୫ କିଲୋ ଓଜନର ଲ୍ୟାଣ୍ଡମାଇନ ଉଦ୍ଧାର କଲେ ଯବାନ

Advertisment
୫ କିଲୋ ଓଜନର ଲ୍ୟାଣ୍ଡମାଇନ ଉଦ୍ଧାର କଲେ ଯବାନ

ମାଲକାନଗିରି: ସୀମାନ୍ତ କୋଣ୍ଡାଗାଓଁ ଅନ୍ତର୍ଗତ ବାୟାନାର ରାସ୍ତାରେ ଯବାନ ୫ କିଲୋ ଓଜନର ଲ୍ୟାଣ୍ଡମାଇନ ଉଦ୍ଧାର କରିଛନ୍ତି।ପ୍ରତିଦିନ ଭଳି ଆଇଟିବିପି ଏବଂ ଡିଆରଜି ଯବାନ ବାୟାନାର ରାସ୍ତାରେ ସର୍ଚ୍ଚ ଅପରେସନ କରୁଥିବା ବେଳେ ରାସ୍ତାକଡରେ ନକ୍ସଲ ୫ କିଲୋ ଓଜନର ଲ୍ୟାଣ୍ଡମାଇନ ପୋତିଥିବା ଦେଖିବାକୁ ପାଇଥିଲେ। ଏକ ପ୍ରେସର କୁକରରେ ନକ୍ସଲ ଆରଡିଏକ୍ସ ଭର୍ତ୍ତି କରି ଯବାନଙ୍କୁ ଟାର୍ଗେଟ କରିବା ପାଇଁ ବୋମା ପୋତିଥିଲେ। ତେବେ ଯବାନ ନକ୍ସଲଙ୍କର ଏହି ଚାଲକୁ ପର୍ଦାଫାସ କରିବା ସହ ଏକ ବଡ ଧରଣର ଅଘଟଣକୁ ବିଫଳ କରିଛନ୍ତି। ତୁରନ୍ତ ଯବାନ ସେହି ଅଂଚଳକୁ ଘେରିବା ସହ ବୋମାକୁ ଘଟଣାସ୍ଥଳରେ ହିଁ ନିଷ୍କ୍ରିୟ କରିଥିଲେ। ତେବେ ଏକ ବଡଧରଣର ଅଘଟଣରୁ ଯବାନ ବର୍ତ୍ତି ଯାଇଥିବା କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe