ଉପକୂଳ ଅତିକ୍ରମ କଲା 'ଗୁଲାବ': ଶ୍ରୀକାକୁଲମରୁ କୋରାପୁଟ ଆସିବ ବାତ୍ୟା, ୩ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା

Advertisment

ଆସନ୍ତା ୬ ଘଣ୍ଟାରେ ଦୁର୍ବଳ ହେବ ବାତ୍ୟା

ଆସନ୍ତା ୬ ଘଣ୍ଟାରେ ଦୁର୍ବଳ ହେବ ବାତ୍ୟା

ଉପକୂଳ ଅତିକ୍ରମ କଲା 'ଗୁଲାବ': ଶ୍ରୀକାକୁଲମରୁ କୋରାପୁଟ ଆସିବ ବାତ୍ୟା, ୩ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଶେଷରେ ଉତ୍ତର ଆନ୍ଧ୍ର ଓ ଦକ୍ଷିଣ ଓଡ଼ିଶା ଉପକୂଳ କଳିଙ୍ଗପାଟ୍ଟନମରେ ସ୍ଥଳଭାଗ ସ୍ପର୍ଶ କରିଛି ବାତ୍ୟା 'ଗୁଲାବ' | ପଶ୍ଚିମ କଳିଙ୍ଗପାଟ୍ଟନମଠାରୁ ୩୦ କିଲୋମିଟର ଦୂର ସନ୍ଥଗୁଡାଠାରେ ଏହା ଲ୍ୟାଣ୍ଡଫଲ କରିଥିବାର ସ୍ବତନ୍ତ୍ର ରିଲିଫ୍ କମିସନର( ଏସଆରସି) ପ୍ରଦୀପ ଜେନା ସୂଚନା ଦେଇଛନ୍ତି | ଏସଆରସିଙ୍କ କହିବା ମୁତାବକ ରାତି ସାଢେ ୭ଟାରୁ ସାଢେ ୮ଟା ଭିତରେ ବାତ୍ୟା ଉପକୂଳ ଅତିକ୍ରମ କରିଛି | ସ୍ଥଳଭାଗ ଛୁଇଁବ‌ା ସମୟରେ  ଘଣ୍ଟା ପ୍ରତି ୯୪ କିଲୋମିଟର ବେଗରେ ପବନ ବହିବା ରେକର୍ଡ ହୋଇଛି | ବର୍ତ୍ତମାନ ବାତ୍ୟା ଓଡ଼ିଶା ମୁହାଁ ହେଉଛି । ଶ୍ରୀକାକୁଲମଠାରେ ୭୦ କିଲୋମିଟର ବେଗରେ ପବନ ବହୁଥିବାବେଳେ ପଶ୍ଚିମ ଦିଗରେ ଏହା ଗତି କରୁଛି | ଆସନ୍ତା ୬ ଘଣ୍ଟା ପରେ ଏହା ଦୁର୍ବଳ ହୋଇ ଗଭୀର ଅବପାତରେ ପରିଣତ ହେବ।

ଏସଆରସିଙ୍କ ସୂଚନା ଅନୁଯାୟୀ, ଉତ୍ତର ଆନ୍ଧ୍ର ଓ ଦକ୍ଷିଣ ଓଡ଼ିଶା ଦେଇ ଏହା ଛତିଶଗଡ଼ ଯିବ। ଏବେ  ଶ୍ରୀକାକୁଲମରୁ କୋରାପୁଟ ଯିବ ବାତ୍ୟା।  ଏହାର  ପ୍ରଭାବରେ  ଗଜପତି,  ରାୟଗଡା ଓ କ‌ୋରାପୁଟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।  ବାତ୍ୟା ପ୍ରଭାବରେ ବିଳମ୍ବିତ ରାତିରେ କୋରାପୁଟ, ରାୟଗଡା ଓ ଗଜପତିରେ ବର୍ଷା ପରିମାଣ ବଢିବ ବୋଲି ସେ କହିଛନ୍ତି | ଓଡିଶାକୁ ପ୍ରବେଶ ସମୟରେ ପବନର ବେଗ ୫୦ରୁ ୬୦ କିଲୋମିଟର ରହିବ | ପ୍ରବଳ ବର୍ଷା ହେତୁ  ‘ଫ୍ଲାଶ୍ ଫ୍ଳଡ୍’ର ଆଶଙ୍କା ଏଡ଼ାଇ ଦିଆଯାଇ ନପାରେ, ତେବେ ରାତିରେ ବର୍ଷାର ପରିମାଣ ଉପରେ ନିର୍ଭର କରୁଛି। ଫ୍ଲାଶ୍ ଫ୍ଳଡ୍ ଆଶଙ୍କା ନେଇ ଏଥି ପାଇଁ ଏହି ୩ଜିଲ୍ଳାର ଅଧିକାରୀମାନଙ୍କୁ ସତର୍କ କରାଯାଇଛି।

ସେହିପରି ଭୂସ୍ଖଳନ ଆଶଙ୍କାରେ ସୋରଡ଼ା-ଦାରିଙ୍ଗବାଡି ରାସ୍ତାକୁ ବନ୍ଦ ରଖାଯାଇଥିବାବେଳେ ସେଭଳି ବିଶେଷ କ୍ଷୟକ୍ଷତି ହୋଇନାହିଁ | ବର୍ତ୍ତମାନ ସୁଦ୍ଧା ୩୯ ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି | ଆସନ୍ତାକାଲି ଅପରାହ୍ନ ସୁଦ୍ଧା ଏହା ଛତିଶଗଡ଼ ଚାଲିଯାଇଥିବ ବୋଲି ଏସଆରସି କହିଛନ୍ତି |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe