ବଲାଙ୍ଗୀର/କଣ୍ଟାମାଲ: ସୁରକ୍ଷାବାହିନୀର ସର୍ଚ୍ଚ ଅପରେସନ ସମୟରେ ମାଓବାଦୀଙ୍କ ଦ୍ବାରା ଖଞ୍ଜାଯାଇଥିବା ଲ୍ୟାଣ୍ଡମାଇନ୍ ବିସ୍ଫୋରଣ ହୋଇଛି। ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଶଗଡ଼ା ଫାଣ୍ଡି ଅଧୀନସ୍ଥ ନଲୀକୂପା ଜଙ୍ଗଲରେ ସ୍ପେଶାଲ ଅପରେସନ ଗ୍ରୁପ୍ (ଏସ୍ଓଜି)ର ୨ ଜଣ ଯବାନ ଆହତ ହୋଇଛି। ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
/sambad/media/post_attachments/wp-content/uploads/2024/02/Capture-28.jpg)
ସୂଚନା ଅନୁସାରେ ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଶଗଡ଼ା ଫାଣ୍ଡି ଅଧୀନସ୍ଥ ନଲୀକୂପା ଜଙ୍ଗଲକୁ ଆଜି ପୂର୍ବାହ୍ଣରେ ଏସଓଜି ଯବାନଙ୍କ ୧୬ ଜଣିଆ ଟିମ୍ ସର୍ଚ୍ଚ ଅପରେସନ୍ ପାଇଁ ଯାଇଥିଲେ। ପ୍ରାୟ ୯ଟା ୪୫ରେ ମାଓବାଦୀଙ୍କ ଦ୍ବାରା ଖଞ୍ଜା ଯାଇଥିବା ଲ୍ୟାଣ୍ଡମାଇନ୍ ବିସ୍ଫୋରଣ ହୋଇଥିଲା। ଏଥିରେ ଦୁଇ ଜଣ ଯବାନ ଆହତ ହୋଇଥିଲେ। ସୂଚନା ପାଇଁ କଣ୍ଟାମାଳରୁ ତୁରନ୍ତ ଏକ ଡାକ୍ତରୀ ଟିମ୍ ଜଙ୍ଗଲରେ ପହଁଚି ଆହତ ଯବାନଙ୍କୁ ପ୍ରାରମ୍ଭିକ ଚିକିତ୍ସା ଯୋଗାଇ ଦେଇଥିଲେ। ପରେ ସେମାନଙ୍କୁ କଂଟାମାଳ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେଠାରୁ ପୁଣି ଅଧିକ ଚିକିତ୍ସା ପାଇଁ ବଲାଙ୍ଗୀର ଭୀମଭୋଇ ମେଡିକାଲକୁ ନିଆଯାଇଥିଲା।
ଅନ୍ୟପଟରେ ଏସ୍ଓଜି ଯବାନମାନେ ନଲୀକୂପା ଜଙ୍ଗଲ ସର୍ଚ୍ଚ ଅପରେସନ ଜାରି ରଖିଛନ୍ତି।
Follow Us