ମହାନଦୀର ଗତିରୋଧ ମହାପାପ: ଶଙ୍କରାଚାର୍ଯ୍ୟ

Advertisment

‘ରଥଯାତ୍ରା ପୂର୍ବରୁ ମଠ ଜାଗା ଫେରାଅ’

‘ରଥଯାତ୍ରା ପୂର୍ବରୁ ମଠ ଜାଗା ଫେରାଅ’

ମହାନଦୀର ଗତିରୋଧ ମହାପାପ: ଶଙ୍କରାଚାର୍ଯ୍ୟ

ପୁରୀ : ମହାନଦୀ ଉପରେ ଛତିଶଗଡ଼ର ଯେତିକି ଅଧିକାର ରହିଛି, ଓଡ଼ିଶାର ବି ସେତିକି ଅଧିକାର ରହିଛି। ଏଣୁ ମହାନଦୀକୁ ନ୍ୟାୟ ମିଳୁ। ଏହାର ଗତିରୋଧ ମହାପାପ। ପୁରୀ ଗୋବର୍ଦ୍ଧନ ମଠରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଜଗତ୍‌ଗୁରୁ ଶଙ୍କରାଚାର୍ଯ୍ୟ ଏହା କହିଛନ୍ତି। ମହାନଦୀ ପ୍ରସଙ୍ଗରେ ମତ ଦେଇ ଶଙ୍କରାଚାର୍ଯ୍ୟ କହିଛନ୍ତି ଯେ, ମହାନଦୀ ଛତିଶଗଡ଼ରୁ ବାହରି ଓଡ଼ିଶା ଦେଇ ବହି ଯାଇଥିବାବେଳେ ଏହା ଉପରେ ଦୁଇ ରାଜ୍ୟର ଅଧିକାର ରହିଛି। ପ୍ରାନ୍ତ, ଦେଶ ଦୃଷ୍ଟିରୁ ଏହାର ବିଭାଜନ ନକରାଯାଉ। ଦୁଇ ରାଜ୍ୟ ଆପୋଷ ବୁଝାମଣା ସହ ସମନ୍ଵୟ ରକ୍ଷା କରି ମହାନଦୀର ଜଳରାଶିକୁ ତାର ଗତିପଥରେ ଛାଡ଼ି ଦିଆଯାଉ। ଏଥିସହିତ, ରାଜ୍ୟ ସରକାର ଶ୍ରୀଜଗନ୍ନାଥ ସମିତିକୁ ଜୋର୍‌ଜବରଦସ୍ତ ଟେକି ଦେଇଥିବା ଗୋବର୍ଦ୍ଧନ ପୀଠର ୫ ଏକର ଜମିକୁ ତୁରନ୍ତ ଫେରାଇ ଦେବା ପାଇଁ ସେ ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe