ମାଲକାନଗିରି: ସୀମାନ୍ତ ଛତିଶଗଡର ବିଜାପୁର ଜିଲ୍ଲାରେ ମାଓବାଦୀ ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରି ଲ୍ୟାଣ୍ଡମାଇନ ଖଞ୍ଜିଥିଲେ। ତେବେ ଲ୍ୟାଣ୍ଡମାଇନ ବିସ୍ଫୋରଣ କରିବା ପୂର୍ବରୁ ଯବାନ ଏହି ଲ୍ୟାଣ୍ଡମାଇନକୁ ଉଦ୍ଧାର କରି ନିଷ୍କ୍ରିୟ କରିଛନ୍ତି। ଗୋରାନ ଏବଂ ମରକେଲ ମାର୍ଗରେ ନକ୍ସଲ ରାସ୍ତା କଡରେ ୩ କିଲୋ ଓଜନର ଏକ ଲ୍ୟାଣ୍ଡମାଇନ ଖଞ୍ଜିଥିଲେ। ଯବାନ ଏହି ରାସ୍ତାରେ ସର୍ଚ୍ଚ ଅପରେସନ କରୁଥିବା ବେଳେ ବୋମା ଡିଟେକ୍ଟର ସାହାଯ୍ୟରେ ଏହି ବୋମାକୁ ଉଦ୍ଧାର କରାଯାଇଥିଲା। ତେବେ ଏହା ପୂର୍ବରୁ ଜଂଗଲରେ କିଛି ଲୋକ ଯବାନଙ୍କୁ ଦେଖି ଦୌଡି ପଳାଇଥିଲେ। ତେବେ ଯବାନ ଏହି ଅଂଚଳକୁ ଘେରିବା ସହ ସର୍ଚ୍ଚ ଅପରେସନ ଜୋରଦାର କରିଥିଲେ। ବୋମାକୁ ଉଦ୍ଧାର କରିବା ପରେ ଘଟଣାସ୍ଥଳରେ ବୋମା ନିଷ୍କ୍ରିୟ ଦଳ ପହଞ୍ଚି ନିଷ୍କ୍ରିୟ କରିଥିଲେ। ତେବେ ନକ୍ସଲଙ୍କର ଏକ ବଡ ଯୋଜନା ପଣ୍ଡ ହୋଇଯାଇଥିବା ପୁଲିସ କହିଛି। ଏହି ବୋମା ବିସ୍ଫୋରଣରେ ବହୁ ଯବାନ ଆହତ ହୋଇଥାନ୍ତେ ବୋଲି ପୁଲିସ କହିଛି।
ମାଓବାଦୀଙ୍କ ବିସ୍ଫୋରଣ ଉଦ୍ୟମ ପଣ୍ଡ, ୩ କିଲୋ ଓଜନର ଲ୍ୟାଣ୍ଡମାଇନ ଉଦ୍ଧାର
Advertisment
Follow Us