ସର୍ଚ୍ଚ ଅପରେସନ୍‌ ସମୟରେ ୧୦ କିଲୋ ଓଜନର ଲ୍ୟାଣ୍ଡମାଇନ ଉଦ୍ଧାର, ଅଳ୍ପକେ ବର୍ତ୍ତିଲେ ଯବାନ

Advertisment
ସର୍ଚ୍ଚ ଅପରେସନ୍‌ ସମୟରେ ୧୦ କିଲୋ ଓଜନର ଲ୍ୟାଣ୍ଡମାଇନ ଉଦ୍ଧାର, ଅଳ୍ପକେ ବର୍ତ୍ତିଲେ ଯବାନ

ମାଲକାନଗିରି: ସୀମାନ୍ତ ଛତିଶଗଡର ସୁକମା ଜିଲ୍ଲାରେ ସିଆରପିଏଫ ଯବାନଙ୍କୁ ମିଳିଛି ବଡ ସଫଳତା। ସର୍ଚ୍ଚ ଅପରେସନ ବେଳେ ୧୦ କିଲୋ ଓଜନର ଲ୍ୟାଣ୍ଡମାଇନ ଉଦ୍ଧାର କରାଯାଇଛି। ପରେ ବୋମା ନିଷ୍କ୍ରିୟ ଦଳ ଦ୍ବାରା ଏହାକୁ ନିଷ୍କ୍ରିୟ କରାଯାଇଛି।

ମିଳିଥିବା ସୂଚନା ଅନୁଯାୟୀ ପ୍ରତିଦିନ ଭଳି ଆଜି ମଧ୍ୟ ଜିଲ୍ଲାର ମେନପା ନିକଟରେ ରହିଥିବା ୧୫୦ ସିଆରପିଏଫ ବାଟାଲିୟନର ଯବାନମାନେ ସର୍ଚ୍ଚ ଅପରେସନ ପାଇଁ ମେନପା ଏବଂ ବୁର୍କାପାଲ ମଧ୍ୟରେ ଚାଲିଥିବା ରାସ୍ତା କାମକୁ ଯବାନ ସୁରକ୍ଷା ଦେବା ସହ ସର୍ଚ୍ଚ ଅପରେସନ କରୁଥିଲେ। ତେବେ ରାସ୍ତା କଡରେ ଯବାନଙ୍କୁ ଟାର୍ଗେଟ କରି ନକ୍ସଲମାନେ ୧୦ କିଲୋ ଓଜନର ଲ୍ୟାଣ୍ଡମାଇନ ପୋତିଥିଲେ। ଯଦି ଅଘଟଣ ଘଟିଥାନ୍ତା, ତା’ହେଲେ ଯବାନଙ୍କର ପ୍ରବଳ କ୍ଷତି ହୋଇଥାନ୍ତା। ତେବେ ଯବାନଙ୍କର ଉପସ୍ଥିତ ବୁଦ୍ଧି ଯୋଗୁଁ ଏହି ଲ୍ୟାଣ୍ଡମାଇନକୁ ଉଦ୍ଧାର କରାଯାଇ ବୋମା ନିଷ୍କ୍ରିୟ ଦଳ ଦ୍ବାରା ଏହାକୁ ନିଷ୍କ୍ରିୟ କରାଯାଇଥିଲା।

ଏଠାରେ ସୂଚନାଯୋଗ୍ୟ ଯେ ଏହି ମେନପା ଜଂଗଲରେ ଗତବର୍ଷ ନକ୍ସଲ ଆମ୍ବୁସ ଲଗାଇ ଯବାନଙ୍କୁ ଆକ୍ରମଣ କରିଥିଲେ। ଏହା ପରେ ଏଠାରେ ସିଆରପିଏଫ କ୍ୟାମ୍ପ ପ୍ରତିଷ୍ଠା କରାଯାଇଥିଲା। ଗତ ୩ ତାରିଖରେ ନକ୍ସଲ ପୁଲିସ ମଧ୍ୟରେ ହୋଇଥିବା ଗୁଳିବିନିମୟରେ ୨୨ ଜଣ ଯବାନ ସହିଦ ହୋଇଥିବା ବେଳେ ପୁଲିସ ଘାଇଲା ବାଘ ଭଳି ଘୁରି ବୁଲୁଛି। ତେଣୁ ନକ୍ସଲ ପୁଲିସକୁ ପୁଣି ଚକମା ଦେବା ପାଇଁ ବିଭିନ୍ନ ସ୍ଥାନରେ ଲ୍ୟାଣ୍ଡମାଇନ ଖ଼ଞ୍ଜିଥିବା କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe