ସରକାରୀ ଜାଗାରେ ଘର କରିଥିଲେ, ଜବରଦଖଲ ଉଚ୍ଛେଦ ବେଳେ ମର୍ମାହତ ହୋଇ କୂଅକୁ ଡେଇଁ ପଡ଼ିଲେ ଘର ମାଲିକ

Advertisment
ସରକାରୀ ଜାଗାରେ ଘର କରିଥିଲେ, ଜବରଦଖଲ ଉଚ୍ଛେଦ ବେଳେ ମର୍ମାହତ ହୋଇ କୂଅକୁ ଡେଇଁ ପଡ଼ିଲେ ଘର ମାଲିକ

ଜଗନ୍ନାଥପ୍ରସାଦ : ସରକାରୀ ଜାଗାରେ ଘର କରିଥିଲେ। ଜବରଦଖଲ ଉଚ୍ଛେଦ ବେଳେ ମର୍ମାହତ ହୋଇ କୂଅକୁ ଡେଇଁ ପଡ଼ିଲେ ଘର ମାଲିକ। ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ବ୍ଲକ୍ କୁମ୍ପାପଡ଼ା ଗ୍ରାମରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି। ଗ୍ରାମର ଚନ୍ଦ୍ରମଣି ନାୟକ ସରକାରୀ ଜାଗା ଜବରଦଖଲ କରି ଘର ତିଆରି କରିଥିଲେ। ଉଚ୍ଛେଦ ପାଇଁ ତାଙ୍କୁ ପ୍ରଶାସନ ପକ୍ଷରୁ ବାରମ୍ବାର ନୋଟିସ୍ ଦିଆଯାଇଥିଲା। କିନ୍ତୁ ଚନ୍ଦ୍ରମଣି ଶୁଣି ନଥିଲେ।

ବୁଧବାର ତହସିଲଦାର ମନୋଜ କୁମାର ତ୍ରିପାଠୀ ସଦଳବଳେ କୁମ୍ପାପଡ଼ା ଗ୍ରାମରେ ପହଞ୍ଚିଥିଲେ। ଥାନାଧିକାରୀ ଦିଲ୍ଲୀପ ସ୍ବାଇଁ ଓ ପୁଲିସବାହିନୀ ଉପସ୍ଥିତିରେ ଚନ୍ଦ୍ରମଣିଙ୍କ ଛାତ ଘରକୁ ଜେସିବି ଦ୍ବାରା ଭଙ୍ଗାଯାଇଥିଲା। ଚନ୍ଦ୍ରମଣିଙ୍କ ପରିବାରବର୍ଗଙ୍କୁ ଘରୁ ବାହାର କରିଦିଆ ଯାଇଥିଲା। ଏଥିରେ ମର୍ମାହତ ହୋଇ ଚନ୍ଦ୍ରମଣି ଘର ନିକଟରେ ଥିବା ଏକ କୂଅକୁ ଡେଇଁ ପଡ଼ିଥିଲେ। ତହସିଲଦାରଙ୍କ ଠାରୁ ସୂଚନା ପାଇ ଜଗନ୍ନାଥପ୍ରସାଦ ଦମକଳବାହିନୀ ପହଞ୍ଚି ଚନ୍ଦ୍ରମଣିଙ୍କୁ ଉଦ୍ଧାର କରିଥିଲେ। ଜଗନ୍ନାଥପ୍ରସାଦ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚନ୍ଦ୍ରମଣିଙ୍କୁ ଚିକିତ୍ସା କରାଯାଇଥିଲା। ସେ ବିପଦମୁକ୍ତ ଅଛନ୍ତି। ପୁଲିସ ତାଙ୍କୁ ଅଟକ ରଖି ପଚରାଉଚରା କରୁଛି।

ତହସିଲଦାର କହିଛନ୍ତି, ଚନ୍ଦ୍ରମଣି ବେଆଇନ୍ ଭାବେ ରାଜସ୍ୱ ବିଭାଗ ଦ୍ବାରା ଚିହ୍ନଟ ଜାଗାକୁ ଜବରଦଖଲ କରି ଘର ତିଆରି କରିଥିଲେ। ତାଙ୍କୁ ଗତ ଅଗଷ୍ଟ ମାସରୁ ନୋଟିସ୍ ଦିଆଯାଇଥିଲା। ସେ ନୋଟିସ ପାଇ ହାଜର ହେବା ସହ ଜବରଦଖଲରୁ ହଟିବେ ବୋଲି ଦସ୍ତଖତ ମଧ୍ୟ କରିଥିଲେ। କିନ୍ତୁ ପୁଣି ଏହାର ଅବମାନନା କରି ଜବରଦଖଲରେ ଥିବା ଜାଗାରେ ଛାତଘର ନିର୍ମାଣ କରିବାରୁ ଏହାକୁ ଆଜି ଉଚ୍ଛେଦ ବେଳେ ସେ କୂଅକୁ ଡେଇଁ ପଡ଼ିଥିଲେ। ଏଣୁ ତାଙ୍କ ନାଁରେ ମାମଲା ରୁଜୁ କରାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe