Image Courtesy of India Today
ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସଦର ବ୍ଳକ ଯୁଗସାଇପାଟଣା ଅଞ୍ଚଳରେ ପୁଲିସ୍ କମ୍ବିଂ ଅପରେସନ ବେଳେ ମାଓବାଦୀମାନେ ଲ୍ୟାଣ୍ଡମାଇନ ବିସ୍ଫୋରଣ କରି କ୍ୟାମ୍ପ ଛାଡ଼ି ଚମ୍ପଟ ମାରିଛନ୍ତି। ବିସ୍ଫୋରଣରେ କୌଣସି କ୍ଷୟକ୍ଷତି ହୋଇ ନଥିବା ସୂଚନା ମିଳିଛି। ପ୍ରକାଶ ଯେ, ଯୁଗସାଇପାଟଣା ନିକଟ ଜଙ୍ଗଲରେ ଏକ ମାଓ କ୍ୟାମ୍ପ ଥିବା ପୁଲିସ୍ ସୂଚନା ପାଇଥିଲା। ଆଜି ସନ୍ଧ୍ୟାରେ ସ୍ଥାନୀୟ ପୁଲିସ୍ ଓ ଏସ୍ଓଜି ଯବାନ ପକ୍ଷରୁ କମ୍ବିଂ ଅପରେସନ ଆରମ୍ଭ କରାଯାଇଥିବା ବେଳେ ମୁଣ୍ଡଗୁଡ଼ା ଓ ମକାଗୁଡ଼ା ମଝିରେ ମାଓବାଦୀମାନେ ଆଇଡି ବିସ୍ଫୋରଣ କରିଥିଲେ। ବିସ୍ଫୋରଣ ପରେ ଘଞ୍ଚ ଜଙ୍ଗଲ ଦେଇ ମାଓକ୍ୟାମ୍ପରୁ ଫେରାର୍ ମାରିଥିଲେ। ବର୍ତ୍ତମାନ ପୁଲିସ୍ ପକ୍ଷରୁ କମ୍ବିଂ ଅପରେସନକୁ ଜୋରଦାର କରାଯାଇଥିବା ସୂଚନା ମିଳିଛି। ଏନେଇ ଏସ୍ପି ଅଭିଳାଷ ଜୀଙ୍କୁ ପଚାରିବାରୁ ପୁଲିସ୍ର କମ୍ବିଂ ଅପରେସନ୍ ପରେ ମାଓବାଦୀମାନେ ଯୁଗସାଇପାଟଣା ଅଞ୍ଚଳରେ ଥିବା କ୍ୟାମ୍ପରୁ ଆଇଡି ବିସ୍ଫୋରଣ କରି ଫେରାର ମାରିଛନ୍ତି। ଦୁର୍ଗମ ଜଙ୍ଗଲ ଓ ବର୍ଷାର ସୁଯୋଗ ନେଇ ଛତ୍ରଭଙ୍ଗ ଦେଇଥିବା ସୂଚନା ଦେଇଛନ୍ତି।
Follow Us