ବାହାନଗାରେ ଲ୍ୟାଣ୍ଡଫଲ କରୁଛି ବାତ୍ୟା 'ୟାସ', ପ୍ରକ୍ରିୟା ସରିବା ଯାଏଁ ପବନର ବେଗ ରହିବ ୧୩୦ ରୁ ୧୪୦ କିମି

Advertisment
ବାହାନଗାରେ ଲ୍ୟାଣ୍ଡଫଲ କରୁଛି ବାତ୍ୟା 'ୟାସ', ପ୍ରକ୍ରିୟା ସରିବା ଯାଏଁ ପବନର ବେଗ ରହିବ ୧୩୦ ରୁ ୧୪୦ କିମି

ଭଦ୍ରକ: ଶେଷରେ ଉପକୂଳକୁ ଛୁଇଁଛି ବାତ୍ୟା ୟାସ | ବାତ୍ୟା 'ୟାସ' ବର୍ତ୍ତମାନ ବାଲେଶ୍ୱର-ଭଦ୍ରକର ବାହାନଗାରେ ଲ୍ୟାଣ୍ଡଫଲ କରୁଛି | ଏହି ଲ୍ୟାଣ୍ଡଫଲ ପ୍ରକ୍ରିୟା ଅପରାହ୍ନ ୧ଟା ସୁଦ୍ଧା ସରିବ | ପ୍ରାୟ ୩ରୁ ୪ ଘଣ୍ଟା ଧରି ଲ୍ୟାଣ୍ଡଫଲ ପ୍ରକ୍ରିୟା ଜାରି ରହିବ | ଆଜି ସକାଳ ୯ଟାରେ ଲ୍ୟାଣ୍ଡଫଲ ଆରମ୍ଭ ହୋଇଥିବାବେଳେ ଧାମରାର ଉତ୍ତର ବାଲେଶ୍ୱର ସହର ତଳକୁ ବାହାନଗା ପାଖରେ ଲ୍ୟାଣ୍ଡଫଲ କରିଛି |

publive-image

ବର୍ତ୍ତମାନ ପବନର ବେଗ ୧୩୦ରୁ ୧୪୦ କିଲୋମିଟର ରହିଥିଵାଵବେଳେ ବାଲେଶ୍ୱର ଜିଲ୍ଲା ପାର ହେବାକୁ ୫ରୁ ୬ ଘଣ୍ଟା ସମୟ ଲାଗିବ | ବାଲେଶ୍ୱର ପରେ ବାତ୍ୟା ମୟୁରଭଞ୍ଜ ଯିବା ସେଠାରେ ୧୦୦ କିଲୋମିଟର ବେଗରେ ପବନ ବହିବ | ଦିନ ୩ଟା ଯାଏଁ ଭଦ୍ରକ ଓ ବାଲେଶ୍ୱରରେ ପ୍ରଭାବ ରହିବ | ଅପରାହ୍ନ ପରଠାରୁ ମୟୁରଭଞ୍ଜରେ ବର୍ଷ ଓ ପବନ ବଢିବା ବୋଲି ସ୍ୱତନ୍ତ୍ର ରିଲିଫ କମିଶନର କହିଛନ୍ତି | ଆଜି ମୟୁରଭଞ୍ଜରୁ ମଧ୍ୟରାତ୍ର ସୁଦ୍ଧା ବାତ୍ୟା ଝାଡ଼ଖଣ୍ଡ ଚାଲିଯିବ |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe