ଜମି ମ୍ୟୁଟେସନ୍‌ ନାଁରେ ୪୩ ଲକ୍ଷ ଠକେଇ, ଜମି ଦଲାଲ କ୍ରିଷ୍ଣା ଗିରଫ

ଦୁଇଟି ବ୍ୟାଙ୍କ ଜରିଆରେ ଠକିଥିଲା

ଦ୍ବିତୀୟ ବିବାହ କରି ବନ୍ଧା ହେଲା ସ୍ୱାମୀ

India Today

ରାଉରକେଲା : ଜମି ମ୍ୟୁଟେସନ୍‌ ନାଁରେ ଜଣେ ଚାଷୀଙ୍କ ଠାରୁ ପର୍ଯ୍ୟାୟକ୍ରମେ ୪୩ ଲକ୍ଷ ଟଙ୍କା ଠକେଇ ଘଟଣାରେ ବନ୍ଧମୁଣ୍ଡା ପୁଲିସ ଜମି ଦଲାଲକୁ ଗିରଫ କରିଛି। ଜାମିନ୍‌ ନାମଞ୍ଜୁର ହେବାରୁ କ୍ରିଷ୍ଣାକୁ ଜେଲ ହାଜତକୁ ପଠାଇ ଦିଆଯାଇଛି। ଗିରଫ ଦଲାଲ ଜଣକ ହେଲେ ସେକ୍ଟର-୪ କ୍ରିଷ୍ଣା ଚର୍କବର୍ତ୍ତୀ। ପୁଲିସ ତା’ ନିକଟରୁ ଦୁଇଟି ବ୍ୟାଙ୍କର ଜମା ଖାତା ଓ ଅନ୍ୟାନ୍ୟ କାଗଜପତ୍ର ଜବତ କରିଛି। କ୍ରିଷ୍ଣା କେତେଦିନ ଧରି ବିଶ୍ରା ତହସିଲଦାର ଏମିତି ଦଲାଲ କାମ କରୁଥିଲା ? ଅନ୍ୟ କେଉଁ ଚାଷୀମାନେ କ୍ରିଷ୍ଣାଙ୍କ ଦ୍ବାରା ଏମିତି ଠକାମିରେ ଶିକାର ହୋଇଛନ୍ତି ? ପୁଲିସର ତା’ର ଖୋଳତାଡ ଆରମ୍ଭ କରିଛି।

ମିଳିଥିବା ସୂଚନା ମୁତାବକ ବନ୍ଧମୁଣ୍ଡା ଜବାପାନପୋଷରେ ଚାଷୀ ଜୟଦେବ ମହାତୋ ରହନ୍ତି। ତାଙ୍କର ବିଶ୍ରାରେ ପ୍ରମୁଖ ଜାଗାରେ ଏକ ମୂଲ୍ୟବାନ ଜମିଥିଲା। ଜମିକୁ ଅନ୍ୟ ଜଣକୁ ବିକ୍ରି କରିଦେଇଥିଲେ। ମାତ୍ର ବିଶ୍ରା ତହସିଲଦାରେ ତାଙ୍କର ମ୍ୟୁଟେସନ୍‌ ହୋଇପାରୁ ନଥିଲା। ବିଭିନ୍ନ ଆଳ ଦେଖାଇ ବିଶ୍ରା ତହସିଲର କିଛି କର୍ମଚାରୀ ଜୟଦେବଙ୍କୁ ସମୟ ଗଡାଇ ଚାଲିଥିଲେ। ଗତ କିଛି ମାସ ତଳେ ତହସିଲ ଅଫିସ୍‌ରେ ଜୟଦେବଙ୍କର ଗିରଫ କ୍ରିଷ୍ଣାଙ୍କ ସହ ଭେଟ ହୋଇଥିଲା। କ୍ରିଷ୍ଣା ଚାଷୀ ଜୟଦେବଙ୍କୁ ମ୍ୟୁଟେସନ୍‌ କରାଇଦେବାକୁ କହିଥିଲେ। ଏ ବାବଦରେ ଆବଶ୍ୟକ ଅର୍ଥ ବ୍ୟାଙ୍କରେ ଜମା କରିବାକୁ ଜୟଦେବଙ୍କୁ କହିଥିଲେ। ପରେ କ୍ରିଷ୍ଣା ଜୟଦେବଙ୍କୁ ରାଉରକେଲାର ଆନ୍ଧ୍ରାବ୍ୟାଙ୍କ ଓ ବିଶ୍ରାର ଏଚ୍‌ଡିଏଫ୍‌ସି ବ୍ୟାଙ୍କର ଆକାଉଣ୍ଟ ନମ୍ବର ଦେଇଥିଲେ। କ୍ରିଷ୍ଣା କଥାରେ ବିଶ୍ବାସ କରି ଜୟଦେବ ପର୍ଯ୍ୟାୟକ୍ରମେ ଆନ୍ଧ୍ରା ବ୍ୟାଙ୍କରେ ୧୧ ଲକ୍ଷ, ଏଚ୍‌ଡିଏଫ୍‌ସି ବ୍ୟାଙ୍କରେ ୩୨ ଲକ୍ଷ ଏମିତି ମୋଟ ୪୩ ଲକ୍ଷ ଟଙ୍କା ଜମା କରିଥିଲେ। ଜୟଦେବ ଟଙ୍କା ଜମା କରିଥିଲେ ମଧ୍ୟ ତାଙ୍କ ଜମିର ମ୍ୟୁଟେସନ୍‌ ହୋଇ ପାରିନଥିଲା। କ୍ରିଷ୍ଣା ଆଜି କାଲି କହି ମାସ ମାସ ଧରି ଗଡାଇ ଚାଲିଥିଲେ। ଜୟଦେବଙ୍କୁ ଦେଖା ଦେଇଥିଲେ କି ତାଙ୍କର ଫୋନ୍‌ ମଧ୍ୟ ଉଠାଇ ନଥିଲେ। ଠକାମିରେ ଶିକାର ହୋଇଥିବା ଜାଣିବା ପରେ ଜୟଦେବ ବନ୍ଧମୁଣ୍ଡା ଥାନାରେ ଲିଖିତ ଏତଲା ଦେଇଥିଲେ। ଜୟଦେବଙ୍କ ଲିଖିତ ଅଭି‌ଯୋଗ ଆଧାରରେ ପୁଲିସ ଆଜି କ୍ରି‌ଷ୍ଣାକୁ ଗିରଫ କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe