୧୦୦ ଟଙ୍କା ଜମା କଲେ ଘରେ ପଟ୍ଟା ପହଞ୍ଚିବ

Advertisment

ଜମି ରେଜିଷ୍ଟ୍ରି ସମୟରେ ଫି’ ‌ଦେବାକୁ ହେବ

ଜମି ରେଜିଷ୍ଟ୍ରି ସମୟରେ ଫି’ ‌ଦେବାକୁ ହେବ

୧୦୦ ଟଙ୍କା ଜମା କଲେ ଘରେ ପଟ୍ଟା ପହଞ୍ଚିବ

ଭୁବନେଶ୍ବର :ଏଣିକି ଜମି କିଣିଲେ ପଟ୍ଟା ପାଇବା ପାଇଁ ତହସିଲ୍ ଅଫିସ କି ଆର୍‌ଆଇ ଅଫିସକୁ ଦଉଡ଼ିବାକୁ ପଡ଼ିବନି। କେବଳ ସେଲ୍‌ ଡିଡ୍‌ ନୁହେଁ ଗିଫ୍ଟ ଡିଡ୍‌, ଏକ୍ସଚେଞ୍ଜ୍‌ ଡିଡ୍‌, ପାର୍ଟିସନ୍‌ ଡିଡ୍‌ ସମୟରେ ବି ସତ୍ତ୍ବାଧିକାର ପରିବର୍ତ୍ତନ ତଥା ନୂଆ ପଟ୍ଟା ପାଇବା ସହଜ ହେବ। ସବ୍‌ ରେଜିଷ୍ଟ୍ରି କାର୍ଯ୍ୟାଳୟରେ ଜମି ରେଜିଷ୍ଟ୍ରି କରିବା ପରେ ପଟ୍ଟା ପାଇଁ ଜମି କ୍ରେତା ଆବେଦନ କରିବେ। ଗୋଟିଏ ଖାତାରେ ଜମି କିଣିଥିଲେ ଏବଂ ବିବାଦଶୂନ୍ୟ ହୋଇଥିଲେ ମାତ୍ର ୧୦୦ଟଙ୍କାରେ ଘରେ ପଟ୍ଟା ପହଞ୍ଚିଯିବ। ତାହା ପୁଣି ୯୦ ଦିନ ମଧ୍ୟ‌େର ସ୍ପିଡ୍‌ ପୋଷ୍ଟ୍ ମାଧ୍ୟମରେ।

ରାଜସ୍ବ ବିଭାଗ ପକ୍ଷରୁ ଜାରି ହୋଇଥିବା ନିର୍ଦ୍ଦେଶନାମା ଅନୁଯାୟୀ, ଜମି ରେଜିଷ୍ଟ୍ରି ସମୟରେ କ୍ରେତାଙ୍କୁ ଅତିରିକ୍ତ ୧୦୦ଟଙ୍କା ଜମା କରିବାକୁ ପଡ଼ିବ। ଏଥିରୁ ୫୦ଟଙ୍କା ବର୍ତ୍ତମାନର ନିୟମାବଳୀ ଅନୁଯାୟୀ ତହସିଲଦାର୍‌ ଏହାକୁ ଖର୍ଚ୍ଚ କରିବେ। ୩୦ଟଙ୍କା ୟୁଜର ଚାର୍ଜ/ ଆବେଦନ ପତ୍ର ବାବଦକୁ ଯିବ। ଜମି ଚିହ୍ନଟ ପାଇଁ ୨୦ଟଙ୍କା ଜମା କରିବାକୁ ପଡ଼ିବ। ଯଦି ଏକାଧିକ ଖାତା‌େର ଜମି କିଣୁଥିବେ ତେବେ କ୍ରେତାଙ୍କୁ ଖାତା ପିଛା ସେତିକି ୧୦୦ ଟଙ୍କା ଦେବାକୁ ପଡ଼ିବ।

ଜମି ରେଜିଷ୍ଟ୍ରି ସମୟରେ ରେଜିଷ୍ଟରିଂ ଅଧିକାରୀ ଉପରୋକ୍ତ ଫି’ ଆଦାୟ କରିବେ। ଏଥିପାଇଁ ‌ଜମି କ୍ରେତାଙ୍କ କମ୍ପ୍ୟୁଟରରୁ ବାହାରିଥିବା ମନି ରସିଦ୍ ଦେବେ। କ୍ରେତା ପାଇବାକୁ ଥିବା ପଟ୍ଟା ପାଇଁ ଠିକ୍ ଠିକଣା ଦେଇଛନ୍ତି କି ନାହିଁ ତାହାକୁ ବି ନିଶ୍ଚିତ କରିବେ। ଏହାସହ ରେଜିଷ୍ଟରିଂ ଅଧିକାରୀ କ୍ୟାସ୍‌ ବୁକ୍‌ରେ ଏହାକୁ ରେକର୍ଡ କରିବେ। ପ୍ରତି ସପ୍ତାହରେ ରେଜିଷ୍ଟରିଂ ଅଧିକାରୀଜମି ଚିହ୍ନଟ ପାଇଁ ଆଦାୟ ହୋଇଥିବା ୨୦ଟଙ୍କା ଏବଂ ୟୁଜର ଫି’କୁ ସରକାରୀ ଆକାଉଣ୍ଟରେ ଜମା କରିବେ। ଏଥିପାଇଁ ସ୍ବତନ୍ତ୍ର ଆକାଉଣ୍ଟ ରହିବ। ପ୍ରତି ମାସରେ ରେଜିଷ୍ଟରିଂ ଅଧିକାରୀ ଅର୍ଥ ଜମାର ରିପୋର୍ଟ ତହସିଲ୍‌ଦାରଙ୍କୁ ଦେବେ। ରାଜସ୍ବ ବିଭାଗ ପକ୍ଷରୁ ଏନେଇ ଗେଜେଟ୍ ବିଜ୍ଞପ୍ତି ପ୍ରକାଶ ପାଇବାକୁ ଥିବ‌ାବେଳେ ଏହାକୁ ସେହିଦିନ ଠାରୁ ଲାଗୁ କରାଯିବ ବୋଲି କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe