ସରଣ୍ଡାରେ ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣ, ଯବାନ ଆହତ: ସନ୍ଧାନୀ କୁକୁର ଷ୍ଟନର ସହିଦ

ସରଣ୍ଡା ଜଙ୍ଗଲରେ ଶନିବାର ନକ୍ସଲମାନେ ପୁଣି ଏକ ବିସ୍ଫୋରଣ ଘଟାଇଛନ୍ତି। ଛୋଟାନାଗରା ଥାନା ଅଧୀନସ୍ଥ ବାଲିବା ଗାଁ ନିକଟରେ ନକ୍ସଲଙ୍କ ଦ୍ୱାରା ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣରେ କୋବ୍ରା ୨୦୯ ବାଟାଲିଅନ୍‌ର ଜଣେ ଯବାନ ଆହତ ହୋଇଛନ୍ତି।

dog

ବିଶ୍ରା: ସରଣ୍ଡା ଜଙ୍ଗଲରେ ଶନିବାର ନକ୍ସଲମାନେ ପୁଣି ଏକ ବିସ୍ଫୋରଣ ଘଟାଇଛନ୍ତି। ଛୋଟାନାଗରା ଥାନା ଅଧୀନସ୍ଥ ବାଲିବା ଗାଁ ନିକଟରେ ନକ୍ସଲଙ୍କ ଦ୍ୱାରା ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣରେ କୋବ୍ରା ୨୦୯ ବାଟାଲିଅନ୍‌ର ଜଣେ ଯବାନ ଆହତ ହୋଇଛନ୍ତି। ଏଥିରେ ବାଟାଲିଅନର ସାହସୀ ସନ୍ଧାନୀ କୁକୁର ‘କେନାଇନ୍‌ ଷ୍ଟନର’ ସହିଦ ହୋଇଯାଇଛି। ସୂଚନା ଅନୁଯାୟୀ, କୋବ୍ରା ୨୦୯ ବାଟାଲିଅନ୍‌ର ଏକ ଦଳ ସରଣ୍ଡା ଜଙ୍ଗଲରେ ନକ୍ସଲବିରୋଧୀ ଅଭିଯାନ ଚଳାଇଥିଲେ। ଏହି ସମୟରେ ବାଲିବା ନିକଟରେ ହଠାତ୍ ଲ୍ୟାାଣ୍ଡମାଇନ ବିସ୍ଫୋରଣ ହୋଇଥିଲା। 

ଏହି ବିସ୍ଫୋରଣରେ ସନ୍ଧାନୀ କୁକୁର ଷ୍ଟନର ଘଟଣାସ୍ଥଳରେ ପ୍ରାଣ ହରାଇଥିଲା। ଘଟଣା ପରେ ସୁରକ୍ଷାବଳ ଅଞ୍ଚଳକୁ ଘେରି ସର୍ଚ୍ଚ ଅପରେସନ୍‌କୁ ତୀବ୍ର କରିଛନ୍ତି। ଚାଇଁବସା ଏସ୍‌ପି ଅମିତ ରେଣୁ ନକ୍ସଲଙ୍କୁ ସମ୍ପୂର୍ଣ୍ଣ ଦମନ କରିବା ପର୍ଯ୍ୟନ୍ତ ଏହି ଅଭିଯାନ ଜାରି ରହିବ ବୋଲି କହିଛନ୍ତି। ଷ୍ଟନର ନିଜ ଜୀବନ ଦେଇ ଅନେକ ଯବାନଙ୍କ ଜୀବନ ରକ୍ଷାକରିଛି ବୋଲି କୁହାଯାଇଛି। ସେ ଜଙ୍ଗଲରେ ନକ୍ସଲଙ୍କ ଦ୍ୱାରା ଲଗା ଯାଇଥିବା ବୋମା ଖୋଜିବାରେ ସୁଦକ୍ଷ ଥିଲା। ଶତାଧିକ ବୋମା ଖୋଜି ଅନେକ ଯବାନଙ୍କ ଜୀବନ ବଞ୍ଚାଇଥିବା ଷ୍ଟନର ନିଜର ଜୀବନ ବଞ୍ଚାଇ ପାରିଲାନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe