ଗଞ୍ଜେଇ ବିନାଶ ଅଭିଯାନ ବେଳେ ଅଘଟଣ: ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣ, ଅଳ୍ପକେ ବର୍ତ୍ତିଲେ ୫୦ କର୍ମଚାରୀ

Advertisment

୩ ଗିରଫ

୩ ଗିରଫ

ଗଞ୍ଜେଇ ବିନାଶ ଅଭିଯାନ ବେଳେ ଅଘଟଣ: ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣ, ଅଳ୍ପକେ ବର୍ତ୍ତିଲେ ୫୦ କର୍ମଚାରୀ

ବୌଦ୍ଧ : ବନ ବିଭାଗ କର୍ମଚାରୀମାନେ ଗଞ୍ଜେଇ ଗଛ ନଷ୍ଟ କରିବା ପାଇଁ ଯାଉଥିବା ବେଳେ ଜଙ୍ଗଲ ରାସ୍ତାରେ ଲ୍ୟାଣ୍ଡମାଇନ୍ସ ବିସ୍ଫୋରଣର ସମ୍ମୁଖୀନ ହୋଇଛନ୍ତି। ଅତି ନିକଟରେ ବିସ୍ଫୋରଣ ହୋଇଥିଲେ ସୁଦ୍ଧା ସୌଭାଗ୍ୟବଶତଃ ୫୦ ଜଣ କର୍ମଚାରୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଘଟଣାସ୍ଥଳରୁ କିଛି ବିଦ୍ୟୁତ୍‌ ତାର ଜବତ କରାଯାଇଛି। କିଛି ଦୂରରେ ଥିବା ୩ ଜଣ ବ୍ୟକ୍ତିଙ୍କୁ ବନ ବିଭାଗ କର୍ମଚାରୀମାନେ କାବୁ କରି ବୌଦ୍ଧ ଥାନାକୁ ହସ୍ତାନ୍ତର କରିଛନ୍ତି। ପୁଲିସ ସେମାନଙ୍କୁ ପଚରାଉଚରା କରିବା ପରେ ଗିରଫ କରି କୋର୍ଟଚାଲାଣ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ବହଲପଡ଼ା ଗାଁର ବିଘ୍ନେଶ୍ବର ଦୀପ (୨୪ବର୍ଷ), ମିଶ୍ର ସୁନା (୩୦ବର୍ଷ) ଓ ଏକାଦଶୀ ଉର୍ମା (୩୪ବର୍ଷ)। ପୁଲିସ ମାମଲା ରୁଜୁ କରି ଅଧିକ ତଦନ୍ତ କରୁଛି।

ସୂଚନା ଅନୁସାରେ, ଗତ ଏକ ମାସ ହେଲା ବନ ବିଭାଗ ଜିଲ୍ଲାର ବିଭିନ୍ନ ସଂରକ୍ଷିତ ଜଙ୍ଗଲରେ ହୋଇଥିବା ହଜାର ହଜାର ଗଞ୍ଜେଇ ଗଛ କାଟି ପୋଡ଼ି ନଷ୍ଟ କରୁଛି। ଏହାକୁ ନେଇ ଗଞ୍ଜେଇ ମାଫିଆଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି। ଏଥିରେ ରୋକ ଲଗାଇବା ପାଇଁ କୌଣସି ଉପାୟ ପାଉ ନଥିବା ବେଳେ ଲ୍ୟାଣ୍ଡମାନଇନ୍‌ ଲଗାଇ ଆତଙ୍କ ସୃଷ୍ଟି କରିଛନ୍ତି। ସୂଚନାନୁସାରେ ଗଞ୍ଜେଇ ଗଛ ନଷ୍ଟ କରିବା ପାଇଁ ଏପିଆର୍ ଓ ବନ କର୍ମଚାରୀଙ୍କ ଏକ ଦଳ ରବିବାର ପୂର୍ବାହ୍ନରେ ବଘିଆପଡ଼ା ସେକ୍ସନର ଜାମୁଖୋଲ ସଂରକ୍ଷିତ ଜଙ୍ଗଲ ଅନ୍ତର୍ଗତ ସାଲଦାରେଙ୍ଗା ଗ୍ରାମକୁ ଯାଉଥିଲେ। ଆଗକୁ ରାସ୍ତା ନଥିବାରୁ ଗାଡ଼ି ରଖି ଚାଲି ଚାଲି ଯାଉଥିବା ବେଳେ ଚଲାପଥର କିଛି ଦୂରରେ ମାଟି ତଳେ ହଠାତ୍‌ ଲାଗ୍‌ ଲାଗ୍‌ ଦୁଇଟି ବିସ୍ଫୋରଣ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe