ସ୍ଥଳଭାଗ ମୁହାଁ ‘ଦାନା’: ଦୂରତା କମିଲା,ପାରାଦୀପଠାରୁ ୨୬୦ କିମି, ଧାମରା ବନ୍ଦରଠାରୁ ୨୯୦ ଦୂରରେ

ବାତ୍ୟା ‘ଦାନା’ ପାରାଦୀପଠାରୁ ୨୬୦ କିଲୋମିଟର ଦକ୍ଷିଣ-ପୂର୍ବ ଦିଗରେ ତଥା ଧାମରା ବନ୍ଦରଠାରୁ ୨୯୦ କିଲୋମିଟର ଦକ୍ଷିଣ-ପୂର୍ବ ଦିଗରେ ‘ଦାନା’ରହିଛି। ସାଗରଦ୍ବୀପଠାରୁ ୩୫୦ କିଲୋମିଟର ଦୂରରେ ରହିଛି। ଘଣ୍ଟାପ୍ରତି ୧୫ କିମି ବେଗରେ ଉପକୂଳ ମୁହାଁ ହୋଇଛି...

ଅଦ୍ୟତନ ହୋଇଛି
WhatsApp Image 2024-10-23 at 10.32.35 PM

ଭୁବନେଶ୍ୱର: ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଓ ଉତ୍ତର ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ବାତ୍ୟା ‘ଦାନା’ ଶକ୍ତିଶାଳୀ ହୋଇ ସ୍ଥଳଭାଗ ମୁହାଁ ହୋଇଛି। ଭୀଷଣ ବାତ୍ୟାର ରୂପ ନେଇ ‘ଦାନା’ ସ୍ଥଳଭାଗକୁ ମାଡି ଆସୁଛି । ସମୁଦ୍ରରେ ଶକ୍ତିଶାଳୀ ହୋଇ ବାତ୍ୟା ଉପକୂଳ ମୁହାଁ ହୋଇଛି। ଆଜି ରାତିରେ ସ୍ଥଳଭାଗ ଛୁଇଁ ‘ଦାନା’ ତାଣ୍ଡବ ରଚିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି ।

ପାରାଦୀପଠାରୁ ୨୬୦ କିଲୋମିଟର ଦକ୍ଷିଣ-ପୂର୍ବ ଦିଗରେ ତଥା ଧାମରା ବନ୍ଦରଠାରୁ ୨୯୦ କିଲୋମିଟର ଦକ୍ଷିଣ-ପୂର୍ବ ଦିଗରେ ‘ଦାନା’ରହିଛି। ସାଗରଦ୍ବୀପଠାରୁ ୩୫୦ କିଲୋମିଟର ଦୂରରେ ରହିଛି। ଘଣ୍ଟାପ୍ରତି ୧୫ କିମି ବେଗରେ ଉପକୂଳ ମୁହାଁ ହୋଇଛି।

ଭିତରକନିକା ଏବଂ ଧାମରା ମଧ୍ୟବର୍ତ୍ତୀ ଅଞ୍ଚଳରେ ‘ଦାନା’ ସ୍ଥଳଭାଗକୁ ଛୁଇଁବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଗୁରୁବାର ମଧ୍ୟରାତ୍ରିରୁ ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଆରମ୍ଭ ହେବ। ଶୁକ୍ରବାର ସକାଳ ପର୍ଯ୍ୟନ୍ତ ଏହା ଜାରି ରହିବ। ଭିତରକନିକା ଓ ଧାମରା ପାଖରେ ଲ୍ୟାଣ୍ଡଫଲ କରିବା ନେଇ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି । ଲ୍ୟାଣ୍ଡଫଲ୍ ସମୟରେ ପବନର ବେଗ ୧୦୦ରୁ ୧୨୦ କିମି ରହିବ।

ଲ୍ୟାଣ୍ଡଫଲ୍ ପୂର୍ବରୁ ଧାମରା ଓ ଭିତରକନିକାରେ ବାତ୍ୟାର ପ୍ରଭାବ ଦେଖିବାକୁ ମିଳିଛି । ଧାମରାରେ ତୁହାକୁ ତୁହା ବର୍ଷା ସାଙ୍ଗକୁ ପବନର ବେଗ କ୍ରମାଗତ ବୃଦ୍ଧି ପାଇବାରେ ଲାଗିଛି । ଭିତରକନିକା ସହ ବାଲେଶ୍ୱରରେ ବର୍ଷା ସହ  ପବନର ବେଗ ବଢ଼ିବାରେ ଲାଗିଛି। 

୩ ଜିଲ୍ଲା କେନ୍ଦ୍ରାପଡ଼ା, ଭଦ୍ରକ ଏବଂ ବାଲେଶ୍ୱର ବେଶି ପ୍ରଭାବିତ ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe