ, ଯୋବ୍ରାସ୍ଥିତ ବନ୍ଦୋବସ୍ତ କାର୍ଯ୍ୟାଳୟର ସମସ୍ତ ସମ୍ପତ୍ତି ଜବତ (ଆଟାଚ୍‌) କରାଯିବ। ଏଥିସହିତ ଏକ ବ୍ୟାଙ୍କ ଆକାଉଣ୍ଟ ମଧ୍ୟ ଜବତ କରିବା ପାଇଁ କଟକ ବରିଷ୍ଠ ସିଭିଲ୍‌ ଜଜ୍‌ (କମର୍ସିଆଲ୍‌) ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି। ଆଜି ଏସବୁ ଜବତ ହେବା ପାଇଁ ପ୍ରସ୍ତୁତି ଶେଷ ହୋଇଥିଲେ ମଧ୍ୟ ବିଭିନ୍ନ କାରଣରୁ ଆବଶ୍ୟକ ପୁଲିସ ଫୋର୍ସ ଯୋଗାଇବାକୁ କଟକ ଡିସିପି ଅସହାୟତା ପ୍ରକାଶ କରି ଆଉ ଗୋଟିଏ ତାରିଖ ଧାର୍ଯ୍ୟ କରିବାକୁ ଅନୁରୋଧ କରିବାରୁ ଜବତ ପ୍ରକ୍ରିୟା ସାମୟିକ ଭାବେ ସ୍ଥଗିତ ରହିଛି।

NSD:  ଭାରତ ରଙ୍ଗ ମହୋତ୍ସବ: ୧୯ଟି ସ୍ଥାନରେ ୧୩୦ରୁ ଅଧିକ ଜାତୀୟ, ଅନ୍ତର୍ଜାତୀୟ ପ୍ରଦର୍ଶନ

ସୂଚନା ଅନୁସାରେ, ରାଜ୍ୟର ୧୧୩ଟି ତହସିଲରେ ରେକର୍ଡରୁମ୍‌ର ଆଧୁନିକୀକରଣ କରାଯିବାକୁ ୨୦୧୨ ମସିହାରେ ଟେଣ୍ଡର ଆହ୍ବାନ କରାଯାଇଥିଲା। ସିଲ୍‌ଭାସା ଇନ୍‌ଫୋଟେକ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ ବିଡ୍‌ରେ ସଫଳ ହେବା ପରେ ୨୦୧୩ ଜାନୁଆରି ୭ ତାରିଖରେ ୧୭.୫ କୋଟି ଟଙ୍କାର କାମ ପାଇଁ ଚୁକ୍ତି ସ୍ବାକ୍ଷର ହୋଇ କାର୍ଯ୍ୟାଦେଶ ପ୍ରଦାନ କରାଗଲା। କାମ ୩ ମାସ ଭିତରେ ଶେଷ କରିବାକୁ ସର୍ତ୍ତ ରଖାଯାଇଥିଲା। ହେଲେ ଆବଶ୍ୟକତା ଅନୁସାରେ ପ୍ରତ୍ୟେକ ତହସିଲ୍‌ରେ ୮୦୦ ବର୍ଗଫୁଟର ଗୋଟିଏ ରୁମ୍‌, ବିଦ୍ୟୁତ୍‌ ଯୋଗାଣ, ଅଗ୍ନି ନିର୍ବାପକ ବ୍ୟବସ୍ଥା ଇତ୍ୟାଦି ଉପଲବ୍ଧ ନଥିଲା। କିନ୍ତୁ ଧାର୍ଯ୍ୟ ସମୟ ସୁଦ୍ଧା କାମ ଆରମ୍ଭ ହୋଇପାରୁ ନ ଥିବାରୁ ସରକାରଙ୍କୁ ଅବଧି ବଢ଼ାଇବାକୁ  ଅନୁରୋଧ କରି କଂପାନି ନିରାଶ ହୋଇଥିଲା। କାମ ଠିକ୍‌ ସମୟରେ ଶେଷ ହୋଇ ନ ଥିବାରୁ ସରକାର ସଂସ୍ଥାକୁ କଳାତାଲିକାଭୁକ୍ତ କଲେ।

ରାଜସ୍ବ ପର୍ଷଦ ଓ ବନ୍ଦୋବସ୍ତ କାର୍ଯ୍ୟାଳୟର ସମ୍ପତ୍ତି ଆଟାଚ୍‌ ପାଇଁ କୋର୍ଟଙ୍କ ନିର୍ଦ୍ଦେଶ
ସାଢ଼େ ୯ କୋଟି ଟଙ୍କା ନ ଦେଲେ ନିର୍ଦ୍ଦେଶକଙ୍କ ଅଫିସ୍‌ରେ ତାଲା ଝୁଲିବ

ଏଭଳି ସ୍ଥିତିରେ କିଣାଯାଇଥିବା ସରଞ୍ଜାମଗୁଡ଼ିକ ଖରାପ ହେଲେ ଅନେକ କ୍ଷତି ହେବାକୁ ଥିବାରୁ ସରକାରଙ୍କ ନିଷ୍ପତ୍ତିକୁ ହାଇକୋର୍ଟରେ ଚ୍ୟାଲେଞ୍ଜ କରାଯାଇଥିଲା। କୋର୍ଟଙ୍କ ନିର୍ଦ୍ଦେଶ ପରେ ୨୦୧୫ ମସିହାରେ କଳା ତାଲିକାରୁ ଏହି ସଂସ୍ଥାର ନାମ ହଟାଯାଇଥିଲା ଓ ୨୦୧୭ରେ କାମ ଶେଷ ହୋଇଥିଲା। କିନ୍ତୁ ଚୂଡ଼ାନ୍ତ ବିଲ୍‌ ପୈଠ କରାଯିବାକୁ ବିଭାଗକୁ କୁହାଯିବା ବେଳେ ସଂସ୍ଥା ଉପରେ ପାଲଟା ୮୦ ଲକ୍ଷ ୩୫ହଜାର ୯୧୩ ଟଙ୍କାର ଜରିମାନା ଲଗାଯାଇଥିଲା। ତଥାପି ୯୮ଲକ୍ଷ ୫୪ହଜାର ୬୪୩ଟଙ୍କା ବିଭାଗ ନ‌ ଦେବାରୁ ସଂସ୍ଥା ଏହା ବିରୋଧରେ ପୁଣି ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲା। ଏହାପରେ ଜଷ୍ଟିସ୍‌ ବି.ପି. ଦାଶ ଆର୍ବିଟ୍ରେଟର ଭାବେ ମାମଲାର ଶୁଣାଣି କରିଥି‌ଲେ। ସିଲଭାସା ଇନଫୋଟେକ୍‌ ବିଭିନ୍ନ କ୍ଷତିପୂରଣ ବାବଦକୁ ମୋଟ ୨୨୬ କୋଟି ୭୯ଲକ୍ଷ ୪୮ହଜାର ୩୭୧ ଟଙ୍କା ଦାବି କରିଥିଲା। ଦାବିଗୁଡ଼ିକ ଉପରେ ବିଚାର କରି କ୍ଷତିପୂରଣ ରାଶି ୭ କୋଟି ୪୬ ଲକ୍ଷ ୪୫ ହଜାର ୨୨୭ ଟଙ୍କା ଧାର୍ଯ୍ୟ କରାଯାଇଥିଲା ଓ ୩ ମାସ ମଧ୍ୟରେ ଜମି ରେକର୍ଡ ଓ ସର୍ଭେ ନିର୍ଦ୍ଦେଶକ ଏହାକୁ ପୈଠ କରିବାକୁ ୨୦୨୩ ମେ ୧୫ରେ ନିର୍ଦ୍ଦେଶ ଦିଆଯାଇଥିଲା। ପରବର୍ତ୍ତୀ ସମୟରେ ଆର୍ବିଟ୍ରେଟରଙ୍କ ନିର୍ଦ୍ଦେଶ କାର୍ଯ୍ୟକାରୀ କରାଯାଇ ନଥିଲା। 

ଫଳରେ ସଂପୃକ୍ତ ସଂସ୍ଥା କଟକ ବରିଷ୍ଠ ସିଭିଲ ଜଜ୍ (କମର୍ସିଆଲ୍‌) ଅଦାଲତଙ୍କ ଦ୍ବାରସ୍ଥ ହୋଇଥିଲା। କୋର୍ଟ ମୂଳ କ୍ଷତିପୂରଣ ରାଶି ସହିତ ୧୦ ପ୍ରତିଶତ ସୁଧ ମିଶାଇ ମୋଟ ୯କୋଟି ୪୪ଲକ୍ଷ ୪୧ହଜାର ୫୫୦ ଟଙ୍କା ପ୍ରଦାନ କରିବାକୁ ଗତ ଜାନୁଆରି ୧୩ ତାରିଖରେ ନିର୍ଦ୍ଦେଶ ଦେଇଥିଲେ। ହେଲେ ଟଙ୍କା ପୈଠ କରା ନ ଯିବାରୁ ଆବେଦନକାରୀଙ୍କ ଦାବି ଅନୁସାରେ ରାଜସ୍ବ ପର୍ଷଦର ଜମି ରେକର୍ଡ ଓ ସର୍ଭେ ନିର୍ଦ୍ଦେଶକଙ୍କ ଅଫିସର ସମସ୍ତ ଉପକରଣ ସହିତ ଯୋବ୍ରା ସେଟଲ୍‌ମେଣ୍ଟ କାର୍ଯ୍ୟାଳୟ ସଂପତ୍ତି ଆଟାଚ୍‌ କରିବାକୁ ଜାନୁଆରି ୧୬ ତାରିଖରେ ନିର୍ଦ୍ଦେଶ ଦେଇଛନ୍ତି। ବଜ୍ରକବାଟୀ ରୋଡ୍‌ରେ ନିର୍ଦ୍ଦେଶକଙ୍କ ନାମରେ ଥିବା ଦେନା ବ୍ୟାଙ୍କ୍‌ର ଆକାଉଣ୍ଟକୁ ମଧ୍ୟ ଆଟାଚ୍‌ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ଜ୍ୟୋର୍ତିମୟ ପ୍ରସାଦ ବେହେରା ମାମଲା ପରିଚାଳନା କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe