ଅଗ୍ରିଆ ସମାଜକୁ ଜମି ଓ ଅନୁଦାନ ପ୍ରସଙ୍ଗ: ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଅଭିଯୋଗ ଆଣିଲେ ଆଇନଜୀବୀ

ଅଗ୍ରିଆ ସମାଜକୁ ଜମି ଓ ଅନୁଦାନ ପ୍ରସଙ୍ଗ: ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଅଭିଯୋଗ ଆଣିଲେ ଆଇନଜୀବୀ

ଝାରସୁଗୁଡା: ଝାରସୁଗୁଡା ଉପନିର୍ବାଚନ ବେଳେ ଅଗ୍ରିଆ ସମାଜକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୩ କୋଟି ଟଙ୍କା ଓ ଅଧ ଏକର ଜମି ପ୍ରଦାନ କରିବା ଘଟଣାକୁ ନେଇ ଉପନିର୍ବାଚନ ରିଟର୍ଣ୍ଣିଙ୍ଗ ଅଫିସର ତଥା ଉପଜିଲ୍ଲାପାଳ କିଶୋର ଚନ୍ଦ୍ର ସ୍ୱାଇଁଙ୍କ ନିକଟରେ ଅଭିଯୋଗ ହୋଇଛି । ଝାରସୁଗୁଡା ନିର୍ବାଚନ ମଣ୍ଡଳୀରେ ଅଗ୍ରିଆ ସମାଜର ଭୋଟ ପ୍ରାୟ ୩୦ ପ୍ରତିଶତ ରହୁଥିବାରୁ ଭୋଟରଙ୍କୁ ଆକୃଷ୍ଟ କରିବାକୁ ଯାଇ ମୁଖ୍ୟମନ୍ତ୍ରୀ ଏଭଳି ଘୋଷଣା କରିଥିବା ନେଇ ଆପତ୍ତି ଉଠାଇଛନ୍ତି ଆଇନଜୀବୀ ଆଲବର୍ଟ କିଣ୍ଡୋ।

publive-image

ଆଜି ରାଉରକେଲାର ଆଇନଜୀବୀ ଆଲବର୍ଟ କି‌ଣ୍ଡୋ ଏ ନେଇ ଝାରସୁଗୁଡା ଉପନିର୍ବାଚନ ରିଟର୍ଣ୍ଣିଙ୍ଗ ଅଫିସର ତଥା ଉପଜିଲ୍ଲାପାଳ କିଶୋର ଚନ୍ଦ୍ର ସ୍ୱାଇଁଙ୍କ ନିକଟରେ ଫେରାଦ ହୋଇଛନ୍ତି। ନିର୍ବାଚନ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଥିଲା ସମୟରେ ମୁଖ୍ୟମନ୍ତ୍ରୀଙ୍କ ଏଭଳି ଘୋଷଣା ବେଆଇନ ବୋଲି ସେ ଅଭିଯୋଗ କରିଛନ୍ତି। ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଆଦର୍ଶ ଆଚରଣ ବିଧି ଉଲ୍ଲଙ୍ଘନ ନେଇ କାର୍ଯ୍ୟାନୁଷ୍ଠାନ କରିବାକୁ ସେ ଦାବି କରିଛନ୍ତି। ଯଦି ରାଜ୍ୟର ମୁଖ୍ୟମନ୍ତ୍ରୀ ଏଭଳି ଆଇନର ଉଲ୍ଲଙ୍ଘନ କରିବେ ଅନ୍ୟ କାହା କଥା କଣ କୁହାଯିବ ବୋଲି ସେ କହିଛନ୍ତି। ସୁନ୍ଦରଗଡ଼, ଝାରସୁଗୁଡା, ସମ୍ବଲପୁରରେ ଯେଉଁ ଅଗ୍ରିଆ ସମାଜର ଲୋକ ଅଛନ୍ତି ମୁଖ୍ୟମନ୍ତ୍ରୀ ସେମାନଙ୍କୁ ଭୋଟ ବ୍ୟାଙ୍କ ଭାବେ ନେଇ କାର୍ଡ ଖେଳିଛନ୍ତି ବୋଲି ଶ୍ରୀ କିଣ୍ଡୋ ଅଭିଯୋଗ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe