ହରିଦାସପୁର–ପାରାଦୀପ ନୂଆ ରେଳପଥରୁ ମାଟି ଧସିଲା, ସୁରକ୍ଷା ଆଉ ସ୍ଥାୟିତ୍ବକୁ ନେଇ ପ୍ରଶ୍ନ

Advertisment
ହରିଦାସପୁର–ପାରାଦୀପ ନୂଆ ରେଳପଥରୁ ମାଟି ଧସିଲା, ସୁରକ୍ଷା ଆଉ ସ୍ଥାୟିତ୍ବକୁ ନେଇ ପ୍ରଶ୍ନ

କେନ୍ଦ୍ରାପଡ଼ା/ମହାକାଳପଡ଼ା : କେନ୍ଦ୍ରାପଡ଼ା ଜିଲ୍ଳା ଦେଇ ଯାଇଥିବା ହରିଦାସପୁର-ପାରାଦୀପ ନୂଆ ରେଳ ବ୍ରଡ୍‌ଗଜରୁ ମାଟି ଅତଡ଼ା ଧସିଛି। ମହାକାଳପଡ଼‌ା ବ୍ଲକ୍‌ ଯଦୁପୁର (ଖସାଡି) ନିକଟରେ ବର୍ଷା ଯୋଗୁଁ ଏପରି ହୋଇଥିବା କୁହାଯାଉଛି। ରେଳପଥରେ ପ୍ରାୟ ୩୦ ଫୁଟ ଲମ୍ବର ମାଟି ଅତଡ଼ା ଖସିବା ସହିତ ଟ୍ରାକ୍‌ରୁ ମେଣ୍ଟାଲ ମଧ୍ୟ ଖସିପଡ଼ିଛି। ରେଳ ଲାଇନରେ ରେଳ ଚଳାଚଳ ଆରମ୍ଭ ପାଇଁ ପ୍ରସ୍ତୁତି ଚାଲିଥିବାବେଳେ ଏଭଳି ଘଟଣା ଏବେ ଉଦ୍‌ବେଗର କାରଣ ହୋଇଛି। ପ୍ରକଳ୍ପ କାର୍ଯ୍ୟ ଶେଷ ହୋଇଯାଇଛି ବୋଲି କୁହାଯାଉଥିବା ବେଳେ ପ୍ରାଥମିକ ପର୍ଯ୍ୟାୟରେ ମାଲ୍‌ଗାଡ଼ି ଏବଂ ପରେ ପାସେଞ୍ଜର ଗାଡ଼ି ଚଳାଚଳ ହେବ ବୋଲି ଘୋଷଣା ହୋଇଛି। କିନ୍ତୁ ବର୍ଷାରେ ରେଳ ଲାଇନରେ ମାଟି ଧସିବା ଘଟଣା ସୁରକ୍ଷାକୁ ନେଇ ପ୍ରଶ୍ନ ଉଠାଇଛି। ପୂର୍ବରୁ ବି କାମ ବେଳେ ମାର୍ଶାଘାଇ ନିକଟରେ ରେଳ ଲାଇନ୍ ଦବି ଯାଇଥିଲା।

ସୂଚନଯୋଗ୍ୟ, ବହୁ ପ୍ରତୀକ୍ଷିତ ଏହି ପ୍ରକଳ୍ପରେ ଗତ ୩୧ ତାରିଖରେ ପରୀକ୍ଷାମୂଳକ ଭାବେ ମାଲବାହୀ ଟ୍ରେନ୍ ଚଳାଚଳ ଆରମ୍ଭ କରିଥିଲା ା କିନ୍ତୁ ପାସେଞ୍ଜର ଟ୍ରେନ ଚଳାଇବା ଦାବିରେ ସ୍ଥାନୀୟ ଲୋକେ ମାଲ୍‌ଗାଡ଼ିକୁ ବିରୋଧ କରିଥିଲେ। ଏପରିକି ଆନ୍ଦୋଳନକାରୀ ରେଳରୋକ ବି କରିଥିଲେ ା ଲୋକଙ୍କ ବିରୋଧକୁ ଦୃଷ୍ଟିରେ ରଖି ଗତ ୧୧ତାରିଖରେ ରେଳବାଇ କର୍ତ୍ତୃପକ୍ଷ,  ଜିଲ୍ଲାପାଳ ଓ ସାଂସଦ ଓ ବିଧାୟକଙ୍କ ଉପସ୍ଥିତରେ ଏକ ବୈଠକରେ ପାସେଞ୍ଜର୍‌ ଟ୍ରେନ୍‌ ଖୁବ୍‌ଶୀଘ୍ର ଚାଲିବା ଦିଗରେ ପଦକ୍ଷେପ ନିଆଯିବ ବୋଲି ସୂଚନା ଦିଆଯାଇଥିଲା। ଏଭଳି ସ୍ଥିତିରେ ସଂପ୍ରତି ମାଲ୍‌ଗାଡ଼ି ଗଡ଼ିବାକୁ ମାସେ ବିତି ନ ଥିବା ବେଳେ ରେଳପଥ ଧସିବା ଘଟଣା ପ୍ରକଳ୍ପର ସ୍ଥାୟିତ୍ବ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe