ବନ୍ଧା ହେଲା ଜମି ମାଫିଆ ଟିମନ

ବନ୍ଧା ହେଲା ଜମି ମାଫିଆ ଟିମନ

ବଲାଙ୍ଗୀର: ବଲାଙ୍ଗୀର ଜମି କେଳେଙ୍କାରୀ। କେଉଁଠୁ କଉଠି ଯାଏ ତହସିଲଦାର ୪୨୦ଙ୍କ ଚେର ଲମ୍ବିଛି ଜାଣିବା ମୁସ୍କିଲ। ଯେଉଁ ଘଟଣାରେ ତହସିଲଦାର ସଂପୃକ୍ତି, ସେହି ଘଟଣାରେ ଜମି ମାଫିଆ ଟିମନ କୁମ୍ଭାର ବନ୍ଧା ହୋଇ ଜେଲ୍‌ ଯାଇଛି। ସତେ ଯେମିତି ବଲାଙ୍ଗୀର ତହସିଲ କାର୍ଯ୍ୟାଳୟ ସ୍ଥାନୀୟ ଲୋକଙ୍କ ଭାଷାରେ ‘ତଖଲିପ’ କାର୍ଯ୍ୟାଳୟ। ଏଠି କାମ କମ, ଦଲାଲି ବେଶି। ବର୍ତ୍ତମାନ ପର୍ଯ୍ୟନ୍ତ ଜମି କେଳେଙ୍କାରୀରେ ୫ ଗିରଫ ହୋଇଥିବା ବେଳେ ଆଜି ଟିମନ କୁମ୍ଭାରକୁ ଗିରଫ କରିଛି ବଲାଙ୍ଗୀର ପୁଲିସ। ଡାକ୍ତରୀ ପରୀକ୍ଷା‌ ପରେ କୋର୍ଟଚାଲାଣ କରାଯାଇଛି।

ସୂଚନା ଅନୁଯାୟୀ, ଟିମନ କୁମ୍ଭାର ସହିତ ପ୍ରଥମେ ମାଧବ ପୃଷ୍ଟି ଜମି କାରବାର ଆରମ୍ଭ କରିଥିଲା। ତାପରେ ତହସିଲଦାର ମଘବାନ ବାଗଙ୍କ ଭଳି ବଡ଼ବଡ଼ିଆଙ୍କ ସଂପୃକ୍ତିରେ ଆସିବା ପରେ ଟିମନ ଗ୍ୟାଙ୍ଗ୍ ଛାଡ଼ି ଦେଇଥିଲା ମାଧବ ପୃଷ୍ଟି। ଆଉ ନିଲମ୍ବିତ ତହସିଲଦାର ମଘବାନ ବାଗଙ୍କ ସହିତ ମିଶି ଚଳାଇଥିଲା କାରସାଦି। ଅସଲି ଜମିକୁ ନକଲି ମାଲିକ ଆଣି ତହସିଲଦାର ଓ ସବରେଜିଷ୍ଟ୍ରାରଙ୍କ ସହଯୋଗରେ ବିକ୍ରି କରି ସହଜରେ ପଟ୍ଟା ବାହାର କରୁଥିଲା ମାଧବ ପୃଷ୍ଟି।

ରାତାରାତି କୋଟି କୋଟି ଟଙ୍କା ଆଦାୟ କରୁଥିଲା ମାଧବ। କ୍ଷତିରେ ପଡ଼ିଥିଲେ ଟିମନ ଗ୍ୟାଙ୍ଗ୍। ହଠାତ ଜମି କାରବାରରେ ମାଧବ ପୃଷ୍ଟିର ଆକାଶଛୁଆଁ ରୋଜଗାର ଦେଖି ବଡ଼ ରକମର ଟଙ୍କା ମାଗିଥିଲା ଟିମନ। ଯାହା ଦେବାକୁ ମନା କରି ଦେଇଥିଲା ମାଧବ ପୃଷ୍ଟି। ସେଇଠୁ ଆରମ୍ଭ ହୋଇଥିଲା ଶତ୍ରୁତା। ଛକାପଞ୍ଝାରେ ଚାଲିଥିଲେ ମାଧବ ଓ ଟିମନ ଗ୍ୟାଙ୍ଗ୍। ମାଧବ ଗ୍ୟାଙ୍ଗରେ ସରକାରୀ ବଡ଼ବାବୁ ରହିଥିବା ବେଳେ ଟିମନର ସହଯୋଗୀ କିଛି ସ୍ଥାନୀୟ ଯୁବକ। ତେଣୁ ଧୁମାମରା ଜମି କେଳେଙ୍କାରୀରେ ଟିମନର ସେପରି କୌଣସି ସଂପୃକ୍ତି ପାଇନଥିବା ବେଳେ ଷଡ଼୍‌ଯନ୍ତ୍ର ଓ ଦାଦାବଟି ମାଗିବା ଅଭିଯୋଗରେ ପୁଲିସ ଗିରଫ କରି କୋର୍ଟଚାଲାଣ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe