ଜମି ବିବାଦରୁ ସାନଭାଇକୁ ଆକ୍ରମଣ

Advertisment
ଜମି ବିବାଦରୁ ସାନଭାଇକୁ ଆକ୍ରମଣ

Times of India

କାଳିଆପାଣି: ଜମିବାଡ଼ି ବିବାଦରୁ ସୁକିନ୍ଦା ଥାନା ଅନ୍ତର୍ଗତ ଗନ୍ଧାପାଳ ଗାଁର ଦୀନ ବାରିକଙ୍କ ସାନପୁଅ ସୁଶାନ୍ତ ବାରିକଙ୍କୁ ତାଙ୍କ ବଡ଼ଭାଇ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ବଡ଼ଭାଇ, ଭାଉଜ ଓ ବଡ଼ଭାଇର ଶଳା ତାଙ୍କୁ ସଂଘବଦ୍ଧ ଆକ୍ରମଣ କରି ମୁଣ୍ଡ ଫଟାଇ ଦେଇଥିବା ସୁଶାନ୍ତ ଓ ତାଙ୍କ ପତ୍ନୀ ଥାନାକୁ ଆସି ଏତଲା ଦେଇଛନ୍ତି।

ସେ ବାହାରେ ରହୁଥିବା ସୁଯୋଗରେ ବଡ଼ଭାଇ ବାପାଙ୍କୁ ହାତକରି ଜମି ବିକ୍ରି ଯୋଜନା କରୁଥିବା ସେ ଅଭିଯୋଗ କରିଛନ୍ତି। ଏହାକୁ ନେଇ ପୂର୍ବରୁ ଗ୍ରାମସଭା ବସିଥିଲେ ମଧ୍ୟ ସମାଧାନର ସୂତ୍ର ବାହରିନଥିଲା। ଥାନାରେ ଏହାର ଆପୋସ ସମାଧାନ ହୋଇଥିଲେ ମଧ୍ୟ ବିବାଦ ଥମି ନଥିଲା। ଆଜି ଏହା ଉଗ୍ରରୂପ ନେଇଥିଲା। ସୁକିନ୍ଦା ବାହୁଡ଼ା ଯାତ୍ରାରେ ବ୍ୟସ୍ତ ଥିବା ପୁଲିସ ଅଧିକାରୀ ଏସମ୍ପର୍କରେ ଆସନ୍ତାକାଲି ମାମଲା ରୁଜୁ କରିବେ ବୋଲି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe