ପ୍ରଦତ୍ତ ସରକାରୀ ଜମିରୁ ହଟାଇବା ମାମଲା: ତଦନ୍ତ କରି କ୍ଷତିପୂରଣ ଦେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

Advertisment
ସ୍ୟାଟ୍‌ ଉଚ୍ଛେଦ ନିଷ୍ପତ୍ତିକୁ ଚାଲେଞ୍ଜ : ହାଇକୋର୍ଟରେ ମାମଲା ଶୁଣାଣି ଶେଷ, ରାୟ ସଂରକ୍ଷିତ

Odisha Sun Times

କଟକ : ସରକାରଙ୍କ ପ୍ରଦତ୍ତ ଜମିରୁ ଆବେଦନକାରୀଙ୍କୁ ହଟାଇବାକୁ ଉଦ୍ୟମ ସଂପର୍କିତ ମାମଲାର ଶୁଣାଣିରେ ପୂର୍ଣ୍ଣଚ୍ଛେଦ ପଡିଛି। କୁମାରୀ ଜଷ୍ଟିସ ସଞ୍ଜୁ ପଣ୍ଡା ଓ ଜଷ୍ଟିସ ଏସ.କେ. ସାହୁଙ୍କୁ ନେଇ ଗଠିତ ଖଣ୍ଡପୀଠ ମାମଲାର ଶୁଣାଣି କରି ଘଟଣାର ତଦନ୍ତ କରି ଆବେଦନକାରୀଙ୍କୁ ଉପଯୁକ୍ତ କ୍ଷତିପୂରଣ ପ୍ରଦାନ ପାଇଁ ଆରଡିସିଙ୍କୁ ନ‌ିର୍ଦ୍ଦେଶ ଦେଇଛନ୍ତି। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ଉପେନ୍ଦ୍ର କୁମାର ସାମଲ ମାମଲା ପରିଚାଳନା କରୁଥିଲେ।

ମାମଲାର ବିବରଣୀରୁ ପ୍ରକାଶ, ସୁନ୍ଦରଗଡ଼ ଜିଲ୍ଲା କୋକସିଂଘା ଅଞ୍ଚଳର ବାସହୀନ ୨୭ପରିବାରକୁ ରାଜ୍ୟ ସରକାର ଥଇଥାନ କରିବା ପାଇଁ ନିଷ୍ପତ୍ତି ନେବା ପରେ ପ୍ରଶାସନ ପକ୍ଷରୁ ପ୍ରତ୍ୟେକ ଲୋକଙ୍କୁ ଏକରେ ଲେଖାଏ ଜମି ଯୋଗାଇ ଦିଆଯାଇଥିଲା। ୧୯୮୬ ମସିହାରୁ ଲୋକମାନଙ୍କୁ ଜମି ଯୋଗାଇ ଦିଆଯାଇଥିବାବେଳେ ପରବର୍ତ୍ତୀ ସମୟରେ ଉକ୍ତ ଜମିର ପଟ୍ଟା ପ୍ରଦାନ କରାଯାଇନଥିଲା। ଅନ୍ୟପକ୍ଷରେ ଏହି ଜମିରେ ମେଗା ପାୱାର ପ୍ଲାଣ୍ଟ ପ୍ରତିଷ୍ଠା ପାଇଁ ଲୋକମାନଙ୍କୁ ହଟାଇବା ଲାଗି ଯୋଜନା କରାଯାଉଥିବା ବେଳେ ଏହି ପ୍ରସଂଗକୁ ନେଇ ଗୋବିନ୍ଦ ଦଣ୍ଡସେନା ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe