ମାଲକାନଗିରି: ମାଟିତଳୁ ମିଳିଲା ଲ୍ୟାଣ୍ଡମାଇନ ସହ ମାଓ ସାମଗ୍ରୀ

Advertisment
ମାଲକାନଗିରି: ମାଟିତଳୁ ମିଳିଲା ଲ୍ୟାଣ୍ଡମାଇନ ସହ ମାଓ ସାମଗ୍ରୀ

ମାଲକାନଗିରି: ମାଲକାନଗିରି ପୁଲିସକୁ ମିଳିଛି ବଡ଼ ସଫଳତା। ଏସିଓଜି ଏବଂ ଡିବିଏଫ ତରଫରୁ ଆନ୍ଧ୍ର-ଓଡ଼ିଶା ବର୍ଡରରେ କୁମ୍ବିଂ କରୁଥିବା ସମୟରେ ଵିଶେଷ ସୂତ୍ରରୁ ଖବର ପାଇ ନକ୍ସଲ ମାଟି ତଳେ ଲୁଚାଇ ରଖିଥିବା ଲ୍ୟାଣ୍ଡମାଇନ ସହ ମାଟିତଳୁ ଲ୍ୟାଣ୍ଡମାଇନ ସହ ମାଓ ସାମଗ୍ରୀ ଉଦ୍ଧାର କରିଥିଲା୧୨୦ କିଲୋ ଓଜନର ଦୁଇଟି ଲ୍ୟାଣ୍ଡମାଇନ, ଡଟୋନେଟର୍, ମାଓ ପୋଷାକ, ତାର ଓ ମାଓପୁସ୍ତକ ଇତ୍ୟାଦି ପୁଲିସ ଉଦ୍ଧାର କରିଥିବା ଜଣାଯାଇଛି।

publive-image
ସୂଚନାଯୋଗ୍ୟ, ଗତବର୍ଷ ଆନ୍ଧ୍ରପ୍ରଦେଶର ଆରକୁ ବିଧାୟକ ଓ ପୂର୍ବତନ ବିଧାୟକଙ୍କୁ ନକ୍ସଲ ହତ୍ୟା କରିଥିଲେ। ଘଟଣାସ୍ଥଳକୁ ପୁଲିସ ଯିବ ବୋଲି ଜାଣି ନକ୍ସଲ ପୂର୍ବରୁ ରାସ୍ତାରେ ଲ୍ୟାଣ୍ଡମାଇନ ପୋତିଥିଲେ। ତେବେ ପୁଲିସ ନକ୍ସଲର ଚାଲ୍ ଜାଣିବା ପରେ ସେହି ଅଞ୍ଚଳକୁ ଅତି ସତର୍କତାର ସହ ଯାଇଥିଲା। ମାଲକାନଗିରି ଏସପି ଋଷିକେଶ ଖିଲାରୀ ଆଜି ସାମ୍ବାଦିକ ସମ୍ମିଳନୀରେ ନକ୍ସଲଙ୍କ ରହସ୍ୟ ଉନ୍ମୋଚନ କରିଥିଲେ। ପୁଲିସ ଏବଂ ପୁଲିସର ସୂଚନାଦାତାଙ୍କୁ ଟାର୍ଗେଟ କରିବା ପାଇଁ ନକ୍ସଲ ଏହି ଲ୍ୟାଣ୍ଡମାଇନ ପୋତିଥିବା ଜଣାଯାଇଥିଲା। ଅଳ୍ପକେ ପୁଲିସ ବଡ଼ ଅଘଟଣରୁ ବର୍ତ୍ତି ଯାଇଥିବା କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe