ଜମିବାଡ଼ି ବିବାଦ: ଶାଳୀଙ୍କୁ ବିଚ୍‌ ରାସ୍ତାରେ ହାଣି ହତ୍ୟା କଲା ଭିଣୋଇ

Advertisment

ଗଞ୍ଜାମ ଜିଲା ଜଗନ୍ନାଥପ୍ରସାଦ ଥାନା ଅଧିନ ଚଢ଼େୟାପଲ୍ଲୀ ଗ୍ରାମରେ ଗୁରୁବାର ଏକ ହତ୍ୟାକାଣ୍ଡ ଘଟିଛି। ଗ୍ରାମର ଆଶାକର୍ମୀ ବିଜୟାଲକ୍ଷ୍ମୀ ତ୍ରିପାଠୀଙ୍କୁ ହତ୍ୟା କରା ଯାଇଥିବା ଅଭିଯୋଗ ହୋଇଛି। ଜମିଜମା ବିବାଦକୁ କେନ୍ଦ୍ର କରି ତାଙ୍କ ଭିଣୋଇ ହିଁ ହତ୍ୟା କରିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ...

ଗଞ୍ଜାମ ଜିଲା ଜଗନ୍ନାଥପ୍ରସାଦ ଥାନା ଅଧିନ ଚଢ଼େୟାପଲ୍ଲୀ ଗ୍ରାମରେ ଗୁରୁବାର ଏକ ହତ୍ୟାକାଣ୍ଡ ଘଟିଛି। ଗ୍ରାମର ଆଶାକର୍ମୀ ବିଜୟାଲକ୍ଷ୍ମୀ ତ୍ରିପାଠୀଙ୍କୁ ହତ୍ୟା କରା ଯାଇଥିବା ଅଭିଯୋଗ ହୋଇଛି। ଜମିଜମା ବିବାଦକୁ କେନ୍ଦ୍ର କରି ତାଙ୍କ ଭିଣୋଇ ହିଁ ହତ୍ୟା କରିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ...

Land dispute: brother-in-law hacks sister-in-law to death on beach road

Land dispute: brother-in-law hacks sister-in-law to death on beach road Photograph: (sambad.in )

ଜଗନ୍ନାଥପ୍ରସାଦ: ଗଞ୍ଜାମ ଜିଲା ଜଗନ୍ନାଥପ୍ରସାଦ ଥାନା ଅଧିନ ଚଢ଼େୟାପଲ୍ଲୀ ଗ୍ରାମରେ ଗୁରୁବାର ଏକ ହତ୍ୟାକାଣ୍ଡ ଘଟିଛି। ଗ୍ରାମର ଆଶାକର୍ମୀ ବିଜୟାଲକ୍ଷ୍ମୀ ତ୍ରିପାଠୀଙ୍କୁ ହତ୍ୟା କରା ଯାଇଥିବା ଅଭିଯୋଗ ହୋଇଛି। ଜମିଜମା ବିବାଦକୁ କେନ୍ଦ୍ର କରି ତାଙ୍କ ଭିଣୋଇ ହିଁ ହତ୍ୟା କରିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ବୋଲି ଭଞ୍ଜନଗର ଏସ୍‌ଡିପିଓ ସୁଜିତ୍‌ କୁମାର ନାୟକ ସୂଚନା ଦେଇଛନ୍ତି।

ଖବର ପାଇ ଜଗନ୍ନାଥପ୍ରସାଦ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି। ଏଥିସହ ମୃତଦେହ ବ୍ୟବଚ୍ଛେଦ ପାଇଁ ଭଞ୍ଜନଗର ହସ୍ପିଟାଲକୁ ପଠାଇବା ବ୍ୟବସ୍ଥା କରାଯାଇଛି।

ସୂଚନା ଅନୁଯାୟୀ, ବିଜୟା ଏବଂ ତାଙ୍କ ଭିଣୋଇଙ୍କ ଘର ହେଉଛି ଚଢ଼େୟାପଲ୍ଲୀରେ। ଜମିବାଡ଼ିକୁ ନେଇ ଶାଳୀ ଓ ଭିଣୋଇଙ୍କ ମଧ୍ୟରେ ବହୁ ଦିନ ହେଲା ବିବାଦ ଲାଗି ରହିଥିଲା।

ଗୁରୁବାର ସକାଳେ ବିଜୟା ସହ ଭିଣୋଇ ମଧ୍ୟରେ ଜମିକୁ ନେଇ ବିବାଦ ଉଗ୍ରରୂପ ନେଇଥିଲା। ଏକ ଧାରୁଆ ଅସ୍ତ୍ରରେ ବିଜୟାଙ୍କୁ ଗ୍ରାମ ଦାଣ୍ଡରେ ଭିଣୋଇ ହାଣି ଦେଇଥିବା ଅଭିଯୋଗ ହୋଇଛି। ଫଳରେ ଘଟଣାସ୍ଥଳରେ ବିଜୟାଙ୍କ ମୃତ୍ୟୁ ଘଟିଛି।

ganjam | Crime

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe